ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନର ଦେବ ସାଥ୍‌ ଦେବ କି ସାଉଦି ଆରବ: ଖ୍ବାଜା ଆସିଫ କଲେ ଚାଞ୍ଚଲ୍ୟକର ଖୁଲାସା

ଇସଲାମାବାଦ୍‌,୨୦।୯: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ବିଷୟରେ ଅନେକ ପ୍ରଶ୍ନ ଉଠାଯାଉଛି। ଏଥିରେ ପରମାଣୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରଠାରୁ ଆରମ୍ଭ କରି ଇସ୍ରାଏଲୀ ଆକ୍ରମଣ ଏବଂ ଭାରତ-ପାକ ଯୁଦ୍ଧ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠାଯାଉଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି, ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସାଉଦି ଆରବ ଏଥିରେ ସାମିଲ ହେବ।

ଖ୍ବାଜା ଆସିଫ କହିଛନ୍ତି, ଯଦି ଭାରତ ତା’ର ପଡ଼ୋଶୀ ବିରୋଧରେ ଯୁଦ୍ଧ ଘୋଷଣା କରେ ତେବେ ସାଉଦି ଆରବ ପାକିସ୍ତାନକୁ ରକ୍ଷା କରିବ। ଏଥିରେ କୌଣସି ସନ୍ଦେହ ନାହିଁ।

ଖ୍ବାଜା ଆସିଫ ଏହାକୁ ନାଟୋର ଧାରା ୫ ସହିତ ତୁଳନା କରିଥିଲେ। ଏଥିରେ କୁହାଯାଇଛି, ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ବିବେଚନା କରାଯାଏ। ସାଉଦି ଆରବ ସହିତ ଚୁକ୍ତିନାମା ପ୍ରତିରକ୍ଷାମୂଳକ, ଆକ୍ରମଣାତ୍ମକ ନୁହେଁ। ଯଦି କୌଣସି ଆକ୍ରମଣ ହୁଏ, ସାଉଦି ଆରବ କିମ୍ବା ପାକିସ୍ତାନ ବିରୋଧରେ, ଆମେ ଏହାକୁ ଏକାଠି ଲଢ଼ିବୁ।
ଖ୍ବାଜା ଆସିଫ ମଧ୍ୟ ନିଶ୍ଚିତ କରିଛନ୍ତି, ଆବଶ୍ୟକ ହେଲେ ପାକିସ୍ତାନର ପରମାଣୁ ଅସ୍ତ୍ର ସାଉଦି ଆରବକୁ ଉପଲବ୍ଧ ହେବ, ଯଦିଓ ପାକିସ୍ତାନର ସରକାରୀ ନୀତିରେ କୁହାଯାଇଛି ଯେ, ସେଗୁଡ଼ିକୁ କେବଳ ଭାରତ ବିରୋଧରେ ବ୍ୟବହାର କରାଯାଇପାରିବ।

ସେ କହିଛନ୍ତି, ଏହି ଚୁକ୍ତିନାମା ଅନୁଯାୟୀ ଆମର କ୍ଷମତା ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହେବ। ପାକିସ୍ତାନ ସର୍ବଦା ଏହାର ପରମାଣୁ ପ୍ରତିଷ୍ଠାନର ଯାଞ୍ଚକୁ ଅନୁମତି ଦେଇଛି ଏବଂ କେବେ ନିୟମ ଉଲ୍ଲଂଘନ କରିନାହିଁ।

ଜଣେ ବରିଷ୍ଠ ସାଉଦି ଅଧିକାରୀ କହିଛନ୍ତି, ଏହି ଚୁକ୍ତିନାମା ସମସ୍ତ ସାମରିକ ଉପାୟକୁ କଭର କରୁଥିବା ଏକ ବ୍ୟାପକ ପ୍ରତିରକ୍ଷା ଚୁକ୍ତିନାମା। ଏହି ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ରିୟାଦ ଗସ୍ତ ସମୟରେ ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମାର ଏକ ପ୍ରମୁଖ ଧାରା ଅନୁଯାୟୀ, ଉଭୟ ଦେଶ ଉପରେ ଯେକୌଣସି ଆକ୍ରମଣକୁ ଉଭୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ବୁକ୍‌ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri