Posted inଫୁରସତ

ଭୟ ଦୂରେଇଲେ କର୍କଟରୁ ମୁକ୍ତି ପାଇହେବ

ସେପ୍ଟେମ୍ବର ୨୨, ଓ୍ବାଲର୍‌ଡ ରୋଜ୍‌ ଡେ’। କାନାଡ଼ାର ମେଲିଣ୍ଡା ରୋଜ୍‌ଙ୍କ ସ୍ମୃତିରେ ଏହି ଦିବସଟି ପାଳିତ ହୋଇଆସୁଛି। ମେଲିଣ୍ଡା ୧୨ ବର୍ଷ ବୟସରେ କର୍କଟରେ ପୀଡ଼ିତ ହୋଇ ନିଜେ ଚିକିତ୍ସିତ ହେବା ସହ ଅନ୍ୟ ରୋଗୀଙ୍କୁ ପ୍ରେରଣା ଦେଉଥିଲେ। ଠିକ୍‌ ସେହିପରି କର୍କଟରେ ପୀଡ଼ିତ ହେବା ସମୟରେ ଏବଂ ସୁସ୍ଥ ହେବା ପରେ ଅନ୍ୟ ରୋଗୀଙ୍କୁ ପ୍ରେରଣା ଦେଉଛନ୍ତି କଟକ ବିଡ଼ାନାସୀ କୁମ୍ଭାରସାହି ଅଞ୍ଚଳର ସ୍ବାଗତିକା ଆଚାର୍ଯ୍ୟ। ମନୋରଞ୍ଜନ ଆଚାର୍ଯ୍ୟ ଓ ପୂର୍ଣ୍ଣିମା ମହାପାତ୍ରଙ୍କ ଝିଅ ଏବଂ ବାଲେଶ୍ୱର ଅଞ୍ଚଳର ଶୁଭ୍ରଜିତ ଜେନାଙ୍କ ସ୍ତ୍ରୀ ସ୍ବାଗତିକା। ୧୯ ବର୍ଷ ବୟସରେ ଲ’ ପଢୁଥିବାବେଳେ ସେ ନାଜୋଫାରିଙ୍କ୍ସ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଅନ୍ୟ ରୋଗୀଙ୍କ ପରି ସେ ଭାଙ୍ଗି ନ ପଡ଼ି ଆତ୍ମବିଶ୍ୱାସ ବଢ଼ାଇ ଚିକିତ୍ସା କରାଇଥିଲେ। ଏବେ କର୍କଟରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସ୍ବାଗତିକା ନିଜେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ କର୍କଟ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଉଥିଲେ।ଏବେ ମଧ୍ୟ କର୍କଟ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କୁ ପ୍ରେରଣା ଦେଉଛନ୍ତି। ୨୦୨୦ କୋଭିଡ୍‌ ସମୟରୁ ସ୍ବାଗତିକା ଆୱାକେନ ନାମକ ଏକ ସଂସ୍ଥା ଦ୍ୱାରା କର୍କଟ ରୋଗୀଙ୍କୁ ସଚେତନ କରାଇ ଆସୁଛନ୍ତି। ଏ ସମ୍ପର୍କରେ ସ୍ବାଗତିକା କହିଛନ୍ତି, ମୁଁ ଚିକିତ୍ସିତ ହେବାବେଳେ ରୋଜ୍‌ ଡେ’ ବିଷୟରେ ଜାଣିବା ପରଠୁୁ ସେହି ସ୍ଥାନରେ ଅନ୍ୟ କର୍କଟ ରୋଗୀଙ୍କୁ ଗୋଲାପ ଫୁଲ ଦେଇ ପ୍ରେରଣା ଦେଉଥିଲି। କର୍କଟରୁ ଆରୋଗ୍ୟ ସମ୍ଭବପର, କେବଳ ଭୟ ଦୂରେଇ ଦେଲେ ଏହି ରୋଗରୁ ବଞ୍ଚିବା ସହଜ ହୋଇଥାଏ। ଏଭଳି ବାର୍ତ୍ତା ନେଇ ପ୍ରତିବର୍ଷ କ୍ୟାନ୍ସର ହସ୍ପିଟାଲରେ ‘ରୋଜ୍‌ ଡେ’ ପାଳିଥାଉ। କର୍କଟ ପୀଡ଼ିତଙ୍କ ପାଖକୁ ଯେତେବେଳେ ଯାଏ ସେମାନେ ବହୁତ କାନ୍ଦନ୍ତି। ସେମାନଙ୍କ ମନୋବଳକୁ ବଢାଇବା ଲାଗି ମୋ ନିଜର ସଂଘର୍ଷ କାହାଣୀ ବଖାଣିଥାଏ। ମୋଠୁ ଶୁଣିବା ପରେ ସେମାନଙ୍କ ମୁହଁରେ ହସ ଫୁଟିଥାଏ। ଚଳିତବର୍ଷ ରୋଜ୍‌ ଡେ’ ଅବସରରେ ଶିଶୁ କର୍କଟ ପୀଡ଼ିତଙ୍କୁ ବିଧାନସଭା ପରିଦର୍ଶନ କରାଇବାକୁ ଯୋଜନା କରାଯାଉଛି।
-ରିପୋର୍ଟ:ଶିଳ୍ପା ପ୍ରିୟଦର୍ଶିନୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri