ଶହୀଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରସଙ୍ଗ: କେନ୍ଦ୍ର ନ ଦେଲେ ରାଜ୍ୟ ଦେବ ୫୦ଲକ୍ଷ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଶହୀଦ ହୋଇଥିବା କୋଭିଡ୍‌ ଯୋଦ୍ଧାଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ନ ଦେଲେ ନିଜେ ପ୍ରଦାନ କରିବେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ ଶହୀଦଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ବୀମା ରାଶି ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)ରୁ ରାଜ୍ୟ ସରକାର ତାହାକୁ ପ୍ରଦାନ କରିବେ। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
କରୋନା ଲଢ଼େଇରେ ରାଜ୍ୟରେ ଶହୀଦ ହୋଇଥିବା ୬୦ଜଣ କୋଭିଡ୍‌ ଯୋଦ୍ଧାଙ୍କ ନାଁ କେନ୍ଦ୍ରକୁ ପଠାଯାଇଥିବାବେଳେ ମାତ୍ର ଜଣଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି। ତେଣୁ ବାକି ଯୋଦ୍ଧାମାନଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ ୫୦ଲକ୍ଷ ଟଙ୍କାର ବୀମା ରାଶି ଦେବା ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ହେଲେ ଏପର୍ଯ୍ୟନ୍ତ ତାହାର କୌଣସି ଉତ୍ତର ମିଳିନାହିଁ। ଏଭଳିସ୍ଥଳେ କୋଭିଡ୍‌ ଯୋଦ୍ଧାଙ୍କ ମନରୁ କୌଣସି ପ୍ରକାର ସନ୍ଦେହ ଦୂର କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ରାଜ୍ୟ ସରକାର ତୁରନ୍ତ ନିଜେ ଏହି ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟରେ ଥାଇ କୋଭିଡ୍‌ ସଂକ୍ରମଣରେ ପ୍ରାଣ ହରାଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସିଏମ୍‌ଆର୍‌ଏଫ୍‌ରୁ ସହାୟତା ମିଳିବ। ସମ୍ପୃକ୍ତ ଜିଲାର ଜିଲାପାଳମାନେ ଏନେଇ ନିଷ୍ପତ୍ତି ନେବେ। ଯଦି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ସମ୍ପୃକ୍ତ ଯୋଦ୍ଧାଙ୍କୁ ୫୦ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରନ୍ତି ତା’ହେଲେ ରାଜ୍ୟ ସରକାର ପ୍ରଦାନ କରିଥିବା ଅର୍ଥକୁ ସେମାନଙ୍କ ପରିବାର ତଥା ନିକଟ ସମ୍ପର୍କୀୟ ଫେରାଇବାକୁ କୁହାଯାଇଛି। ଏଥିପାଇଁ ଏକ ଅଣ୍ଡରଟେକିଂ ସ୍ବାକ୍ଷର କରାଯିବ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ଆଧାର କରି ଜିଲାପାଳମାନେ ଶହୀଦ କୋଭିଡ୍‌ ଯୋଦ୍ଧାଙ୍କ ନାମ ପଠାଇବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉକ୍ତ ତାଲିକା ଯାଞ୍ଚ କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କୋଭିଡ୍‌ରେ ଶହୀଦ ହୋଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମାରାଶି ଘୋଷଣା କରିଥିଲେ। ସେହିଭଳି ଓଡ଼ିଶା ସରକାର ମଧ୍ୟ ନିଜଆଡୁ କୋଭିଡ୍‌ ପରିଚାଳନାରେ ନିୟୋଜିତ କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ଶହୀଦର ମାନ୍ୟତା ସହ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri