ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲେ ଏହି ଦେଶଗୁଡ଼ିକ ଉପରେ ପ୍ରଥମେ ପଡ଼ିବ ମିସାଇଲ, ଭାରତରେ ହେବ…

ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ, ତେବେ କେତେକ ଦେଶ ମିସାଇଲ ଆକ୍ରମଣର ପ୍ରଥମ ଲକ୍ଷ୍ୟ ହେବେ, ଆନ୍ୟମାନେ ନିରପେକ୍ଷ ନୀତି ଓ ଭୌଗୋଳିକ ଅବସ୍ଥାନ ହେତୁ ସୁରକ୍ଷିତ ରହିବେ।

ବିଶେଷଜ୍ଞମାନଙ୍କ ମତରେ, ଭୌଗୋଳିକ ଅବସ୍ଥାନ, ସାମରିକ ଭୂମିକା ଏବଂ ରାଜନୈତିକ ଜୋଟ ହେତୁ ଇସ୍ରାଏଲ, ଇରାନ, ୟୁକ୍ରେନ, ଦକ୍ଷିଣ କୋରିଆ, ଜାପାନ ଏବଂ ତାଇୱାନ ପରି ଦେଶଗୁଡ଼ିକ ମିସାଇଲ ଆକ୍ରମଣର ପ୍ରଥମ ଲକ୍ଷ୍ୟ ହୋଇପାରନ୍ତି। ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ପଶ୍ଚିମ ଏସିଆରୁ ଆରମ୍ଭ ହୋଇପାରେ, ଯେଉଁଠାରେ ଆମେରିକା, ଇସ୍ରାଏଲ ଏବଂ ୟୁରୋପୀୟ ଦେଶଗୁଡ଼ିକ ଏକ ପକ୍ଷରେ ରହିବେ, ଆନ୍ୟପକ୍ଷରେ ରୁଷିଆ, ଚୀନ, ଉତ୍ତର କୋରିଆ ଏବଂ କେତେକ ଆରବ ଦେଶ ରହିବେ। ଏହି ସଂଘର୍ଷ ଯଦି ଆହୁରି ତୀବ୍ର ହୁଏ, ତେବେ ଚୀନ ଓ ଉତ୍ତର କୋରିଆ ରୁଷିଆ ଓ ଇରାନକୁ ସମର୍ଥନ କରି ଯୁଦ୍ଧରେ ସାମିଲ ହୋଇପାରନ୍ତି।

କେଉଁ ଦେଶଗୁଡ଼ିକ ରହିବେ ସୁରକ୍ଷିତ?
ଗ୍ଲୋବାଲ ପିସ ଇଣ୍ଡେକ୍ସ ୨୦୨୫ ରିପୋର୍ଟ ଅନୁଯାୟୀ, କେତେକ ଦେଶ ନିରପେକ୍ଷତା ଏବଂ ଶାନ୍ତିପୂର୍ଣ୍ଣ ନୀତି ହେତୁ ତୃତୀୟ ବିଶ୍ୱଯୁଦ୍ଧ ସମୟରେ ସୁରକ୍ଷିତ ରହିବେ। ଏହି ଦେଶଗୁଡ଼ିକ ହେଉଛି:
ଆଇସଲ୍ୟାଣ୍ଡ
ଆୟର୍ଲ୍ୟାଣ୍ଡ
ନ୍ୟୁଜିଲ୍ୟାଣ୍ଡ
ଅଷ୍ଟ୍ରିଆ
ସୱିଟଜରଲ୍ୟାଣ୍ଡ
ସିଙ୍ଗାପୁର
ପର୍ତ୍ତୁଗାଲ
ଡେନମାର୍କ
ସ୍ଲୋଭେନିଆ
ଫିନଲ୍ୟାଣ୍ଡ

ଏହି ତାଲିକାରେ ୟୁରୋପୀୟ ଦେଶଗୁଡ଼ିକର ପ୍ରାଧାନ୍ୟ ରହିଛି, କେବଳ ସିଙ୍ଗାପୁର ଏକମାତ୍ର ଏସୀୟ ଦେଶ ଭାବେ ସ୍ଥାନ ପାଇଛି। ଏହା ବ୍ୟତୀତ, ସ୍ବିଜରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, କାନାଡା, ସୱୀଡେନ ଏବଂ ଭୁଟାନ ପରି ଦେଶଗୁଡ଼ିକ ମଧ୍ୟ ନିରପେକ୍ଷତା ଓ ଶାନ୍ତିପୂର୍ଣ୍ଣ ନୀତି ହେତୁ ସୁରକ୍ଷିତ ରହିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗ୍ଲୋବାଲ ପିସ ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ଏବଂ ତା’ର ପଡ଼ୋଶୀ ଦେଶ ପାକିସ୍ତାନ ସୁରକ୍ଷିତ ଦେଶଗୁଡ଼ିକର ତାଲିକାରେ ସ୍ଥାନ ପାଇ ନାହାନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଏହି ଅଞ୍ଚଳରେ ସାମରିକ ଗତିବିଧି ହେତୁ ଏହି ଦୁଇ ଦେଶ ବିଶ୍ୱଯୁଦ୍ଧରେ ପ୍ରଭାବିତ ହୋଇପାରେ। ତେବେ, ଭାରତର ଶକ୍ତିଶାଳୀ ସାମରିକ କ୍ଷମତା ଏବଂ କୂଟନୈତିକ ନୀତି ଏହାକୁ ସଂଘର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ପ୍ରସ୍ତୁତ ରଖିଛି।

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ହେତୁ ରୁଷିଆ ଓ ପଶ୍ଚିମୀ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଆମେରିକା ଇସ୍ରାଏଲର ସମର୍ଥନରେ ଇରାନ ଉପରେ ଆକ୍ରମଣ କରିଥିବା ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସଂଘର୍ଷକୁ ଆହୁରି ଜଟିଳ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସଂଘର୍ଷକୁ ବିଶ୍ୱ ସଂଘର୍ଷର ବିପଦ ବୋଲି ଅଭିହିତ କରିଛନ୍ତି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri