୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦିଅ ନ ହେଲେ ୧୧ରେ ସସ୍‌ପେଣ୍ଡ

ଭୁବନେଶ୍ୱର,୯ା୧୨(ସୁନିତ୍‌ ମିଶ୍ର): ଓଏଏସ୍‌ ଅଫିସରଙ୍କ ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି, ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍‌ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଶୁଣାଇ ଦିଆଯାଇଛି। କେତେଜଣ ଅଫିସର ବଦଳି ନିୟମ ପାଳନ କରି ନ ଥିବାରୁ ସେମାନଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍‌ ୧୧ ତାରିଖରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି କୁହାଯାଇଛି।
ରାଜ୍ୟର ସବୁ ଜିଲାପାଳଙ୍କୁ ଶନିବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଅମିୟ କୁମାର ସାହୁ ଚିଠି ଲେଖି କହିଛନ୍ତି, ଗତ ଅଗଷ୍ଟ ୧୭ ଓ ଅକ୍ଟୋବର ୧୭ ତାରିଖରେ ଓଏଏସ୍‌ ଅଫିସର ବଦଳି ଲାଗି ୨ଟି ତାଲିକା ପ୍ରକାଶ ପାଇଥିଲା। ନଭେମ୍ବର ୨୬ ତାରିଖରେ ସେହି ତାଲିକାଭୁକ୍ତ ସମସ୍ତ ଓଏଏସ୍‌ ଅଫିସରଙ୍କୁ ଏକକାଳୀନ ନୂତନ କାର୍ଯ୍ୟରେ ଯୋଗଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ତେଣୁ ଏହି ଅଫିସରମାନଙ୍କ ମଧ୍ୟରୁ ଯଦି କେହି ଧାର୍ଯ୍ୟ ସମୟ ଭିତରେ ବଦଳି କରାଯାଇଥିବା ସ୍ଥାନରେ ଯୋଗ ନ ଦେଇଥା’ନ୍ତି ତେବେ ଜିଲାପାଳ ଏବଂ କଣ୍ଟ୍ରୋଲିଂ ଅଧିକାରୀ ସେମାନଙ୍କ ଦରମା ବନ୍ଦ କରିବେ ବୋଲି କୁହାଯାଇଛି। ଇତିମଧ୍ୟରେ ଜଣାପଡିଛି, ବହୁ ଅଧିକାରୀ ନୂତନ କାର୍ଯ୍ୟରେ ଯୋଗ ନ ଦେଇ ପୂର୍ବ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ଯାହାକି ସରକାରୀ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଂଘନ। ଯେଉଁ ଅଫିସରମାନେ ଆସନ୍ତା ୧୦ ତାରିଖ ଭିତରେ ବଦଳି ନିର୍ଦ୍ଦେଶ ପାଇଥିବା ସ୍ଥାନରେ ଯୋଗ ନ ଦିଅନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନମୂଳକ ୧୧ ତାରିଖରେ ନିଲମ୍ବନ ଆଦେଶ ଜାରି କରାଯିବ। ଯେଉଁ ଓଏଏସ୍‌ ପାଇଥିବା ନୂଆ ଅଫିସରମାନେ ଏବେ ଟ୍ରେନିଂରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀ ସସ୍‌ପେଣ୍ଡ ହେବା ଅଫିସରଙ୍କ ସ୍ଥାନରେ ନିଯୁକ୍ତି ପାଇବେ ବୋଲି ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri