ଇଫ୍‌କୋ ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୫।୭ (ଅଭୟ ଦାଶ): ଇଣ୍ଡିଆନ ଫାରମର୍ସ ଫଟଲାଇଜର କୋଅପରେଟିଭ ଲିମିଟେଡ ବା ଇଫକୋ ଇଣ୍ଡିଆର ନୂତନ ଅଭିଯାନ ‘ନାନୋ ଫଟଲାଇଜର ପ୍ରୋମୋଓନ କ୍ୟାମ୍ପେନିଂ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷ କରି ନାନୋ ସାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଇଫକୋ ପକ୍ଷରୁ ୨୦୨୪ ଜୁଲାଇ ପହିଲାରେ ନାନୋ ସାର ବ୍ୟବହାର ପ୍ରୋତ୍ସାହନ ମହାଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଏହା ଅଧୀନରେ ଇଫକୋ ପକ୍ଷରୁ ୨୦୦ଟି ମଡେଲ ନାନୋ ଗ୍ରାମୀଣ କ୍ଲଷ୍ଟର ଚୟନ କରାଯାଇଛି। ଏହା ଜରିଆରେ ୮୦୦ଗାଁର ଚାଷୀଙ୍କୁ ଇଫକୋ ପକ୍ଷରୁ ନାନୋ ୟୁରିଆ ପ୍ଲସ, ନାନୋ ଡିଏପି ଓ ସାଗରିକାର ମୂଲ୍ୟ ଉପରେ ୨୫%ର ସବସିଡି ଦିଆଯାଉଛି, ଯାହାଦ୍ୱାରା ଚାଷୀମାନେ ନିଜ କ୍ଷେତରେ ଅଧିକରୁ ଅଧିକ ନାନୋ ସାର ବ୍ୟବହାର କରିପାରିବେ। ଏହା ସହିତ ଇଫକୋ ଡ୍ରୋନ୍‌ ଉଦ୍ୟୋଗୀଙ୍କୁ ଏକର ପିଛା ୧୦୦ଟଙ୍କା ଅନୁଦାନ ଦେବ। ଯାହାଦ୍ୱାରା କୃଷକମାନେ କମ୍‌ ଦରରେ ସିଞ୍ଚନ କରିବାର ସୁବିଧା ମଧ୍ୟ ପାଇ ପାରିବେ। ଏହି ମଡେଲ ନାନୋ ଗ୍ରାମଗୁଡ଼ିକରେ ଫସଲର ଗୁଣବତା ଓ ଉତ୍ପାଦନ ବୃଦ୍ଧି ନେଇ ଚାଷୀମାନଙ୍କୁ ସଚେତନ କରାଯିବ। ପ୍ରଧାନମନ୍ତ୍ରୀ କୃଷିକ୍ଷେତ୍ରରେ ନାନୋ ସାରର ବ୍ୟବହାର ବଢ଼ାଇବା ପାଇଁ ୧୦୦ ଦିନିଆ ଆକ୍ସନ ପ୍ଲାନ୍‌ର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ୪୧୩ ଜିଲ୍ଲାରେ ନାନୋ ଡିଏପି (ତରଳ) ର ୧୨୭୦ଟି ପ୍ରଦର୍ଶନ ଏବଂ ୧୦୦ଟି ଜିଲ୍ଲାରେ ନାନୋ ୟୁରିଆ ପ୍ଲସ୍‌ (ତରଳ)ର ୨୦୦ଟି ପରୀକ୍ଷଣ କରାଯିବ। କୃଷି ବିଜ୍ଞାନ କେନ୍ଦ୍ର, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଗବେଷଣା ଅନୁଷ୍ଠାନର ସହାୟତା ନିଆଯିବ ଓ ଭାରତ ସରକାର ତାହାର ତଦାରଖ କରିବେ। ସମବାୟ ସମିତି ଓ ଅନ୍ୟାନ୍ୟ ବିକ୍ରୟ କେନ୍ଦ୍ରକୁ ଇଫକୋ ପକ୍ଷରୁ ନାନୋ ସାର ଉପଲବ୍ଧ କରାଯିବ। କୃଷକମାନଙ୍କୁ ନାନୋ ସାରର ଉପକାରିତା ବିଷୟରେ କୁହାଯିବ। ନାନୋ ସାର ସିଞ୍ଚନ ପାଇଁ ଇଫକୋ କୃଷକମାନଙ୍କୁ ୨୫୦୦କୃଷି ଡ୍ରୋନ୍‌ ଯୋଗାଇ ଦେଉଛି, ଯେଉଁଥିପାଇଁ ୩୦୦ ‘ନମୋ ଡ୍ରୋନ୍‌ ଦିଦି’ ଏବଂ ଡ୍ରୋନ୍‌ ଉଦ୍ୟୋଗୀ ପ୍ରସ୍ତୁତ ହୋଇଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରକାରର ସ୍ପ୍ରେୟର ମଧ୍ୟ ଉପଲବ୍ଧ କରାଯାଇଛି, ଯାହା ମାଧ୍ୟମରେ ଚାଷୀମାନେ ନିଜ ଜମିରେ ନାନୋ ସାର ସିଂଚନ ସହଜରେ କରିପାରିବେ। ୧୫ଟି ଅନୁଷ୍ଠାନ ସହ ୨୪୫ ଲକ୍ଷ ଏକର ଜମିରେ ଡ୍ରୋନ୍‌ ଜରିଆରେ ସିଂଚନ କରିବାକୁ ଚୁକ୍ତି ହୋଇଛି, ଯାହା ଚାଷୀଙ୍କ କ୍ଷେତରେ ସିଂଚନ କରିବ। ପ୍ରତି ସ୍ପ୍ରେ ଉପରେ ଏକର ପିଛା ୧୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?