ମାସ୍କ୍‌ ନ ପିନ୍ଧିଲେ ୫୦୦, ଦୂରେଇ ନ ରହିଲେ ୩୦୦୦ ଦେବାକୁ ପଡ଼ିବ ଜରିମାନା

ଶ୍ରୀନଗର, ୨୧।୭: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଲୋକେ କରୋନା ସଂକ୍ରମଣ ଲାଗି ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ କରୁ ନ ଥିବାରୁ ଜରିମାନା ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏନେଇ ଉପ ରାଜ୍ୟପାଳ ଜି.ସି.ମୁର୍ମୁ ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମାସ୍କ୍‌ ନ ପିନ୍ଧିଥିବା ଅମାନିଆଙ୍କ ପାଇଁ ୫୦୦ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି। ସେହିପରି ବସ୍‌ରେ ସାମାଜିକ ଦୂରତା ଅବଲମ୍ବନ ନ କରାଗଲେ ମାଲିକଙ୍କୁ ୩୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ରାସ୍ତାରେ ଛେପ ପକାଇଲେ ୫୦୦ଟଙ୍କା, କ୍ୱାରାଣ୍ଟାଇନ୍‌ରେ ନିୟମ ପାଳନ ନ କଲେ ୨୦୦୦ ଟଙ୍କା ଏବଂ ଦୋକାନରେ ଲୋକେ ସାମାଜିକ ଦୂରତା ନ ମାନିଲେ ସମ୍ପୃକ୍ତ ଦୋକାନୀଙ୍କୁ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଇପିସି ଧାରା ୧୮୮ ଅନ୍ତର୍ଗତ ଏହି ନିୟମ ଲାଗୁ କରାଯାଇଛି। ଏହାଦ୍ୱାରା ଲୋକେ ସଚେତନ ହୋଇପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟ ପରିସରରେ ବିରୋଧୀଙ୍କ ବିକ୍ଷୋଭ ଶୋଭାଯାତ୍ରା

ନୂଆଦିଲ୍ଲୀ,୨୫ା୩(ପି.ଟି.): ଗଣତନ୍ତ୍ର ବିପଦରେ ଥିବା ଅଭିଯୋଗ କରି ଏବଂ ଆଦାନୀ ଗ୍ରୁପ୍‌ ପ୍ରସଙ୍ଗର ଜେପିସି ତଦନ୍ତ ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଶୁକ୍ରବାର ପାର୍ଲାମେଣ୍ଟ ଭବନ...

୬ ଶ୍ରମିକ କରୋନା ପଜିଟିଭ୍‌ ଚିହ୍ନଟ: ଶିଳ୍ପ ପ୍ରତିଷ୍ଠାନ ବନ୍ଦ ଦାବି ଜୋର୍‌ ଧରିଲା

ଝାରସୁଗୁଡ଼ା ଅଫିସ,୬ା୮: ଝାରସୁଗୁଡ଼ା ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବହୁ...

ସ୍ମୃତି ଇରାନୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ମୃତି ନିଜେ ଟୁଇଟ୍‌ କରି  ସୂଚନା ଦେଇଛନ୍ତି। ସେ କହିଛନ୍ତି,...

କରୋନା ଲଢ଼େଇରେ ଜିତି ବି କାହିଁକି ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ, ବିଶେଷଜ୍ଞ ଦେଲେ ଉତ୍ତର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଲୋକେ...

କରୋନା ମହାମାରୀ: ନାଜାଲ ଭ୍ୟାକ୍ସିନର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୨୧ ।୧୨: କରୋନା ମହାମାରୀକୁ ଦୂରେଇବା ଲାଗି ଭ୍ୟାକ୍ସିନ ଏକମାତ୍ର ଉପାୟ ହୋଇଥିବା ବେଳେ ଭାରତ ବାୟୋଟେକ ଇତିମଧ୍ୟରେ ଡ୍ରଗ୍ସ ରେଗୁଲେଟରକୁ ନାକରେ ଦିଆଯାଇପାରିବା କୋଭିଡ...

ନିପା ଭାଇରସ୍‌ ଆତଙ୍କ, ୧୧ ଜଣଙ୍କଠାରେ ଲକ୍ଷଣ, ୨୫୧ ଜଣ ଆଇସୋଲେଶନ୍‌ରେ…

ଥିରୁଭାନନ୍ତପୁରମ୍‌,୭।୯: କେରଳରେ କରୋନା ମହାମାରୀ ସହିତ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ୧୧ ଜଣଙ୍କଠାରେ ନିପା ଲକ୍ଷଣ ପ୍ରକାଶ ପାଇଛି। ସେହିପରି...

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ...

ପେଟେଣ୍ଟ ଅନୁମୋଦନ ସମୟ ସୀମା କମ କରିବାକୁ ଯୋଜନା କରୁଛନ୍ତି ସରକାର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପେଟେଣ୍ଟ ପାଇଁ ଦାଖଲ ହୋଇଥିବା ଆବେଦନଗୁଡିକର ଅନୁମୋଦନ ସମୟକୁ ଆହୁରି ହ୍ରାସ କରିବାକୁ କେନ୍ଦ୍ର ସରକାର...

Advertisement
Archives

Model This Week