Posted inଜାତୀୟ

ଅଧିକ ଭୋଟ ନୋଟାକୁ ଗଲେ ଫଳାଫଳ ରଦ୍ଦ ହେଉ

ନୂଆଦିଲ୍ଲୀ,୧୬।୩(ପି.ଟି.): ନିର୍ବାଚନରେ ଯଦି ସର୍ବାଧିକ ଭୋଟ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌)କୁ ଯାଏ ତେବେ ଫଳାଫଳ ରଦ୍ଦ କରି ସାନି ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଏହା ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏବଂ ଭାରତର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଇନଜୀବୀ ତଥା ଭାଜପା ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ଜନସ୍ବାର୍ଥ ମାମଲା ଦାଏର କରିଥିବାବେଳେ ତାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମାନେକା ଗୁରୁସ୍ବାମୀ ମାମଲା ପରିଚାଳନା କରୁଥିଲେ। ଫଳାଫଳ ରଦ୍ଦ ହେବା ପରେ ସମ୍ପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକୁ ସାନି ନିର୍ବାଚନରେ ଭାଗନେବା ଲାଗି ଅନୁମତି ନ ଦେବାକୁ ମଧ୍ୟ ଆବେଦନକାରୀ ଅନୁରୋଧ କରିଛନ୍ତି। ପ୍ରତ୍ୟାଖ୍ୟାନ ଅଧିକାର ଏବଂ ନୂତନ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ଅଧିକାରୀ ଲୋକଙ୍କୁ ମିଳିଲେ, ସେମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିବାର କ୍ଷମତା ପାଇବେ। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ପୃଷ୍ଠଭୂମି ଓ ପ୍ରଦର୍ଶନରେ ଭୋଟର ଅସନ୍ତୁଷ୍ଟ ଥିଲେ ସେମାନେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ନୂଆ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ନୋଟାରେ ଭୋଟ ଦେଇଥାନ୍ତି। ତେଣୁ ନୋଟାକୁ ସର୍ବାଧିକ ଭୋଟ ଯାଇଥିଲେ, ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟ ଫଳାଫଳକୁ ରଦ୍ଦ କରି ୬ ମାସ ମଧ୍ୟରେ ସାନି ନିର୍ବାଚନ କରାଯିବା ନିମନ୍ତେ ଅଦାଲତ ଘୋଷଣା କରିପାରିବେ ବୋଲି ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି।
ପିଟିଶନରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ିବା ଲାଗି ପ୍ରାର୍ଥୀମାନଙ୍କୁ ଅତ୍ୟନ୍ତ ଅଗଣତାନ୍ତ୍ରିକ ଉପାୟରେ ଚୟନ କରୁଛନ୍ତି। ଏଥିପାଇଁ ଭୋଟରମାନଙ୍କ ମତାମତ ନିଆଯାଉ ନାହିଁ; ଯେଉଁଥିପାଇଁ ଅନେକ ସମୟରେ ନିର୍ବାଚନ ମଣ୍ଡଳୀର ଭୋଟରମାନେ ପ୍ରାର୍ଥୀମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଥିବା ଦେଖାଯାଉଛି। ଏହି ସମସ୍ୟାର ସମାଧାନ ହୋଇପାରିବ ଯଦି ନୋଟା ସପକ୍ଷରେ ଅଧିକ ଭୋଟ ଗଲେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ସାନି ନିର୍ବାଚନ ହୁଏ। ଏପରିସ୍ଥଳରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାତ ବିବେଚନା କରାଯିବା ସହ ସାନି ନିର୍ବାଚନରେ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଅନୁମତି ମିଳିବ ନାହିଁ। ଅପରାଧ ପୃଷ୍ଠଭୂମି ଥିବା ଅନେକ ପ୍ରାର୍ଥୀ ନିର୍ବାଚନ ଲଢ଼ି ପାର୍ଲାମେଣ୍ଟ ଓ ବିଧାନସଭାକୁ ଯାଉଛନ୍ତି। ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାଦ୍ୱାରା ସାଧାରଣ ଜନତା କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପ୍ରତ୍ୟାଖ୍ୟାନ ଅଧିକାର ଅନୁଚ୍ଛେଦ ୧୯ର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ନୋଟା ସପକ୍ଷରେ ସର୍ବାଧିକ ଭୋଟ ଗଲେ ମଧ୍ୟ ନିର୍ବାଚନକୁ ଅବୈଧ ଘୋଷଣା କରିବା ଲାଗି କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନ କିଛି କରୁନାହାନ୍ତି ବୋଲି ପିଟିଶନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri