Posted inଖେଳ

ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଲେ ଦେଶବାସୀଙ୍କର ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ,୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ୬ ଦିନ ଭାରତ ପାଇଁ ସାଧାରଣ ଥିଲା । ୬ ଦିନରେ ଭାରତୀୟ ଦଳ ମାତ୍ର ୩ଟି ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛି। ପିଭି ସିନ୍ଧୁ, ନିକହତ ଜରିନ, ରୋହନ ବୋପନାଙ୍କ ପରି ଭେଟେରାନମାନେ ଅଲିମ୍ପିକରୁ ବାହାରି ଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଉପରେ ଭାରତର ଆଶା ରହିଛି। ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିବା ନେଇ ଏକ ବଡ଼ ଘୋଷଣା କରିଛନ୍ତି।

ଏଟଲିଜ ଭିସା ସିଇଓ ମୋହକ ନାହାତା ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ଜିତନ୍ତି, ତେବେ ୧ ଦିନ ପାଇଁ ସେ ସମଗ୍ର ଦେଶର ଲୋକଙ୍କୁ ବିଶ୍ୱର ଯେକୌଣସି ଦେଶକୁ ମାଗଣା ଭିସା ପ୍ରଦାନ କରିବେ। ମୋହାକ ତାଙ୍କ ଲିଙ୍କଡଇନ ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଭାବେ ଭିସା ପଠାଇବାକୁ ସେ କହିଛନ୍ତି। ମୋହକ କହିଛନ୍ତି ଯେ ଭିସା ପାଇଁ ସେ ଗୋଟିଏ ଟଙ୍କା ମଧ୍ୟ ନେବେ ନାହିଁ।
ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କାର୍ଯ୍ୟକ୍ରମ ୬ ଅଗଷ୍ଟରୁ ଆରମ୍ଭ ହେବ। ପଦକ ଇଭେଣ୍ଟ ଅଗଷ୍ଟ ୮ରେ ଖେଳାଯିବ। ଅଭିନବ ବିନ୍ଦ୍ରଙ୍କ ପରେ ନୀରଜ ଦ୍ୱିତୀୟ ଆଥଲେଟ ଯିଏକି ଏକ ଦେଶ ପାଇଁ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କୁ ପୁଣି ଥରେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯଯିବ ବୋଲଇ ଆଶ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ଟିଭି ଦେଖୁଥିଲେ ମା’, ଆସିଲା ପୁଅ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର: ଆଉ ତା’ପରେ ପରିବାର ଲୋକେ ନେଲେ ଏମିତି ପଦକ୍ଷେପ

ପୁଣେ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ, ତାଙ୍କ ମାଆ ଆଶାତାଇ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଖବର ଦେଖୁଥିଲେ। ଯେତେବେଳେ ଅଜିତ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri