ବେଆଇନ କଳାପଥର ଚାଲାଣ ଜାରି

ଯାଜପୁର/କବାଟବନ୍ଧ, ୧୧ା୮(ହର୍ଷବର୍ଦ୍ଧନ ବେହେରା/ଦିଲୀପ ବିଶ୍ୱାଳ): ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜଙ୍ଗଲ ଜମିରୁ ଏବେ ପଥର ବ୍ୟବସାୟୀମାନେ ଏକାଧିକ ମେଶିନ ଓ ହାଇୱାରେ କଳାପଥର ଉତ୍ତୋଳନ କରି ଲୁଟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନୀ ହେଉଛି। ତେବେ ତହସିଲ ପ୍ରଶାସନ କର୍ତ୍ତୃପକ୍ଷ ଏହା ଜାଣି ସୁଦ୍ଧା ନ ଜାଣିଲା ଭଳି ଅଭିନୟ କରୁଥିବାର ଅଭିଯୋଗ ହେଉଛି। ବାରମାଣ ମୌଜା ଏବେ ଏପରି ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏହି ମୌଜାରେ କଳାପଥର ଉତ୍ତୋଳନ ଜାରି ରଖି ନିକଟସ୍ଥ କ୍ରଶରକୁ ଯୋଗାଇ ଦିଆଯାଉଛି। ଦୀର୍ଘଦିନ ଧରି ଏହି ପଥର ବ୍ୟବସାୟୀମାନେ ନିଜର ଆଧିପତ୍ୟକୁ ବିସ୍ତାର କରିଛନ୍ତି। ଡଙ୍କାରୀ ମୌଜାର ଜଙ୍ଗଲ କିସମ ଜମିରୁ ବାରମାଣ ଅଞ୍ଚଳର ପଥର ବ୍ୟବସାୟୀମାନେ ଦୁଇଟି ମେଶିନ, ୩ଟି କମ୍ପ୍ରେସର ଓ ୪ଟି ହାଇୱା ଦ୍ୱାରା ପ୍ରତିଦିନ ୩୦ରୁ ଅଧିକ ଟ୍ରିପ କଳାପଥର ଚାଲାଣ କରୁଛନ୍ତି । କେବଳ ଦିନ ନୁହେଁ ରାତିଅଧିଆ ସେମାନେ ବେଶ ସକ୍ରିୟ ହୋଇ ଏହି ଚୋରାଚାଲାଣ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ତହସିଲ ପ୍ରଶାସନ ଏହି ପାହାଡ଼ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେବା ସହିତ ବେଆଇନ ବ୍ଲାଷ୍ଟିଂ କରି କଳାପଥର ଚୋରି କାରବାରକୁ ରୋକ୍‌ ଲଗାଇଥିଲେ। ସେତେବେଳେ ଚଢଉ ସମୟରେ ମେଶିନ ଓ ଏକ ପିକ୍‌ଅପ ଭ୍ୟାନକୁ ଜବତ କରିବାବେଳେ ଜଣେ ପଥର ବ୍ୟବସାୟୀ ଖସି ପଳାଇବାକୁ ଉଦ୍ୟମ କରି ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ତେବେ ଚଢଉକାରୀ ଦଳ ଚାରିପାଖରୁ ଘେରିଯିବାରୁ ସେ ବାଧ୍ୟ ହୋଇ ଧରା ପଡିଥିଲେ। ପରେ ତହସିଲଦାରଙ୍କ ସୁଚନା ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ମେଶିନକୁ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ତହସିଲ କର୍ତ୍ତୃପକ୍ଷ ଏବଂ ପଥର ବ୍ୟବସାୟୀଙ୍କ ମଧ୍ୟରେ ସାଲିସ କରାଯାଇ ପୁଣି ସେଠାରୁ କଳାପଥର ବେଆଇନ ଉତ୍ତୋଳନ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି। ଗତ ପ୍ରାୟ ୧ ବର୍ଷ ହେବ ତହସିଲ ପ୍ରଶାସନ ପକ୍ଷରୁ ସାଟୋଲାଇଟ ମାପଚୁପ କରି ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନୋଟିସ ଜାରି କରିଛି। ଏହାସହ କେତେକ ଖାଦାନର ମାପଚୁପ ସରିଥିଲେ ହେଁ ସେମାନଙ୍କ ନାମରେ ଏଯାଏ ଜରିମାନା ନୋଟିସ ହୋଇ ନ ଥିବାର ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ରାତି ପ୍ରାୟ ୮ଟା ୨୩ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri