ପୁଣି ମାତିଲେ ମାଓବାଦୀ: କଲେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର

ମାଲକାନଗିରି,୧୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଉସୁର ଜଙ୍ଗଲରେ ମାଓବାଦୀମାନେ IED ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ CRPFର କୋବ୍ରା ଯବାନ ଗୁରୁତର। ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମାଓବାଦୀ ଦମନ ଅପରେଶନରେ ଯବାନ ଯାଇଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା।

Share