ରାସ୍ତା ନ ହେଲେ ନିର୍ବାଚନରେ ଜବାବ ଦେବୁ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଆଙ୍କୁଡି ଗ୍ରାମ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ରହିଥିଲେ ହେଁ ସମସ୍ୟାର ସମାଧାନ ହେଉନାହିଁ। ବିଶେଷକରି ଗ୍ରାମକୁ ଯିବା ପାଇଁ ଏକ ଜଙ୍ଗଲୀ ରାସ୍ତା ରହିଛି। ବହୁ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲେ ହେଁ ବର୍ତ୍ତମାନ ରକ୍ଷଣାବେକ୍ଷଣ ସାଙ୍ଗକୁ ଉନ୍ନତୀକରଣ କାମର ଅଭାବ ଯୋଗୁ ଏହା ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଜଙ୍ଗଲୀ ରାସ୍ତାରେ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯିବାଆସିବା କରିଥାନ୍ତି। ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହେବା ସହ ଦବି ଯାଇଥିବାରୁ ଲୋକେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ଏ ନେଇ ଲୋକେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। ଏପରି କି ଉକ୍ତ ରାସ୍ତାରେ ବନ୍ୟଜନ୍ତୁଙ୍କ ମଧ୍ୟ ଭୟ ରହିଛି। ଜରୁରୀ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପହଞ୍ଚି ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି।
ସମସ୍ୟାର ସମାଧାନ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳର ଲୋକେ ଭୋଟ ଦେଇନାହାନ୍ତି, ତେଣୁ ସମସ୍ୟାର ସମାଧାନ କରାଯାଉ ନାହିଁ ବୋଲି ଜନପ୍ରତିନିଧି ରୋକ୍‌ଠୋକ୍‌ କହୁଥିବା ଅଞ୍ଚଳର କିଛି ପୁରୁଖା ଲୋକ ଦୁଃଖପ୍ରକାଶ କରି କହିଛନ୍ତି।
ସେହିପରି ଉକ୍ତ ରାସ୍ତାର ଜହ୍ନେଇ ନାଳ ଉପରେ ପ୍ରାୟ ୨୦ ବର୍ଷ ତଳେ ନିର୍ମିତ ପୋଲର ଅବସ୍ଥା ଶୋଚନୀୟ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ବଢ଼ି ପାଣିରେ ଧୋଇହୋଇ ଦବି ଯାଇଛି। ବଡ଼ ବର୍ଷା ହେଲେ ପୋଲଟି ପାଣିରେ ଭାସିଯିବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପ୍ରକାଶ ଯେ, ଉକ୍ତ ରାସ୍ତା ଉପରେ ପାଖାପାଖି ୨୫ ଗ୍ରାମର ଲୋକ ଯିବାଣ୍‌ଆସିବା କରିଥାନ୍ତି।
ଅନ୍ୟପକ୍ଷେ ସରକାର ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉକ୍ତ ରାସ୍ତାର ନିର୍ମାଣ କାହିଁକି କରାଯାଉନାହିଁ ବୋଲି ବରିଷ୍ଠ ନାଗରିକମାନେ ମତବ୍ୟକ୍ତ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରାସ୍ତା କାମ ହୋଇ ବର୍ତ୍ତମାନ ନଷ୍ଟ ହୋଇଯାଇଥିଲେ ହେଁ ଉନ୍ନତୀକରଣ କାମ କରାଯାଉନାହିଁ। ରାସ୍ତା ମରାମତି କରା ନ ଗଲେ ଏହାର ଜବାବ ଆଗାମୀ ନିର୍ବାଚନରେ ଦେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲାପାଳଙ୍କୁ ଭେଟି ସମସ୍ୟା ସଂକ୍ରାନ୍ତରେ ଗୁହାରି କରିବେ ବୋଲି କହିଛନ୍ତି। ରାସ୍ତା ନିର୍ମାଣ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଜଣାଇବେ ବୋଲି ସ୍ଥାନୀୟ ଜିଲା ପରିଷଦ ସଭ୍ୟା ରମଣୀ ନାୟକ କହିଛନ୍ତି। ପ୍ରାଥମିକତା ଦେଇ ତୁରନ୍ତ ରାସ୍ତାର ଉନ୍ନତୀକରଣ କରାଯାଉ ବୋଲି ପୂର୍ବତନ ବିଧାୟକ ହୃଷୀକେଶ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri