Posted inଜାତୀୟ

ଚର୍ଚ୍ଚାରେ IIT ବାବା, ଅଘୋରୀ ବାବାଙ୍କ ମେଞ୍ଚେ ପ୍ରେମିକା!

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭରେ ହୋଇଛି ମହାସମାବେଶ। ବିଶ୍ୱର ଚାରିଆଡୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ପ୍ରୟାଗରାଜରେ ସମାଗମ ହୋଇଛି। ପ୍ରଥମ ଦିନରେ ୧.୬କୋଟିରୁ ଅଧିକ ଭକ୍ତ ଯୋଗ ଦେଇଛନ୍ତି। ଏଥିରେ ବାବା, ନାଗାସାଧୁ ଓ ଅଘୋରୀଙ୍କ ପରି ବହୁ ସାଧୁ ଆସିଛନ୍ତି। ଏଥିରେ ଅନେକ ସାଧୁ ଲାଇମ୍‌ ଲାଇଟକୁ ମଧ୍ୟ ଆସୁଛନ୍ତି। ଯେପରି ଜଣେ ହେଲେ ହର୍ଷା ରିଚାରିଆ। ଜଣେ ସୁନ୍ଦରୀ ସ୍ବାଧୀ ଏବେ ସବୁଠି ଚର୍ଚ୍ଚାର ବିୟେ ପାଲଟିଛନ୍ତି। ଏହାପରେ ପରେ ଏବେ ଜଣେ ଆଇଆଇଟିଆନ ବାବା ଗଣମାଧ୍ୟମରେ ହେଡଲାଇନରେ ଆସିଛନ୍ତି।

ଅଭୟ ସିଂହ ଓରଫ ମଶାଣି ଗୋରଖ, ଯିଏକି ଆଇଆଇଟିଆନ ବାବା ଭାବରେ ମଧ୍ୟ ଜଣାଶୁଣା। ଚଳିତ ମହାକୁମ୍ଭରେ ପହଞ୍ଚିଛନ୍ତି। ଶାନ୍ତ ହସ, ପ୍ରଫୁଲ୍ଲ ଆଚରଣ ଏବଂ ତାଙ୍କ ଦାମ୍ଭିକ କଥାରେ ସେ ଏବେ ସାରା ଗଣମାଧ୍ୟମର ମନ ମୋହିଛନ୍ତି। ମଶାଣି ଗୋରଖ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT) ବମ୍ବେରେ ଏରୋସ୍ପେସ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ତଥାପି, ସେ ପରେ ବିଜ୍ଞାନ ଏବଂ ଅନ୍ତରୀକ୍ଷ ଜଗତ ଛାଡି ନିଜକୁ ବୁଝିବା ଏବଂ ଈଶ୍ୱରଙ୍କୁ ବୁଝିବା ପାଇଁ ଜଣେ ସନ୍ନ୍ୟାସୀ ପାଲଟିଛନ୍ତି।

ଅଭୟ ସିଂହ ତାଙ୍କ ନାମକୁ ମଶାଣି ଗୋରଖରେ ପରିବର୍ତ୍ତନ କରି ଭଗବାନ ଶିବଙ୍କୁ ତାଙ୍କ ଜୀବନ ଉତ୍ସର୍ଗ କରିଛନ୍ତି। ସେ ରାଘବ ଏବଂ ଜଗଦୀଶ ଭଳି ଅନ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ହରିୟାଣାର ବାସିନ୍ଦା ଏବଂ IIT ବମ୍ବେରେ ଚାରି ବର୍ଷ ପାଇଁ ଅଧ୍ୟୟନ କରିଥିଲେ। କିନ୍ତୁ ପରେ ଡିଜାଇନରେ ମାଷ୍ଟର ଡିଗ୍ରୀ ହାସଲ କରି ଏବଂ ଫଟୋଗ୍ରାଫିରେ କାମ କରି “କଳା ଆଡକୁ” ତାଙ୍କର କ୍ୟାରିଅର ପରିବର୍ତ୍ତନ କରିଥିଲେ। ସେ ଛାତ୍ରମାନଙ୍କୁ ପଦାର୍ଥ ବିଜ୍ଞାନର ଟ୍ରେନିଂ ମଧ୍ୟ ଦେଇଥିଲେ। IIT ବାବା ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ସେ “ଜୀବନର ଅର୍ଥ ବୁଝିବା” ପାଇଁ philosophy courses Post-Modernism, Socrates and Plato ପଢିଥିଲେ। ଅନେକ କ୍ୟାରିୟରରେ ବିଫଳ ହେବା ପରେ, ସେ ଘରକୁ ଚାଲି ଯାଇଥିଲେ।

“ଏବେ ମୁଁ ବୁଝିପାରୁଛି ଯେ ଏହା ପ୍ରକୃତ ଜ୍ଞାନ। ଯଦି ଆପଣ ମନ କିମ୍ବା ମାନସିକ ସ୍ବାସ୍ଥ୍ୟକୁ ବୁଝିବାକୁ ଚାହାଁନ୍ତି, ତେବେ ଆପଣ ଏହା (ଆଧ୍ୟାତ୍ମିକତା ମାଧ୍ୟମରେ) କରିପାରିବେ। ସେ ଆହୁରି କହିଛନ୍ତି, ଲୋକମାନେ କ’ଣ ଭାବୁଛନ୍ତି ତାହା ନିଶ୍ଚିତ ନୁହେଁ। ତୁମେ ଯାହା ଭାବୁଛ ତା’ ଉପରେ ଗୁରୁତ୍ୱ ଦିଅ।

ତେବେ ଆଇଆଇଟି ବାବାଙ୍କୁ ପଚରାଯାଇଥିଲା କି, ଇଞ୍ଜିନିୟର ଛାତ୍ରଙ୍କ ବହୁତ ପ୍ରେମିକା ଥାଆନ୍ତି? କ’ଣ ସେ ସମୟରେ ଆପଣଙ୍କର ବି ପ୍ରେମିକା ଥିଲେ। ଏହାର ଉତ୍ତରରେ ବାବା କହିଛନ୍ତି, ହଁ ସେତେବେଳେ ମୋର ବହୁତ ପ୍ରେମିକା ଥିଲେ। ସେହି ସମୟରେ ମୁଁ ଗୁଡାଏ ଓଲଟପାଲଟ କାମ କରୁଥିଲି। ଆଉ ଏବେ ଯେତେବେଳେ ସଂସାର ଛାଡି ଦେଇଛି ତେବେ ପ୍ରେମିକା ନ ଥିଲେ ବୋଲି ସଫେଇ ଦେବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ ୨ ଘନିଷ୍ଠ ବନ୍ଧୁ: ଶେଷରେ ଘଟିଲା…

ନାଗପୁର,୨୧।୮: ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ଦେଖିଛନ୍ତି? ଫିଲ୍ମରେ ଦୁଇ ଘନିଷ୍ଠ ବନ୍ଧୁ ଗୋଟିଏ ଯୁବତୀଙ୍କୁ ଭଲ ପାଇବା ପରେ ପରସ୍ପରଙ୍କ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri