ଘରେ ଏମିତି ଯଦି ହେଉଥାଏ…

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି। କୁହାଯାଏ, ଏସବୁ କୁଆଡ଼େ ବାସ୍ତୁଦୋଷର ଗୋଟିଏ ଗୋଟିଏ ଲକ୍ଷଣ। ସେହିପରି ବାରମ୍ବାର ଘରେ ଇଲେକ୍ଟ୍ରୋନିକ୍ସ ଜିନିଷ ଖରାପ ହେବା, କାଚ ଭାଙ୍ଗିବା କିମ୍ବା ଲୁଗାପଟାରେ ନିଆଁ ଝୁଲ ଲାଗିବା ବି କେତେକାଂଶରେ ବାସ୍ତୁଦୋଷର ସୂଚନା ଦେଇଥାଏ। ଯଦି ଆପଣ ବାସ୍ତୁ ଉପରେ ବିଶ୍ୱାସ ରଖୁଥାନ୍ତି ତେବେ ଏହାର ପ୍ରତିକାର କରିପାରନ୍ତି। ହେଲେ ଏହି ସବୁ ଘଟଣା ଯେ, ବାସ୍ତୁଦୋଷ ଯୋଗୁ ହେଉଛି ଆଉ ତାହା କେତେ ସଠିକ୍‌ ସେକଥା କହିବା ସମ୍ଭବ ନୁହେଁ। ଏସବୁ ତ ମଣିଷର ବିଶ୍ୱାସ ଓ ଅବିଶ୍ୱାସ ଉପରେ ନିର୍ଭର କରିଥାଏ।