ନବୀନ ପଟ୍ଟନାୟକ ଏମପି ନୁହଁନ୍ତି ତେବେ କେମିତି ହେଲେ ସଂଦଦୀୟ ଦଳର ଅଧ୍ୟକ୍ଷ, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୦।୭: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସଂସଦୀୟ ଦଳର ନେତା ଏକ ପଦବୀ, ଯାହାକି ସଂପୃକ୍ତ ଦଳର ରାଜ୍ୟ ସଭା କିମ୍ବା ଲୋକ ସଭାର ଏମପି ଅଟନ୍ତି। ତେବେ ଏମପି ନ ହେବା ସତ୍ତ୍ୱେ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ନବୀନ ପ୍ରଥମ ନେତା ନୁହଁନ୍ତି। ନବୀନଙ୍କ ପୂର୍ବରୁ ମମତା ବାନାର୍ଜୀ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି।

ତେବେ ସଂସଦୀୟ ଦଳର ନେତା ଭାବେ ଏହି ଦୁଇଜଣ ନିଯୁକ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି, ଜଣେ ନେତା ଏମପି ନ ହୋଇ କ’ଣ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇପାରିବେ? ଯଦି ହଁ ତେବେ କାହିଁକି?

ସଂସଦୀୟ ଦଳର ନେତା ହିଁ ଲୋକ ସଭା ଓ ରାଜ୍ୟ ସଭାରେ ଦଳର ନେତା କିଏ ହେବେ ସେନେଇ ବାଚସ୍ପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥା’ନ୍ତିି। ପାର୍ଟିର ସଂସଦୀୟ ଦଳ ନେତା ହିଁ ଉପ ନେତା ତଥା ମୁଖ୍ୟ ସଚେତକଙ୍କୁ ଚୟନ କରନ୍ତି ଏବଂ ଏହାର ପ୍ରସ୍ତାବ ଲୋକ ସଭା ରାଜ୍ୟ ସଭାକୁ ପଠାଇଥା’ନ୍ତି।

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଂସଦୀୟ ଦଳର ନେତା ହିଁ ନିଷ୍ପତ୍ତି ନିଅନ୍ତି। ସଂସଦରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ଉଭୟ ଗୃହର ଦଳର ନେତାମାନେ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରନ୍ତି। ଏହି ପଦ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ପଦବୀରେ ଥିବା ବ୍ୟକ୍ତି କେବେ ହ୍ବିପ ଲାଗୁ ହେବ ତାହା ନେଇ ମୁଖ୍ୟ ସଚେତକଙ୍କୁ ସୁନିଶ୍ଚିତ କରନ୍ତି।

ଆଇନଜୀବୀ ସତ୍ୟବ୍ରତ ତ୍ରିପାଠୀଙ୍କ ଅନୁଯାୟୀ ସଂସଦୀୟ ଦଳର ନେତା ଜଣେ ଅଧ୍ୟକ୍ଷଙ୍କ ପଦ ଭଳି। ଦୁଇ ପଦବୀ ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ଅଛି। ଅଧ୍ୟକ୍ଷ କାର୍ଯ୍ୟକର୍ତ୍ତାଙ୍କର ନେତା ହୋଇଥିବାବେଳେ ସଂସଦୀୟ ଦଳର ନେତା ଏମପିମାନଙ୍କର ନେତା ଅଟନ୍ତି। ଏହି ପଦକୁ ପାଓ୍ବାର ସେଣ୍ଟର ଭାବରେ ମଧ୍ୟ ଦେଖାଯାଇଥାଏ।
ସଂସଦୀୟ ଦଳର ନେତା ଏବଂ ଗୃହର ନେତାଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି। ଗୃହର ସଦସ୍ୟ ହୋଇଥିଲେ ଜଣେ ନେତା ଗୃହର ନେତା ହୋଇପାରିବେ। ଅର୍ଥାତ ଯଦି କେହି ଲୋକ ସଭା ଦଳର ନେତା ହେବାକୁ ଚାହାଁନ୍ତି, ତା’ହେଲେ ତାଙ୍କୁ ସଦସ୍ୟ ହେବା ଆବଶ୍ୟକ, କିନ୍ତୁ ସଂସଦୀୟ ଦଳର ନେତାଙ୍କ ପାଇଁ ଏହା ଜରୁରୀ ନୁହେଁ।

ଦଳର ସଂସଦୀୟ ନେତା ଚୟନକୁ ନେଇ କୌଣସି ସରକାରୀ ଗାଇଡଲାଇନ ନାହିଁ, ତେଣୁ ଦଳ ଏହାର ଫାଇଦା ନେଇଥାଏ। ସଂସଦରେ ମାନ୍ୟତା ପ୍ରାନ୍ତ ଦଳ ଓ ମୁଖ୍ୟ ସଚେତକ ଅଧିନିୟମ, ୧୯୯୮ ଅନଯାୟୀ, ସଂସଦୀୟ ଦଳର ନେତାଙ୍କୁ ସଂସଦରୁ ବିଭିନ୍ନ ସୁବିଧା ମିଳି ପାରିବ। ଯେଉଁମାନଙ୍କ ପାଖରେ ରାଜ୍ୟ ସଭାରେ ଅତି କମରେ ୧୫ଜଣ ଏମପି ଏବଂ ଲୋକସଭାରେ ୩୦ଜଣ ଏମପି ଅଛନ୍ତି ସେମାନେ ଏହି ସୁବିଧା ପାଇପାରିବେ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେଉ କିମ୍ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଅନ୍ତୁ, ଏହି ନେତାମାନଙ୍କର ସଂସଦୀୟ ଦଳର ଅଧ୍ୟକ୍ଷ ହେବାର ୩ଟି ମୁଖ୍ୟ କାରଣ ରହିଛି।
ଛୋଟ ପାର୍ଟିର ଭାଙ୍ଗି ଯିବାର ଭୟ ରହିଥାଏ। ଏହି ଭୟ ଦୂର କରିବା ପାଇଁ ନେତାମାନେ ନିଜେ ଏହି ପଦବୀ ଦଖଲ କରନ୍ତି। ବର୍ତ୍ତମାନ ବିଜେଡିର କେବଳ ୮ଟି ରାଜ୍ୟ ସଭା ଏମପି ଅଛନ୍ତି ଏବଂ ଦଳ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି। ତେଣୁ ଦଳ ଭାଙ୍ଗିଯିବାର ଭୟ ରହିଛି। ତେଣୁ ନବୀନ ନିଜେ ସଂସଦୀୟ ଦଳର ନେତା ହୋଇ ଏହି ସମ୍ଭାବନାକୁ ହଟାଇବାକୁ ଚାହୁଁଛନ୍ତି।

ଏହି ପଦକୁ ଏକ ପାୱାର୍‌ ସେଣ୍ଟର୍‌ ପଦବୀ ଭାବରେ ବିବେଚନା କରାଯାଏ। ଏହି ପଦରେ କଂଗ୍ରେସରେ ସୋନିଆ ଗାନ୍ଧୀ ଏବଂ ଭାଜପାର ନରେନ୍ଦ୍ର ମୋଦି ମଧ୍ୟ ରହିଛନ୍ତି। ଆଞ୍ଚଳିକ ଦଳର ନେତାମାନେ ମଧ୍ୟ ଏହି ପଦକୁ ନିଜ ପାଖରେ ରଖିବାକୁ ଚାହାଁନ୍ତି, ଯାହାଦ୍ୱାରା ଦଳରେ ଅଧିକ ପାଓ୍ବାର ସେଣ୍ଟର ସୃଷ୍ଟି ହେବନାହିଁ।

ନବୀନ ଏବଂ ମମତା ନିଜେ ସଂସଦୀୟ ଦଳର ନେତା ହେବାର ଗୋଟିଏ କାରଣ ହେଉଛି ଦଳ ଭିତରେ ଅସନ୍ତୋଷ ସୃଷ୍ଟି ନ ହେବା। ଯଦି ଅନ୍ୟ କୌ ଣସି ନେତାଙ୍କୁ ଏହି ପଦବୀ ଦିଆଯାଏ ତେବେ ଦଳରେ ମତଭେଦ ହୋଇପାରେ, କିନ୍ତୁ ସେମାନଙ୍କ ଦଳର କୌଣସି ନେତା ନବୀନ ଏବଂ ମମତାଙ୍କୁ ବିରୋଧ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri