ଆକାଉଣ୍ଟକୁ ୧ ଟଙ୍କା ଆସି ନ ଥିଲେ ସୁଭଦ୍ରା ଟଙ୍କା ପାଇବେ ନା ନାହିଁ: ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୧୬।୯: ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍‌ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି। ତେବେ ମେସେଜ୍‌ ଆସି ନ ଥିବା ହିତାଧୀକାରୀ ଚିନ୍ତିତ ଅଛନ୍ତି ଯେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ଏସବୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆକାଉଣ୍ଟକୁ ୧ ଟଙ୍କା ନ ଆସିଥିଲେ ବି ୧୭ରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିବା ସେ କହିଛନ୍ତି।

ସୁଭଦ୍ରା ଯୋଜନାର ଆବେଦନ ମଧ୍ୟରେ ସାଇବର ଠକ ମାତିଛନ୍ତି । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ ଲିଙ୍କ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ କୌଣସି ଫୋନ କଲ ଯାଉନି । ଯଦି କିଛି ଲିଙ୍କ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ। ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁଭଦ୍ରା ଯୋଜନା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ। ଯୋଜନା ଲଂଚ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆୟୋଜିତ ହୋଇଛି ସୁଭଦ୍ରା ସ୍ବାଗତ ପଦଯାତ୍ରା। ସୁଭଦ୍ରା ଲାଗି ଏବେ ସୁଦ୍ଧା ପ୍ରାୟ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଲେଣି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri