Posted inଜାତୀୟ

ନେତାଜୀ ବଞ୍ଚିଥିଲେ ଏସ୍‌ଆଇଆର୍‌ ନୋଟିସ ପାଇଥାନ୍ତେ: ମମତା

କୋଲକାତା,୨୪ା୧: ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯଦି ବଞ୍ଚତ୍ଥାଆନ୍ତେ ତେବେ ନିର୍ବାଚନ କମିଶନ (ଇସି) ତାଙ୍କୁ ଛାଡ଼ି ନ ଥାଆନ୍ତେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଶୁଣାଣି ପାଇଁ ହାଜର ହେବାକୁ ଇସି ନେତାଜୀଙ୍କୁ ମଧ୍ୟ ନୋଟିସ ପଠାଇଥାନ୍ତେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି।
ନେତାଜୀ ଜୟନ୍ତୀ ପାଳନ ଅବସରରେ କୋଲକାତାର ରେଡ୍‌ ରୋଡ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି, ଏସ୍‌ଆଇଆର୍‌ ପ୍ରକ୍ରିୟାରେ ନିୟୋଜିତ କର୍ମଚାରୀମାନେ ମରିବାରେ ଲାଗିଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ଓ ଦୁଶ୍ଚିନ୍ତା ଯୋଗୁ ଦିନକୁ ୩ରୁ ୪ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟରେ ଏସ୍‌ଆଇଆର୍‌ ଆରମ୍ଭ ହେବା ଦିନଠୁ ଅଦ୍ୟାବଧି ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୪୦ରୁ ୪୫ ଜଣ ହସ୍ପିଟାଲରେ ଜୀବନମୃତ୍ୟୁର ସଂଗ୍ରାମ କରୁଛନ୍ତି। ଏହି ଅସ୍ବାଭାବିକ ମୃତ୍ୟୁ ପାଇଁ ଇସି ଏବଂ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଉତ୍ତରଦାୟୀ ହେବା ଉଚିତ।
ଏତେ ଘଟଣା ଘଟିଯିବା ପରେ ଆମକୁ ଭାରତୀୟ ନାଗରିକତ୍ୱର ପ୍ରମାଣ ଦେବାକୁ ପଡ଼ୁଛି। ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଉଛି ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ନେତାଜୀ ବଞ୍ଚତ୍ଥିଲେ ତାଙ୍କୁ ମଧ୍ୟ ଇସି ଏସ୍‌ଆଇଆର୍‌ ଶୁଣାଣି ପାଇଁ ନୋଟିସ ପଠାଇଥାନ୍ତେ। କେନ୍ଦ୍ର ସରକାର ନେତାଜୀ, ଗାନ୍ଧିଜୀ ଓ ଆମ୍ବେଡକରଙ୍କ ଭଳି ଜାତୀୟ ପ୍ରତୀକମାନଙ୍କୁ ଅପମାନିତ କରୁଛି। କ୍ଷମତାରେ ଥିବା ଲୋକେ ଦେଶର ଇତିହାସକୁ ଖରାପ ଚିତ୍ରଣ କରୁଥିବା ମମତା ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗବାସୀ ଏପରି ଅପମାନକୁ ଗ୍ରହଣ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ହେବ ବାଲ୍ୟ ବିବାହମୁକ୍ତ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଥିବା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସୋମବାର…

ଚାରିଧାମର ଏହି ମନ୍ଦିରରେ ଲାଗିଲା କଟକଣା: ଅଣ-ହିନ୍ଦୁଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ,୨୬।୧: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ଗାଙ୍ଗୋତ୍ରୀ ଧାମରେ ଏଣିକି ଅଣ-ହିନ୍ଦୁମାନେ ପ୍ରବେଶ କରିପାରିବେ ନାହିଁ। ଶ୍ରୀ ଗାଙ୍ଗୋତ୍ରୀ ମନ୍ଦିର କମିଟି ପକ୍ଷରୁ ରବିବାର ଏହି…

ସାଧାରଣତନ୍ତ୍ର ଦିବସକୁ ଭୁଲିଗଲେ ପୋଷ୍ଟ ଅଫିସ, ବ୍ୟାଙ୍କ ଅଧିକାରୀ-କର୍ମଚାରୀମାନେ

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର):ସାରାଦେଶର ପୁରପଲ୍ଲୀରେ ପବିତ୍ର ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରହିଥିବା ପୋଷ୍ଟ ଅଫିସ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ ପତାକା…

ସ୍ବାଧୀନତା ସଂଗ୍ରାମରେ ପାଇକଙ୍କ ବୀରତ୍ୱ ଅତୁଳନୀୟ: ଉପମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଭିନ୍ନ ଢଙ୍ଗରେ ପାଳିଲେ ସାଧାରଣତନ୍ତ୍ର ଦିବସ: ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରେ ପହଞ୍ଚିଲେ…

ଭଞ୍ଜନଗର,୨୬।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧) ପକ୍ଷରୁ ସୋମବାର ସାଧାରଣତନ୍ତ୍ର ଦିବସ…

ହାତୀ ମୃତ୍ୟୁ ଘଟଣା: ଦୋଷୀଙ୍କୁ ଛଡା ଯିବନି,ସମସ୍ତଙ୍କୁ ଧରିବକହିଲେ ଜଙ୍ଗଲ ମନ୍ତ୍ରୀ

ଭବାନୀପାଟଣା,୨୬।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପଡ଼ିଆଠାରେ ସୋମବାର ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ…

କଳାହାଣ୍ଡିରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ :  ଯୋଗଦେଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ

ଭବାନୀପାଟଣା,୨୬।୧( ଉତ୍ତମ କୁମାର ଦାଶ ): କଳାହାଣ୍ଡିରରେ ସୋମବାର ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭବାନୀପାଟଣା ରିଜର୍ଭ ପଡିଆଠାରେ ଆୟୋଜିତ…

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବଜାର ଉପରେ କରିଦେଲେ ଛିଡ଼ା: ସହିପାରିଲେନି ବାପା ଶେଷରେ ନେଲେ ଚରମ ନିଷ୍ପତ୍ତି 

ଚାନ୍ଦବାଲି,୨୬।୧(କିଷାନ ପାତ୍ର): ସୀମା ଟପିଲା ବର୍ବରତା। ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ  ବାପା  ସହି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri