୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ ସଭାପତି ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ଦେବଗଡ଼ ଜିଲା ସଭାପତି ସେମ ହେମରନ, ନୂଆପଡ଼ା ଜିଲା କଂଗ୍ରେସ ପ୍ରଭାରୀ ବିଜୟ ନନ୍ଦ ଚାଉଳିଆ, ଯୁବ ପ୍ରଭାରୀ ମୁରଲୀଧର ନାଏକ, ବରିଷ୍ଠ ନେତା କମଳ ଚରଣ ତାଣ୍ଡି, ଫକୀର ଜଗତ, ଫାରୁକ ମହମ୍ମଦ, ଦିବ୍ୟସିଂ ମାଝି, ଦେବଦତ୍ତ ଦୀକ୍ଷିତ, ଯୁବ କଂଗ୍ରେସ ଜିଲା ସଭାପତି ଅମିତ ଅହୀର, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ପାଶା ମହାନନ୍ଦ, ଶାହାରୁଖ ଖାନ, ମହିଳା ନେତ୍ରୀ ପ୍ରତିଭା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଉପନିର୍ବାଚନ ସମୟରେ ଶାସକ ଦଳ ଘୋଷଣା କରିଥିବା କାର୍ଯ୍ୟ ୩ମାସ ମଧ୍ୟରେ ଆରମ୍ଭ ନ ହେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି ସଭାପତି ଦାସ ସୂଚନ ଦେଇଥିଲେ। ସେ ଆହୁରି କହିଥିଲେ, ଉପନିର୍ବାଚନକୁ ଶାସକ ଦଳର ପ୍ରଶାସନିକ କଳ, ବାହୁବଳ, ଅର୍ଥବଳ ଭୋଟରଙ୍କୁ ପ୍ରଭାବିତ କରିଥିଲା। ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଶ୍ରେଷ୍ଠ ପ୍ରୟାସ ସତ୍ତ୍ୱେ ଆମ ଦଳ ପଛରେ ରହିଲା। ୨୫ ବର୍ଷର ଶାସନ କରିଥିବା ବିଜେଡିକୁ ପଛରେ ପକାଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭୂମିକା ହାସଲ କରିବା ଆମର ବଡ଼ ଉପଲବ୍ଧି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଶତ ପ୍ରତିଶତ ଭଲ ପ୍ରଦର୍ଶନ କରିବ। ରାଜ୍ୟର ମହିଳାଙ୍କ ସୁରକ୍ଷା, ଶ୍ରମିକ, ଚାଷୀ, ଯୁବ, ଛାତ୍ର ଓ ପଛୁଆ ବର୍ଗଙ୍କ ସ୍ବାର୍ଥ ରକ୍ଷା, ଅଧିକାର ଓ ନ୍ୟାୟ ପାଇଁ କଂଗ୍ରେସ ସଂଘର୍ଷ ଜାରି ରଖିବ। ଶାସକ ଦଳ ନିର୍ବାଚନ ଜିତିବା ପାଇଁ ବାହାବା ନେଇ ୧୧ ଶହ କୋଟିର ଉନ୍ନୟନ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର ସ୍ଥାପନକରି ନୂଆପଡ଼ାଠାରେ ମେଡିକାଲ କଲେଜ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏହାସହ ଖରିଆର ରୋଡ୍‌କୁ ମ୍ୟୁନିସିପାଲିଟି ଓ କୋମନାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରାଯିବା କାର୍ଯ୍ୟ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ଦାସ କହିଛନ୍ତି। ଜିଲା ପରିଷଦ ସଦସ୍ୟ ଭରତ ଲାଲ ରାଉତ ସଭା ପରିଚାଳନା କରିଥିଲେ। ଯୁବନେତା ସୌରଭ ଚନ୍ଦ୍ରକାର, ବିମଳ ସାହୁ, କରୁଣାକର ଚଣ୍ଡୀ, ଆଲୋକ ଗୁରୁ, ବିକ୍ରମ ବିଶାଳ, ହୀରାଲାଲ ପଟେଲ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

ବାଇକ୍‌ରେ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ଚାଲିଗଲା ସାଗରଙ୍କ ଜୀବନ, ଉତ୍ତେଜନା ପରେ…

ଭଞ୍ଜନଗର, ୧୦।୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାହାଣପଲ୍ଲୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି…

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

“ଜଙ୍ଗଲ ନିଆଁକୁ ରୋକିଲେ ହିଁ ପରିବେଶ ସୁରକ୍ଷିତ ରହିବ”

ଭଞ୍ଜନଗର, ୧୦।୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍‌ ଫିଙ୍ଗିଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri