ରେଳ ଟ୍ରାକ୍‌ରେ ହାତୀ ମୃତ୍ୟୁ ରୋକିବ ଆଇଡିଏସ୍‌

ଭୁବନେଶ୍ୱର,୧୯।୮(ଅଭିଜିତ ଦାସ): ରାଜ୍ୟରେ ଅନେକ ସମୟରେ ଟ୍ରେନ୍‌ ଧକ୍କାରେ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟ ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୨-୧୩ରୁ ୨୦୨୧-୨୨ ପର୍ଯ୍ୟନ୍ତ ଟ୍ରେନ୍‌ ଧକ୍କାରେ ୩୦ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୨୧-୨୨ ରେ ୩ଟି ଓ ଚଳିତ ବର୍ଷ ଅଗଷ୍ଟ୧୦ ସୁଦ୍ଧା ଟ୍ରେନ୍‌ ଧକ୍କାରେ ୪ ହାତୀଙ୍କ ଜୀବନ ଯାଇଛି। ତେଣୁ ଟ୍ରାକ୍‌ ଉପରେ ହାତୀ ମୃତ୍ୟୁ ରୋକିବାକୁ ଅଣ୍ଟା ଭିଡ଼ିଛି ପୂର୍ବତଟ ରେଳପଥ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୬ଟି ରେଳ ସେକ୍ସନରେ ଇଣ୍ଟ୍ରୁଜନ୍‌ ଡିଟେକ୍ଟିଭ୍‌ ସିଷ୍ଟମ (ଆଇଡିଏସ୍‌) ବା ଅନୁପ୍ରବେଶ ଚିହ୍ନଟ ପଦ୍ଧତି କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ୭୯.୧୨ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅଧୀନରେ ଥିବା ଏହି ୬ ରେଳ ସେକ୍ସନର ପ୍ରାୟ ୨୦୦ କିମି ରେଳଧାରଣା ନିକଟରେ ଆଇଡିଏସ୍‌ ରହିବ। ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ମାନେଶର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନାଦୀ ଓ ନର୍ଲା-ଥେରୁବାଲି ସେକ୍ସନ ଥିବାବେଳେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅଧୀନରେ କପିଳାସ ରୋଡ୍‌-ରାଜ ଆଠଗଡ଼-ଅନୁଗୋଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ତେବେ ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ଅଲିପୁରଦୁଆର ରେଳମଣ୍ଡଳ ଅନ୍ତର୍ଗତ ଦୁୟାର୍ସ ଅଞ୍ଚଳର ଚଲସା-ହାସିମାରା ରେଳ ସେକ୍ସନ ଓ ଲୁମଡିଙ୍ଗ ରେଳମଣ୍ଡଳ ଅନ୍ତର୍ଗତ ଲଙ୍କା-ହାୱାଇପୁର ରେଳ ସେକ୍ସନ ମଧ୍ୟରେ ଆଇଡିଏସ୍‌ ପ୍ରକଳ୍ପର ପରୀକ୍ଷାମୂଳକ ଭାବେ ଟେଷ୍ଟିଂ କରାଯାଇଥିଲା। ପ୍ରକଳ୍ପର ସଫଳତା ପରେ ଉତ୍ତର ସୀମାନ୍ତ ରେଳପଥର ଆସାମ ଓ ଉତ୍ତର ବଙ୍ଗଳାର ରେଳ ଧାରଣା ନିକଟରେ ଥିବା ସମସ୍ତ ହାତୀ କରିଡର୍‌ରେ ଆଇଡିଏସ୍‌ ପଦ୍ଧତି କାର୍ଯ୍ୟକାରୀ କରାଯାଇଛି। ତେବେ ଉକ୍ତ ପାଇଲଟ୍‌ ପ୍ରକଳ୍ପକୁ ପୂର୍ବତଟ ରେଳପଥର ୨ଟି ରେଳ ମଣ୍ଡଳରେ କାର୍ଯ୍ୟକାରୀ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସେକ୍ସନରେ କାର୍ଯ୍ୟକାରୀ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri