Categories: Uncategorized

ସକାଳୁ ଖାଲିପେଟରେ ୨ଗ୍ଲାସ୍‌ ନଖ ଉଷୁମ ପାଣି ପିଇଲେ ଦୂରହେବ ….

ମଣିଷ ବଞ୍ଚତ୍ ରହିବା ପାଇଁ ପାଣିର ଆବଶ୍ୟକତା ତ ନିଶ୍ଚୟ ରହିଛି। ତେବେ ସୁସ୍ଥ ଜୀବନ ଜିଇବା ସକାଶେ ପାଣିକୁ କେତେବେଳେ କେମିତି ପିଇବା ଆବଶ୍ୟକ ସେ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଭିନ୍ନ ଉପଦେଶ ଦେଇଥାନ୍ତି। ଯେମିତି କି: ସକାଳୁ ଖାଲିପେଟରେ ୨ଗ୍ଲାସ୍‌ ନଖ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା ସହ ଦିନସାରା ବେଶ୍‌ ଫୁର୍ତ୍ତି ଅନୁଭବ ହୋଇଥାଏ। ସେହିପରି ପ୍ରତ୍ୟହ ୮-୧୨ ଗ୍ଲାସ୍‌ ପାଣି ପିଇଲେ ଶରୀର ହାଇଡ୍ରେଟ୍‌ ରହିଥାଏ। ଖାଇବା ମଝିରେ ପାଣି ନ ପିଇ ଖାଇବାର ଅଧ ଘଣ୍ଟା ପୂର୍ବରୁ ହେଉ କି ପରେ ପାଣି ପିଇବା ସ୍ବାସ୍ଥ୍ୟପ୍ରଦ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷି ଗୋଟେ ଗ୍ଲାସ୍‌ ପାଣି ପିଇ ଶୋଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇଯାଏ। ସେହିପରି ଔଷଧ ଖାଇବା ସମୟରେ ଥଣ୍ଡା ପାଣି ବଦଳରେ ହାଲ୍‌କା ଉଷୁମ ପାଣି ପିଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ଅନ୍ୟପକ୍ଷେ ଠିଆ ହୋଇ ଏକାଥରକେ ଢକ୍‌ଢକ୍‌ କରି ପାଣି ପିଇବା ପରିବର୍ତ୍ତେ ବସିକି ଧୀରେ ଧୀରେ ପାଣି ପିଇଲେ ଆଣ୍ଠୁଗଣ୍ଠି ଦରଜ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।