Posted inଜାତୀୟ

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ଦାବିରେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ପାଇବା ପରେ ସେ ଶନିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନାହାରରେ ବସିବାକୁ ଘୋଷଣା କରିଛନ୍ତି।

ୱାଙ୍ଗଚୁକ ଶୁକ୍ରବାର କହିଛନ୍ତି ଯେ ଯେତେବେଳେ ଆମକୁ ରାଜଘାଟକୁ ନିଆଗଲା ଏବଂ ନିଶ୍ଚିତ କରାଗଲା ଯେ ଦେଶର ତିନିଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଭେଟିବା ପାଇଁ ଆମେ ତାରିଖ ପାଇବୁ, ୪୮ ଘଣ୍ଟା ପରେ ଆମେ ଆମରଣ ଅନଶନ ବନ୍ଦ କରିଦେଲୁ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କୌଣସି ତାରିଖ ପାଇଲୁ ନାହିଁ।
ସୋନମ ୱାଙ୍ଗଚୁକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆମଠାରୁ କିଛି କିଲୋମିଟର ଦୂରରେ ଥିଲେ। ଆମେ ତାଙ୍କୁ ଭେଟିବାକୁ ଆଶା କରୁଥିଲୁ। ୱାଙ୍ଗଚୁକ ଏକ ମାସ ପୂର୍ବରୁ ଲେହରୁ ଆରମ୍ଭ ହୋଇଥିବା ଦିଲ୍ଲୀ ଚାଲୋ ପଦଯାତ୍ରାର ନେତୃତ୍ୱ ନେଉଥିଲେ। ଏହି ପଦଯାତ୍ରା ଲେହ ଆପେକ୍ସ ବଡି ଦ୍ୱାରା ଆୟୋଜିତ ହୋଇଥିଲା। ଏହା କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ ସହିତ, ଗତ ଚାରି ବର୍ଷ ଧରି ଲଦ୍ଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ଦାବି କରି ଏକ ଆନ୍ଦୋଳନ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

ପ୍ରତିରକ୍ଷା ବଜେଟ୍‌ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର

ନୂଆଦିଲ୍ଲୀ,୧।୨: ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri