ଦୁର୍ଘଟଣାରେ ମୃତ ୩ ଯୁବକଙ୍କ ମିଳିଲା ପରିଚୟ: ଥାନାରେ ପହଞ୍ଚିଲା ମାମଲା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡୁଲୁରୀଠାରେ ବାଇକ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମସ୍ତ ମୃତକଙ୍କ ପରିଚୟ ମିଳିଛି ମୃତକ ହେଲେ ବାଲିଗୁଡା ଥାନା ଋତୁଙ୍ଗିଆ ପଞ୍ଚାୟତ କୁଟିଗୁଡା ଗ୍ରାମର ରଙ୍ଗନାଥ ପ୍ରଧାନ, ଟୁନା ପ୍ରଧାନ ଏବଂ ଉକ୍ତ ପଞ୍ଚାୟତ ମହାଗୁଡା ଗ୍ରାମର ବିରାସ ପ୍ରଧାନ ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ କହିଛନ୍ତି ।
ଦୁର୍ଘଟଣା ଖବର ପାଇ ବିଳମ୍ବିତ ରାତିରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ସହ ଥାନାକୁ ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଦୁର୍ଘଟଣାରେ ତାଙ୍କ ୨ ସମ୍ପର୍କୀୟଙ୍କ ଜୀବନ ଚାଲିଯାଇଛି। ସେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ମୃତଦେହ ବ୍ୟବଛେଦ ପର୍ଯ୍ୟନ୍ତ ବିଧାୟକ ଦାରିଙ୍ଗବାଡିରେ ଉପସ୍ଥିତ ରହିଥିଲେ।
ପ୍ରକାଶ ଯେ ଶୁକ୍ରବାର ଅପରାହ୍ନରେ କୁଟିଗୁଡା ଗ୍ରାମର ରଙ୍ଗନାଥ ପ୍ରଧାନ ଏବଂ ଟୁନା ପ୍ରଧାନ ପଲସର ବାଇକରେ ଦଶହରା ମେଢ଼ ଦେଖିବାକୁ ଯାଉଛୁ କହି ଘରୁ ବାହାରିଥିଲେ। ବାଟରେ ତାଙ୍କ ସହ ବିରାସ ପ୍ରଧାନ ମଧ୍ୟ ଦେଖା ହୋଇ ୩ ସାଙ୍ଗ ଦାରିଙ୍ଗବାଡି ଅଭିମୁଖେ ବାହାରିଥିଲେ। ତେବେ ଦାରିଙ୍ଗବାଡିରେ ସେମାନେ ବୁଲାବୁଲି କରି ବ୍ରାହ୍ମଣୀଗାଁ ରାସ୍ତା ଡୁଲୁରୀ ପଟେ ଯାଉଥିଲେ। ତେବେ ଡୁଲୁରୀ ପାଇନ ବଣ ପୂର୍ବରୁ ଏକ ବୁଲାଣି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଛିଟିକି ଡୁଲୁରୀ ନାଳ ଭିତରେ ପଡିଥିଲେ। ତେବେ ସେଠାରେ ପାଣି ନ ଥିବା ବେଳେ ପମ୍ପ ହାଉସରୁ ବାହାରିଥିବା ପାଇପରେ ପିଟି ହୋଇଥିଲେ ବୋଲି ପ୍ରତ୍ୟକଦର୍ଶୀ କହିଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ସେଠାରୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଳମ୍ବିତ ରାତିରେ ରଙ୍ଗନାଥ ଓ ଟୁନାଙ୍କ ପରିଚୟ ମିଳିଥିବା ବେଳେ ଶନିବାର ପୂର୍ବାହ୍ନ ୯ଟା ବେଳେ ଅନ୍ୟ ମୃତକ ବିରାସଙ୍କ ପରିବାର ଲୋକ ଆସି ତାଙ୍କ ମୃତଦେହକୁ ଚିହ୍ନିଥିଲେ ବୋଲି ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି କହିଛନ୍ତି। ୩ ମୃତକଙ୍କ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri