ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ୍) କାର୍ଯ୍ୟକ୍ରମରେ ରାଜ୍ୟକୁ ଆନେମିଆ ମୁକ୍ତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ଆଇଏସ୍ଏ ଟାବଲେଟ୍ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ବଟିକା ବଣ୍ଟନ କରା‌ଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଏହାକୁ କୁ ବଣ୍ଟନ ଣ୍ଟନ କରା‌ଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପ ପାଇଁ ଆଇଏଫ୍ (ଗୋଲାପୀ) ବଟିକା, ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫ୍ଏ (ନୀଳ) ବଟିକା ଦିଆଯିବ।

ଅଭିଭାବକଙ୍କ ଉପସ୍ଥିତିରେ ଏକ୍ସପାରୀ ତାରିଖ ତଦାରଖ କରି ପ୍ରଦାନ କରା‌ଯିବ। ବଟିକା ଦେବା ପୂର୍ବରୁ କାର୍ଯ୍ୟକାରିତା ସଂପର୍କରେ ଅଭିଭାବକଙ୍କୁ ଅବଗତ କରାଯିବ। ଖରାଛୁଟିର ପ୍ରତି ସପ୍ତାହର ସୋମବାର ଏହା ଦିଆଯିବ। ପିଲାମାନେ ଖରାବେଳ ଖାଦ୍ୟ କିମ୍ବା ରାତି ଖାଦ୍ୟ ଖାଇବା ପରେ ବଟିକା ଖାଇବେ । ଦରକାର ପଡ଼ିଲେ ଆଇଏଏ ବଟିକା ବିତରଣର ତଦାରଖ ସ୍କୁଲ୍ ପରିଚାଳନା କମିଟି କରିବ । ଖରାଛୁଟିରେ ବଣ୍ଟନ ହୋଇଥିବା ବଟିକାର ସମସ୍ତ ତଥ୍ୟକୁ ଦାଖଲ ହେବ। ଏହାର ଦାୟିତ୍ଵ ବ୍ଲକ ଶିକ୍ଷା ଅଧିକାରୀମାନେ ନେବେ।