ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ଛତ୍ରପୁର,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଲକ୍ଷ୍ମଣଭବନଠାରେ ରାଜ୍ୟ ସଂଘର ଡାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ସଂଘର ସମ୍ପାଦକ ମନୋଜ ତ୍ରିପାଠୀ ସଭାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ନୂତନ ଏନ୍‌ପିଏସ୍‌ ଶିକ୍ଷୟିତ୍ରୀଶିକ୍ଷକଙ୍କ ୬ ବର୍ଷର ଠିକା କର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ଇନଷ୍ଟାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପେନ୍‌ସନ୍‌ ପ୍ରଦାନ ଭଳି ଦାବି ରହିଛି । ପ୍ରାଥମିକ ଶିକ୍ଷକ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିବା ସହ ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖଠାରୁ ଗଞ୍ଜାମ ଜିଲାର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏବଂ କନିଷ୍ଠ ଶିକ୍ଷକ ସଂଘ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଛତ୍ରପୁର ଏଲିମେଣ୍ଟାରୀ ଶିକ୍ଷକ ଲକ୍ଷ୍ମୀ ନାରାୟଣ ବେହେରା, ପଞ୍ଚାନନ ରଥ, ରବିନାରାୟଣ ବେହେରା, ସୁବୋଧ ରାଉତ, ସିଏଚ୍‌ କିରଣ କୁମାର, ଦିଲ୍ଲୀପ ପଲେଇ,ପୀତାମ୍ବର ବେହେରା,ମାଗୁଣି ଶତପଥୀ, ବିଭୂଦତ୍ତ ଶତପଥୀ, ଶିବଶଙ୍କର ଗୌଡ଼, ପ୍ରଦୀପ ପଲେଇ, ଲିଙ୍ଗରାଜ ସ୍ବାଇଁଙ୍କ ସମେତ ସମସ୍ତ କ୍ଲଷ୍ଟର କୋଅଡିନେଟର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri