ବଲାଙ୍ଗୀର,୩୦ା୧୦(ସୁନିଲ କୁମାର ମହାନ୍ତି/କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ ନିକଟ ଏକ ଧାନ କିଆରିରୁ ଗତକାଲି ସକାଳେ ଏକ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଥିଲା ଦେଓଗାଁ ପୋଲିସ। ଆଜି ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l
ସମ୍ପୃକ୍ତା ଯୁବତୀ ଜଣକ ପାଟଣାଗଡ଼ ଅଞ୍ଚଳ ରତାଖଣ୍ଡି ଗାଁ କୁମତି ଧରୁଆ ହୋଇଥିବା ବେଳେ ସେ ଗତ ୨୦ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାରବର୍ଗଙ୍କ ସୂଚନା ଅନୁସାରେ ସେ ମାନସିକ ବିକାର ଗ୍ରସ୍ତ ଥିଲେ। ସେ ଜଣେ ବିବାହିତା। ୨୦୨୧ରୁ ସ୍ବାମୀଙ୍କୁ ଛାଡ଼ି ବାପଘରେ ରହୁଥିଲେ। ତେବେ ଉକ୍ତ ଘଟଣାର ସମ୍ପୂର୍ଣ୍ଣ ରହସ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ଅପରାହ୍ନରେ ୪ଟାରେ ଏକ ପ୍ରେସମିଟ୍ ରଖିଥିବା ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ ସୂଚନା ଦେଇଛନ୍ତି।