ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ…

ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଜଙ୍ଗମ ସାହିର ଡିଲେଶରଙ୍କ ପୁଅ ବିଜୟ କୁମାରଙ୍କୁ ତାଙ୍କ ବୋହୂ ସାରଦା ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି। ହତ୍ୟା ସମୟରେ ଶାଶୁ ଶ୍ୱଶୁର କୌଣସି କାମରେ ଅନ୍ୟ ଏକ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ବୋହୂ ତାଙ୍କର ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଡିଲେଶର ଏବଂ ତାଙ୍କ ସ୍ତ୍ରୀ ।

ସେମାନଙ୍କ କହିବା ମୁତାବକ, ଶୁକ୍ରବାର ସକାଳେ ଡିଲେଶର ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିଲା ବେଳକୁ ପୁଅ ଘୋଡାଇ ହୋଇ ଶୋଇଥିବା ଦେଖିଥିଲେ। ପରେ ସେମାନେ ପୁଅ ବିଜୟକୁ ଉଠେଇ ଥିଲେ। ହେଲେ ବିଜୟ ଉଠି ନ ଥିଲା। ଶ୍ୱଶୁର ବୋହୂଙ୍କୁ ପଚାରାଉଚରା କରିଥିଲେ। ହେଲେ ବୋହୂ ସଠିକ କଥା କହି ନ ଥିଲେ।

ହେଲେ ସାହିପଡିଶା ମରଶରୀରର ଶେଷକୃତ୍ୟ ନିମନ୍ତେ ପ୍ରସ୍ତୁତି କରିବା ସମୟରେ ବିଜୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଥିବା ଦେଖି ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସମ୍ପର୍କୀୟଙ୍କ କହିବା ମୁତବେକ,ବିଭିନ୍ନ ସମୟରେ ସ୍ବମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଗତକାଲି ମଧ୍ୟ ଝଗଡା ହୋଇଥିଲା। ମା’ ବାପାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଜୟଙ୍କୁ ହତ୍ୟା କରାଯାଇଥିବା ଆଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

ଅଟୋରିକ୍ସା ଡ୍ରାଇଭର ନିର୍ବାଚନ ଜିତିଲେ: ବାହୁବଳୀଙ୍କୁ ନେତାଙ୍କୁ ଚଟେଇଲେ ଧୂଳି

ଚେନ୍ନାଇ,୫ା୫:ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର ୨…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri