Posted inଜାତୀୟ

ଆମ ସହ ମୁହାଁମୁହିଁ ହେଲେ ତୁମ ପିଲା ଅନାଥ ହୋଇଯିବେ: ଅନନ୍ତନାଗ ଏନକାଉଣ୍ଟର ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୭।୯ : କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶତ୍ରୁ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଅନନ୍ତନାଗରେ ସାମରିକ ଅପରେକ୍ଶନ ଉପରେ ଏକ ପୋଷ୍ଟ ରିଟୁଇଟ କରି ସେ ଲେଖିଛନ୍ତି ଭାରତର ବହୁ ଶତ୍ରୁ ଅଛନ୍ତି। ସେମାନେ ଆମକୁ ରୋକିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କୁ ଜ୍ଞାତ ହେବା ଆବଶ୍ୟକ ଭାରତୀୟ ସେନା ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। କୌଣସି ଭୁଲ କରନ୍ତୁ ନାହିଁ। ସେମାନଙ୍କ ସହ ଜଡିତ ନ ହେବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହା ହେଉଛି ନୂଆ ଭାରତ। ଭାରତ ଭୟଭୀତ ହେବ ନାହିଁ କିମ୍ବା ପଛକୁ ଫେରିବ ନାହିଁ।

ସେହି ସମାନ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, ଭାରତ ଯୁଦ୍ଧ ଦେଖିଛି ଏବଂ ଆମେ ଯୁଦ୍ଧ ଚାହୁଁ ନାହୁଁ। କିନ୍ତୁ ଯଦି ଆପଣ ଭାରତ ସହିତ ଯୁଦ୍ଧ କରନ୍ତି, ତେବେ ଆପଣଙ୍କର ପିଲାମାନେ ଅନାଥ ହୋଇଯିବେ ଏବଂ ଅନ୍ୟ କେହି ସେମାନଙ୍କୁ ଲାଳନପାଳନ କରିବେ।

ସୂଚନାଯୋଗ୍ୟ, କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗରେ ଗତ ୫ ଦିନ ଧରି ଭାରତୀୟ ସେନାର ସର୍ଚ୍ଚଅପରେଶନ ଜାରି ରହିଛି। ଏଠାରେ ଜଙ୍ଗଲ ପାହାଡରେ ସେନା ଆତଙ୍କବାଦୀଙ୍କୁ ଘେରି ରହିଛି। ସୂତ୍ରରୁ ପ୍ରକାଶ ଏହି ଆକ୍ରମଣରେ ରକେଟ ଲଞ୍ଚର୍‌ ଏବଂ ଅନ୍ୟାନ୍ୟ ଭାରୀ ଅସ୍ତ୍ର ବ୍ୟବହାର କରାଯାଇଛି। ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ସେମାନଙ୍କୁ ଏନକାଉଣ୍ଟର କରିବା ପାଇଁ ଅପରେଶନ କ୍ରମାଗତ ପଞ୍ଚମ ଦିନ ରବିବାର (୧୭ ସେପ୍ଟେମ୍ବର) ଜାରି ରହିଛି।

ଏହି ସପ୍ତାହରେ ମଙ୍ଗଳବାର ଅନନ୍ତନାଗରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଠୋସ ସୂଚନା ପାଇବା ପରେ ସେନା ସେମାନଙ୍କୁ ଘେରି ରହି ଅପରେଶନ ଆରମ୍ଭ କରିଥିଲା। ବୁଧବାର (୧୪ ସେପ୍ଟେମ୍ବର)ରେ ୧୯ଟି ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚକ ଏବଂ କାଶ୍ମୀର ପୋଲିସର ଡିଏସପି ହୁମାୟୁନ ମୁଜାମିଲ ଭଟ ସହିଦ ହୋଇଥିଲେ। ଶୁକ୍ରବାର (ସେପ୍ଟେମ୍ବର ୧୬) ଅପରେଶନ ସମୟରେ ଆଉ ଜଣେ ଯବାନ ସହିଦ ହୋଇଥିଲେ। ତେବେ ପୋଲିସ ଏପର୍ଯ୍ୟନ୍ତ ଯବାନଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ।

ଭାରତରେ ଜି -୨୦ ର ସଫଳତା ପରେ ପାକିସ୍ତାନ ସେନାର ନିର୍ଦ୍ଦେଶରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରାଯାଇଥିଲା। ଗୁପ୍ତଚର ତଥ୍ୟ ଆଧାରରେ ଏଠାରେ ଭାରତୀୟ ସେନା ମଧ୍ୟ ସତର୍କ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri