Posted inଜାତୀୟ

KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଫାସ୍‌ଟାଗ୍‌ ଅଚଳ

ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି। ଏହି ଅସୁବିଧାରୁ ବର୍ତ୍ତିବା ପାଇଁ ହେଲେ ୟୁଜରମାନେ ସେମାନଙ୍କର ସଦ୍ୟତମ ଫାସ୍‌ଟାଗ୍‌ର KYC ସମ୍ପୂର୍ଣ୍ଣ ହୋଇଥିବା ନେଇ ନିଶ୍ଚିତ ହେବାକୁ ପରାମର୍ଶ ଦିଆଯାଇଛି। ୟୁଜରମାନେ ‘ଗୋଟିଏ ଗାଡ଼ି, ଗୋଟିଏ ଫାସ୍‌ଟାଗ୍‌’ ନିୟମ ଅନୁପାଳନ କରିବାକୁ ବାଧ୍ୟ। ପୂର୍ବରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଫାସ୍‌ଟାଗ୍‌କୁ ବ୍ୟାଙ୍କ ଜରିଆରେ ବାତିଲ କରିଦେବାକୁ ମନ୍ତ୍ରଣାଳୟ କହିଛି। ୨୦୨୪ ଜାନୁଆରୀ ୩୧ ପରେ ପୂର୍ବ ଟ୍ୟାଗ୍‌ଗୁଡ଼ିକ ଡିଆକ୍ଟିଭେଟ୍‌ କିମ୍ବା କଳା ତାଲିକାଭୁକ୍ତ ହେବ ଏବଂ କେବଳ ସଦ୍ୟତମ ଫାସ୍‌ଟାଗ୍‌ ଆକାଉଣ୍ଟ ସଚଳ ରହିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଫାସ୍‌ଟାଗ୍‌ ୟୁଜରମାନଙ୍କୁ ନିକଟବର୍ତ୍ତୀ ଟୋଲ୍‌ ପ୍ଲାଜାରେ ପହଞ୍ଚତ୍ବାକୁ କିମ୍ବା ସମ୍ପୃକ୍ତ ବ୍ୟାଙ୍କର ଦେୟମୁକ୍ତ କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ଯାନ ପାଇଁ ଏକାଧିକ ଫାସ୍‌ଟାଗ୍‌ ଇସ୍ୟୁ ହେବା ଏବଂ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇ ବିନା KYCରେ ଫାସ୍‌ଟାଗ୍‌ ଜାରି ହେଉଥିବା ଜଣାପଡ଼ିବା ପରେ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ଏହା ବ୍ୟତୀତ ବେଳେବେଳେ ଜାଣିଶୁଣି ଯାନର ଓ୍ବିଣ୍ଡସ୍କ୍ରିନ୍‌ରେ ଫାସ୍‌ଟାଗ୍‌କୁ ଲଗାଯାଉ ନାହିଁ। ଫଳରେ ଟୋଲ୍‌ ପ୍ଲାଜାରେ ଅଯଥା ବିଳମ୍ବ ହେଉଛି ଓ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଟୋଲ୍‌ ପ୍ଲାଜାଗୁଡ଼ିକରେ ପ୍ରବେଶ ହାର ୯୮ ପ୍ରତିଶତ ରହିଥିବାବେଳେ ୮ କୋଟି ୟୁଜର ଅଛନ୍ତି। ଦେଶରେ ଇଲେକ୍ଟ୍ରେନିକ୍‌ ଭାବେ ଟୋଲ୍‌ ସଂଗ୍ରହ ବ୍ୟବସ୍ଥାରେ ଫାସ୍‌ଟାଗ୍‌ ବିପ୍ଳବ ଆଣିଛି। ‘ଓ୍ବାନ୍‌ ଭେହିକିଲ୍‌, ଓ୍ବାନ୍‌ ଫାସ୍‌ଟାଗ୍‌’ବ୍ୟବସ୍ଥା ଟୋଲ୍‌ ସଂଗ୍ରହକୁ ଅଧିକ ପ୍ରଭାବୀ ଏବଂ ସହଜ କରିବା ସହ ଜାତୀୟ ରାଜପଥ ବ୍ୟବହାରକାରୀମାନଙ୍କ ଯାତ୍ରାକୁ ଆରାମଦାୟକ କରିଛି। ଦେଶର ବର୍ଦ୍ଧିତ ଜାତୀୟ ରାଜପଥ ନେଟ୍‌ଓ୍ବର୍କ ପାଇଁ ଏକ ‘ଗ୍ରୀନ୍‌ କଭର ଇଣ୍ଡେକ୍ସ’ର ବିକାଶ ନିମନ୍ତେ ଏନ୍‌ଏଚ୍‌ଏଆଇ ନ୍ୟାଶନାଲ ରିମୋଟ୍‌ ସେନ୍ସିଂ ସେଣ୍ଟର (ଏନ୍‌ଆର୍‌ଏସ୍‌ସି) ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଏନ୍‌ଏଚ୍‌ଏଆଇ ବ୍ୟବହାର କରୁଥିବା ଟେକ୍ନୋଲୋଜିର ସାମର୍ଥ୍ୟକୁ ଉପଯୋଗ କରି ଏନ୍‌ଆର୍‌ଏସ୍‌ସି ହାଇ ରିଜଲ୍ୟୁଶନ ସାଟେଲାଇଟ୍‌ ପରିକଳ୍ପନା ସହାୟତାରେ ଗ୍ରୀନ୍‌ କଭରର ଏକ ବିସ୍ତୃତ ପାନ୍‌-ଇଣ୍ଡିଆ ଆକଳନ ପ୍ରସ୍ତୁତ କରିବ ବୋଲି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri