‘ଏଥର ମୋଦି ଜିତିଲେ ଆଉ ନିର୍ବାଚନ ହେବ ନାହିଁ’

ଭୁବନେଶ୍ୱର,୨୯।୧(ଅନିଲଦାସ): ଏଥର ଯଦି ମୋଦି ଜିତିବେ, ଆଉ ନିର୍ବାଚନ ହେବ ନାହିଁ। ଦେଶରେ ଏକଛତ୍ର ବାଦ ଚଳାଇବେ । ଏହା ଶେଷ ନିର୍ବାଚନ। ଆପଣମାନଙ୍କ ପାଇଁ ଶେଷ ସୁଯୋଗ ପୁଣି ଥରେ ଆସିଛି । ଆପଣମାନେ ଗୁଲାମ ରହିବେ କି ନାହିଁ, ତାହା ଆପଣଙ୍କ ପସନ୍ଦ। ଯଦି ଏଥର ଆପଣମାନେ ନ ବୁଝିବେ ତେବେ ଆଗାମୀ ଦିନରେ ଆଉ ନିର୍ବାଚନ ହେବ ନାହିଁ। ଅଖିଳ ଭାରତ କଂଗ୍ରେସ କମିଟି (ପିସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମତଦାତାଙ୍କୁ ଏଭଳି ସତର୍କ କରାଯାଇଛନ୍ତି ।
ଶନିବାର ଭୁବନେଶ୍ୱର ଲୋୟର ପିଏମଜି ଠାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଆୟୋଜିତ ‘ଓଡିଶା ବଞ୍ଚାଅ’ ସମାବେଶରେ ଯୋଗ ଦେଇ ଖାର୍ଗେ କହିଛନ୍ତି ଯେ ରାହୁଲ ଗାନ୍ଧି ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି। ଭାଜପା ଲୋକଙ୍କ ଭିତରେ ବିଭେଦ ଓ ଘୃଣାଭାବ ସୃଷ୍ଟି କରୁଛି। ସିବିଆଇ, ଇଡି ଲଗାଇ ହୁକୁମାତି କରୁଛି । ସିବିଆଇ, ଇଡି ଡରରେ କିଏ ପାର୍ଟି ଛାଡୁଛି ତ ପୁଣି କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଭୟାଳୁ ଲୋକ ରହିଲେ କଣ ଏ ଦେଶ ବଞ୍ଚିବ। ଏ ସମ୍ବିଧାନ, ଗଣତନ୍ତ୍ର କଣ ବଞ୍ଚିବ। ଆସନ୍ତା ନିର୍ବାଚନ ହେଉଛି ଶେଷ ସୁଯୋଗ। ଏହା ପରେ ଆଉ ନିର୍ବାଚନ ହେବ ନାହିଁ। ପୁଟିନଙ୍କ ଭଳି ଦେଶରେ ଭାଜପା ମନଇଛା ନିର୍ବାଚନ କରିବ। ଦେଶକୁ ବଞ୍ଚାଇବାକୁ ହେଲେ, ବାରମ୍ବାର ନିର୍ବାଚନ କରିବାକୁ ହେଲେ ଆପଣମାନଙ୍କ ଉପରେ ନିର୍ଭର କରୁଛି। ଆପଣମାନେ ଚାହିଁଲେ ଗଣତନ୍ତ୍ର ବଞ୍ଚିବ। ଗୁଲାମ ହୋଇ ରହିବେ କି ନାହିଁ ତାହା ଆପଣଙ୍କ ଇଛା ଉପରେ ନିର୍ଭର କରେ। ନିଜର ହକ ପାଇଁ ଲଢେଇ କରିବାକୁ ହେବ ବୋଲି କଂଗ୍ରେସ କର୍ମୀଙ୍କୁ ଖାର୍ଗେ ଆହ୍ବାନ ଦେଇଛନ୍ତି। କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri