ନବୀନ ପଟ୍ଟନାୟକ ଏମପି ନୁହଁନ୍ତି ତେବେ କେମିତି ହେଲେ ସଂଦଦୀୟ ଦଳର ଅଧ୍ୟକ୍ଷ, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୦।୭: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସଂସଦୀୟ ଦଳର ନେତା ଏକ ପଦବୀ, ଯାହାକି ସଂପୃକ୍ତ ଦଳର ରାଜ୍ୟ ସଭା କିମ୍ବା ଲୋକ ସଭାର ଏମପି ଅଟନ୍ତି। ତେବେ ଏମପି ନ ହେବା ସତ୍ତ୍ୱେ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ନବୀନ ପ୍ରଥମ ନେତା ନୁହଁନ୍ତି। ନବୀନଙ୍କ ପୂର୍ବରୁ ମମତା ବାନାର୍ଜୀ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି।

ତେବେ ସଂସଦୀୟ ଦଳର ନେତା ଭାବେ ଏହି ଦୁଇଜଣ ନିଯୁକ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି, ଜଣେ ନେତା ଏମପି ନ ହୋଇ କ’ଣ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇପାରିବେ? ଯଦି ହଁ ତେବେ କାହିଁକି?

ସଂସଦୀୟ ଦଳର ନେତା ହିଁ ଲୋକ ସଭା ଓ ରାଜ୍ୟ ସଭାରେ ଦଳର ନେତା କିଏ ହେବେ ସେନେଇ ବାଚସ୍ପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥା’ନ୍ତିି। ପାର୍ଟିର ସଂସଦୀୟ ଦଳ ନେତା ହିଁ ଉପ ନେତା ତଥା ମୁଖ୍ୟ ସଚେତକଙ୍କୁ ଚୟନ କରନ୍ତି ଏବଂ ଏହାର ପ୍ରସ୍ତାବ ଲୋକ ସଭା ରାଜ୍ୟ ସଭାକୁ ପଠାଇଥା’ନ୍ତି।

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଂସଦୀୟ ଦଳର ନେତା ହିଁ ନିଷ୍ପତ୍ତି ନିଅନ୍ତି। ସଂସଦରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ଉଭୟ ଗୃହର ଦଳର ନେତାମାନେ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରନ୍ତି। ଏହି ପଦ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ପଦବୀରେ ଥିବା ବ୍ୟକ୍ତି କେବେ ହ୍ବିପ ଲାଗୁ ହେବ ତାହା ନେଇ ମୁଖ୍ୟ ସଚେତକଙ୍କୁ ସୁନିଶ୍ଚିତ କରନ୍ତି।

ଆଇନଜୀବୀ ସତ୍ୟବ୍ରତ ତ୍ରିପାଠୀଙ୍କ ଅନୁଯାୟୀ ସଂସଦୀୟ ଦଳର ନେତା ଜଣେ ଅଧ୍ୟକ୍ଷଙ୍କ ପଦ ଭଳି। ଦୁଇ ପଦବୀ ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ଅଛି। ଅଧ୍ୟକ୍ଷ କାର୍ଯ୍ୟକର୍ତ୍ତାଙ୍କର ନେତା ହୋଇଥିବାବେଳେ ସଂସଦୀୟ ଦଳର ନେତା ଏମପିମାନଙ୍କର ନେତା ଅଟନ୍ତି। ଏହି ପଦକୁ ପାଓ୍ବାର ସେଣ୍ଟର ଭାବରେ ମଧ୍ୟ ଦେଖାଯାଇଥାଏ।
ସଂସଦୀୟ ଦଳର ନେତା ଏବଂ ଗୃହର ନେତାଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି। ଗୃହର ସଦସ୍ୟ ହୋଇଥିଲେ ଜଣେ ନେତା ଗୃହର ନେତା ହୋଇପାରିବେ। ଅର୍ଥାତ ଯଦି କେହି ଲୋକ ସଭା ଦଳର ନେତା ହେବାକୁ ଚାହାଁନ୍ତି, ତା’ହେଲେ ତାଙ୍କୁ ସଦସ୍ୟ ହେବା ଆବଶ୍ୟକ, କିନ୍ତୁ ସଂସଦୀୟ ଦଳର ନେତାଙ୍କ ପାଇଁ ଏହା ଜରୁରୀ ନୁହେଁ।

ଦଳର ସଂସଦୀୟ ନେତା ଚୟନକୁ ନେଇ କୌଣସି ସରକାରୀ ଗାଇଡଲାଇନ ନାହିଁ, ତେଣୁ ଦଳ ଏହାର ଫାଇଦା ନେଇଥାଏ। ସଂସଦରେ ମାନ୍ୟତା ପ୍ରାନ୍ତ ଦଳ ଓ ମୁଖ୍ୟ ସଚେତକ ଅଧିନିୟମ, ୧୯୯୮ ଅନଯାୟୀ, ସଂସଦୀୟ ଦଳର ନେତାଙ୍କୁ ସଂସଦରୁ ବିଭିନ୍ନ ସୁବିଧା ମିଳି ପାରିବ। ଯେଉଁମାନଙ୍କ ପାଖରେ ରାଜ୍ୟ ସଭାରେ ଅତି କମରେ ୧୫ଜଣ ଏମପି ଏବଂ ଲୋକସଭାରେ ୩୦ଜଣ ଏମପି ଅଛନ୍ତି ସେମାନେ ଏହି ସୁବିଧା ପାଇପାରିବେ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେଉ କିମ୍ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଅନ୍ତୁ, ଏହି ନେତାମାନଙ୍କର ସଂସଦୀୟ ଦଳର ଅଧ୍ୟକ୍ଷ ହେବାର ୩ଟି ମୁଖ୍ୟ କାରଣ ରହିଛି।
ଛୋଟ ପାର୍ଟିର ଭାଙ୍ଗି ଯିବାର ଭୟ ରହିଥାଏ। ଏହି ଭୟ ଦୂର କରିବା ପାଇଁ ନେତାମାନେ ନିଜେ ଏହି ପଦବୀ ଦଖଲ କରନ୍ତି। ବର୍ତ୍ତମାନ ବିଜେଡିର କେବଳ ୮ଟି ରାଜ୍ୟ ସଭା ଏମପି ଅଛନ୍ତି ଏବଂ ଦଳ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି। ତେଣୁ ଦଳ ଭାଙ୍ଗିଯିବାର ଭୟ ରହିଛି। ତେଣୁ ନବୀନ ନିଜେ ସଂସଦୀୟ ଦଳର ନେତା ହୋଇ ଏହି ସମ୍ଭାବନାକୁ ହଟାଇବାକୁ ଚାହୁଁଛନ୍ତି।

ଏହି ପଦକୁ ଏକ ପାୱାର୍‌ ସେଣ୍ଟର୍‌ ପଦବୀ ଭାବରେ ବିବେଚନା କରାଯାଏ। ଏହି ପଦରେ କଂଗ୍ରେସରେ ସୋନିଆ ଗାନ୍ଧୀ ଏବଂ ଭାଜପାର ନରେନ୍ଦ୍ର ମୋଦି ମଧ୍ୟ ରହିଛନ୍ତି। ଆଞ୍ଚଳିକ ଦଳର ନେତାମାନେ ମଧ୍ୟ ଏହି ପଦକୁ ନିଜ ପାଖରେ ରଖିବାକୁ ଚାହାଁନ୍ତି, ଯାହାଦ୍ୱାରା ଦଳରେ ଅଧିକ ପାଓ୍ବାର ସେଣ୍ଟର ସୃଷ୍ଟି ହେବନାହିଁ।

ନବୀନ ଏବଂ ମମତା ନିଜେ ସଂସଦୀୟ ଦଳର ନେତା ହେବାର ଗୋଟିଏ କାରଣ ହେଉଛି ଦଳ ଭିତରେ ଅସନ୍ତୋଷ ସୃଷ୍ଟି ନ ହେବା। ଯଦି ଅନ୍ୟ କୌ ଣସି ନେତାଙ୍କୁ ଏହି ପଦବୀ ଦିଆଯାଏ ତେବେ ଦଳରେ ମତଭେଦ ହୋଇପାରେ, କିନ୍ତୁ ସେମାନଙ୍କ ଦଳର କୌଣସି ନେତା ନବୀନ ଏବଂ ମମତାଙ୍କୁ ବିରୋଧ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri