ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା: ସଙ୍କଟରେ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୪।୧୧(ବ୍ୟୁରୋ) – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ସ୍ଥାନୀୟ ଶିଳ୍ପଗୁଡ଼ିକର ସ୍ବାର୍ଥ ରକ୍ଷା ଲାଗି ସରକାର ଇପିଏମ୍‌ (ରପ୍ତାନି ପ୍ରୋତ୍ସାହନ ଓ ବିପଣନ) ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ। ରେଟ୍‌ କଣ୍ଟ୍ରାକ୍ଟ ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ବିଭାଗ ଲାଗି ପ୍ରାୟ ୨୩୦ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଥାନ୍ତି। ଫଳରେ ବହୁ କ୍ଷୁଦ୍ର ଶିଳ୍ପ ତିଷ୍ଠିପାରିଛନ୍ତି। ହେଲେ ଅକ୍ଟୋବରରେ ଆସିଥିବା ଏକ ସର୍କୁଲାରରେ ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଗୌଣ କରାଯାଇ ‘ଗଭର୍ନମେଣ୍ଟ ଇ-ମାର୍କେଟ ପ୍ଲେସ୍‌’ (ଜିଇଏମ୍‌)ରେ ସାମଗ୍ରୀ କିଣିବାକୁ ଅଗ୍ରାଧିକାର ଦିଆଯାଉଛି। ଜିଇଏମ୍‌ ପ୍ରଚଳନ କରି ସରକାର ଇ-ମାର୍କେଟ ମାଧ୍ୟମରେ ସାରା ଭାରତର ଏମ୍‌ଏସ୍‌ଏମ୍‌ଇଠାରୁ ସାମଗ୍ରୀ କିଣିପାରିବେ। ଏହାଦ୍ୱାରା ରାଜ୍ୟର ୩ଲକ୍ଷ କ୍ଷୁଦ୍ରଶିଳ୍ପ ଓ ଏଥିରେ ନିଯୁକ୍ତ ପ୍ରାୟ ୨୪ ଲକ୍ଷ ଲୋକଙ୍କ ନିଯୁକ୍ତି ଉପରେ ସଙ୍କଟ ସୃଷ୍ଟି ହୋଇଛି। ବର୍ତ୍ତମାନ ରାଜ୍ୟର ୬୦% ଏମ୍‌ଏସ୍‌ଏମ୍‌ଇ ସୁପ୍ତ ଅବସ୍ଥାରେ ରହିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଅନ୍ୟ କ୍ଷୁଦ୍ର ଶିଳ୍ପଗୁଡ଼ିକୁ ବନ୍ଦ କରିଦେବା ପାଇଁ ବାଧ୍ୟ କରିଛି। କ୍ଷୁଦ୍ର ଶିଳ୍ପସଂସ୍ଥାଗୁଡ଼ିକ ପକ୍ଷରୁ ପ୍ରଶ୍ନ ହେଉଛି ଯେ, ସର୍ବ ଭାରତୀୟ ସ୍ତରରୁ ସାମଗ୍ରୀ କଣିବା ପାଇଁ ଯଦି ସରକାର ନୀତି ଆପଣାଇଛନ୍ତି, ତା’ହେଲେ ୨୪ ଲକ୍ଷ ଲୋକଙ୍କ ନିଯୁକ୍ତିକୁ ସୁରକ୍ଷା ଦେଇପାରିବେ କି।
ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାରେ ଇଞ୍ଜିନିୟରିଂ, ମେଟାଲ, ଫର୍ନିଚର, କେମିକାଲ୍ସ, ରବର, ଲେଦର, ପ୍ଲାଷ୍ଟିକ, ପିଭିସି ଏବଂ ଫାର୍ମାସ୍ୟୁଟିକାଲ ବର୍ଗରେ ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇଠାରୁ କିଣାଯାଇଥାଏ। ମୋଟ ୮୮ ସାମଗ୍ରୀ ଏଥିରେ ସାମିଲ କରାଯାଇଛି। ଏଭଳି ବ୍ୟବସ୍ଥାରେ ରାଜ୍ୟ ସରକାର ସାମଗ୍ରୀର ମୂଲ୍ୟ ସ୍ଥିର କରିଥାନ୍ତି। ସବୁ ୟୁନିଟ ଲାଗି ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ବର୍ଷେ ଯାଏ ଏହା ବୈଧ ରହିଥାଏ। ସାମଗ୍ରୀର ଗୁଣବତ୍ତା ପରୀକ୍ଷଣ ଏଥିରେ ରଖାଯାଇଥିଲା। ୯୦% ସ୍ଥାନୀୟ କ୍ଷୁଦ୍ର ଶିଳ୍ପ ସରକାରୀ ଅର୍ଡର ଉପରେ ନିର୍ଭର କରିଥାନ୍ତି। ରେଟ୍‌ କଣ୍ଟ୍ରାକ୍ଟ ସହ ଜିଇଏମ୍‌ ବ୍ୟବସ୍ଥା ରଖିବାକୁ ପୂର୍ବରୁ ସରକାର ବିଚାର କରିଥିଲେ। ଏହାକୁ ନେଇ କ୍ଷୁଦ୍ରଶିଳ୍ପ ଅଂଶୀଦାରଙ୍କୁ ଭରସା ଦିଆଯାଇଥିଲା। ହେଲେ ବର୍ତ୍ତମାନ ଜିଇଏମ୍‌ରେ ସାମଗ୍ରୀ କିଣିବାକୁ ସରକାରୀ ସର୍କୁଲାର ଜାରି ହୋଇଥିବାରୁ ଏହାକୁ ନେଇ ଶିଳ୍ପ ଅଂଶୀଦାରମାନେ ଆଶଙ୍କାରେ ରହିଛନ୍ତି। ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ସରକାର ଆସ୍ତେ ଆସ୍ତେ ଉଠାଇଦେବେ ବୋଲି ଶୁଣାଯାଉଛି। କାରଣ ଉକ୍ତ ବ୍ୟବସ୍ଥାକୁ ପୁନଃ ନବୀକରଣ କରାଯାଉନାହିଁ।
ସାମଗ୍ରୀ ରପ୍ତାନି ଛୋଟ ୟୁନିଟଗୁଡିକ ଲାଗି କଷ୍ଟକର। ଏଣୁ ରେଟ୍‌ କଣ୍ଟ୍ରାକ୍ଟ ଉଠିଗଲେ ଏହା ଶିଳ୍ପଗୁଡିକର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ। ଅପରପକ୍ଷରେ ଜିଇଏମ୍‌ ପଞ୍ଜୀକରଣ ୟୁନିଟଗୁଡିକ ଲାଗି କଷ୍ଟକର ହେଉଥିବା ଜଣାପଡିଛି। କାରଣ ରାଜ୍ୟ ଅର୍ଥ ବିଭାଗ ମଧ୍ୟ ଏହି ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଉଛି। ନୂଆ ବ୍ୟବସ୍ଥା ଲାଗୁ ହେବା ସମୟରେ ଅଂଶୀଦାରଙ୍କ ମତାମତ ନେବାର ଆବଶ୍ୟକତାକୁ ମଧ୍ୟ ବିଚାରକୁ ନିଆଯାଉନାହିଁ। ଜିଇଏମ୍‌ ଉପରେ ସଚେତନ କରାଇବାକୁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।
ଜିଇଏମ୍‌ରେ ରାଜ୍ୟର କ୍ଷୁଦ୍ରଶିଳ୍ପ ଅଂଶଗ୍ରହଣ କଲେ ସର୍ବଭାରତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ଦେଶର ଶିଳ୍ପ ବିକଶିତ ରାଜ୍ୟଗୁଡିକରେ ଯେଉଁ ଭିତ୍ତିଭୂମି ରହିଛି ଓଡ଼ିଶା ସେହି ତୁଳନାରେ ବହୁ ପଛୁଆ। ଫଳରେ ରାଜ୍ୟର ଶିଳ୍ପ ଏହାଦ୍ୱାରା ସାମଗ୍ରୀ ଯୋଗାଣରେ ସକ୍ଷମ ହେବେ ନାହିଁ। ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ରହିଥିବା ଶିଳ୍ପଗୁଡିକ ଠିକ୍‌ ଭାବେ ଅନ୍‌ଲାଇନରେ ଜିଇଏମ୍‌ରେ ଅଂଶଗ୍ରହଣ ନେଇ ସଚେତନ ନୁହନ୍ତି। ଏଭଳି ସ୍ଥିତିରେ କଳାହାଣ୍ଡି,
ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା:…
କୋରାପୁଟ ଏବଂ ମାଲକାନଗିିରି ଭଳି ଅଞ୍ଚଳର କ୍ଷୁଦ୍ରଶିଳ୍ପ କିଭଳି ନୂଆ ବ୍ୟବସ୍ଥାର ଲାଭ ଉଠାଇପାରିବେ ବୋଲି କ୍ଷୁଦ୍ର ଶିଳ୍ପ ସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବର୍ତ୍ତମାନ ଜିଇଏମ୍‌ରେ ପଞ୍ଜୀକରଣ କଷ୍ଟକର ହେଉଛି। ଅଂଶୀଦାରଙ୍କୁ ମାନ୍ୟୁଫାକ୍‌ଚର ପରିବର୍ତ୍ତେ ରିଟେଲର ଭାବେ ପଞ୍ଜୀକରଣ ମିଳୁଛି। ଫଳରେ ସମାନ ସୁବିଧା ସୁଯୋଗ ଅଂଶୀଦାରଙ୍କୁ ମିଳିପାରୁନାହିଁ। ୧୫ ହଜାର ଟଙ୍କା ଦେଇ ଅନ୍‌ଲାଇନ ଆସେସ୍‌ମେଣ୍ଟ କରାଇବାର ଯେଉଁ ବ୍ୟବସ୍ଥା ରହିଛି ତାହା ମଧ୍ୟ ଅସୁବିଧା ସୃଷ୍ଟି କରୁଛି। ସେହିଭଳି ଜିଇଏମ୍‌ରେ ସଂଗ୍ରହ ହୋଇଥିବା ସାମଗ୍ରୀର ଗୁଣବତ୍ତା ପରୀକ୍ଷଣ ଠିକ୍‌ ଭାବେ ହେଉ ନ ଥିବା ବେଳେ ମୂଲ୍ୟ ମଧ୍ୟ ଅଧିକ ରହୁଛି। ରେଟ୍‌ କଣ୍ଟ୍ରାକ୍ଟରେ କୌଣସି କଣ୍ଟ୍ରାକ୍ଟ ଅର୍ଡର ଆସିଲେ ୟୁନିଟ୍‌ଗୁଡିକ ମଧ୍ୟରେ ବାଣ୍ଟି ଦିଆଯାଉଥିଲା। ମାତ୍ର ଜିଇଏମ୍‌ରେ ଏହା ଗୋଟିଏ ୟୁନିଟ୍‌ ସପକ୍ଷରେ ଯାଉଛି। ଫଳରେ ଅନ୍ୟ ୟୁନିଟ କାମ ନ ପାଇବାର ଚିନ୍ତା ଉପୁଜିଛି।
ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି, ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା କ୍ଷୁଦ୍ରଶିଳ୍ପର ସମସ୍ୟା ବଢ଼ିଯିବ। ଲକ୍‌ଡାଉନ ଜନିତ ସମସ୍ୟାରେ ପଡ଼ିଥିବା କ୍ଷୁଦ୍ର ଶିଳ୍ପଗୁଡିକୁ ସହାୟତା କରିବା ପରିବର୍ତ୍ତେ ସରକାର ବର୍ତ୍ତମାନ ଶିଳ୍ପ ବିରୋଧୀ ନୀତି କାର୍ଯ୍ୟକାରୀ କରାଇବା ଅତ୍ୟନ୍ତ ଦୁଃଖର ବିଷୟ। ରେଟ୍‌ କଣ୍ଟ୍ରାକ୍ଟ ଅଧୀନରେ ରହିଥିବା ସାମଗ୍ରୀ ପୂର୍ବ ଧାରାରେ କିଣାଯିବାର ଆବଶ୍ୟକତା ରହିଛି। ଅନ୍ୟ ସାମଗ୍ରୀଗୁଡିକୁ ଜିଇଏମ୍‌ ଦ୍ୱାରା କ୍ରୟ କରାଯାଇପାରିବ। ଏଭଳି ପ୍ରସଙ୍ଗକୁ ସରକାର ବିଚାର କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ।
ଶିଳ୍ପ ସଂଘ ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି, ଜିଇଏମ୍‌ ବ୍ୟବସ୍ଥାକୁ ବିରୋଧ କରୁନାହଁୁ। ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା କରିବା ମାନେ ସରକାର ‘ଭୋକାଲ ଫର୍‌ ଲୋକାଲ’କୁ ଧ୍ୟାନ ଦେଉନାହାନ୍ତି। ଏକାଥରକେ ୨ଟି ବ୍ୟବସ୍ଥାରେ ସାମଗ୍ରୀ ସଂଗ୍ରହ ନେଇ ଯେଉଁ ନିୟମ ସରକାର କାର୍ଯ୍ୟକାରୀ କରାଉଛନ୍ତି ସେଥିରେ ସ୍ପଷ୍ଟତା ଦେଖାଯାଉନାହିଁ। ଫଳରେ ବିଭିନ୍ନ ବିଭାଗ ଜାଣିଶୁଣି ରେଟ୍‌ କଣ୍ଟ୍ରାଣ୍ଟକୁ ଗୌଣ କରୁଛନ୍ତି। ରେଟ୍‌ କଣ୍ଟ୍ରାକ୍ଟରେ ଭାଲ୍ୟୁ ଫର୍‌ ମନି ଉପଲବ୍ଧ ହେଉଥିଲା। ମାତ୍ର ଜିଇଏମ୍‌ ଆସିବା ଦ୍ୱାରା ସରକାରଙ୍କୁ ସମାନ ସାମଗ୍ରୀକୁ ଅଧିକ ମୂଲ୍ୟ ଦେଇ କିଣିବାକୁ ପଡ଼ିବ। ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକର ସ୍ବାର୍ଥକୁ ସରକାର ଧ୍ୟାନଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri