ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତରରେ କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି। ୫ ବର୍ଷରେ ରାଜ୍ୟରେ ମୋଟ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି। ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ୱ ପ୍ରସବ ହୋଇଛି। ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରି। ୪ ଲକ୍ଷ ୯ ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି। ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୮ ହଜାର ୨୪୨ ନର୍ମାଲ ଡେଲିଭରି ହୋଇଛି। ୪ ଲକ୍ଷ ୯୦ ହଜାର ୫୦୫ ସିଜେରିଆନ ଡେଲିଭରୀ ହୋଇଛି।