ମୂଷାଠାରେ ଓମିକ୍ରମ ସବ ଭାରିଆଣ୍ଟ ବିଏ.୫ ଚିହ୍ନଟ…

ଓ୍ବାଶିଂଟନ,୨୭।୯ : କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏକ ସବ-ଭାରିଆଣ୍ଟ ବିଏ.୫ ମୂଷାମାନଙ୍କଠାରେ ମିଳିଛି। ଯାହା ଅଧିକ ବିପଜ୍ଜନକ ଏବଂ ଶକ୍ତିଶାଳୀ । ଏହାର ରୋଗୀଙ୍କର ଶରୀରରେ ଶୀଘ୍ର ବିସ୍ତାର କରିବା କ୍ଷମତା ସହିତ ସ୍ଥିତିକୁ ସଙ୍କଟ ଜନକ କରିଥାଏ। ସାଇନ୍ସ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଏହି ଷ୍ଟ୍ରେନ ରୋଗୀ ଠାରେ ସଂକ୍ରମଣ ଦେବାକୁ ଅଧିକ ସମୟ ନେଇ ନ ଥାଏ।

ଆମେରିକାର କୋର୍ନିଲ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଆଭେରୀ ଅଗଷ୍ଟ କହିଛନ୍ତି ଏହି ସବ-ଭାରିଆଣ୍ଟ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥାଏ, ଯାହା ଏହାକୁ ଅଧିକ ଶକ୍ତିଶାଳୀ କରିଥାଏ।

ଓମିକ୍ରନ ର ସବ-ଭାରିଆଣ୍ଟଗୁଡିକ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗବେଷକମାନେ କହିଛନ୍ତି ଯେତେବେଳେ ମୂଷାମାନେ ବିଏ.୧ ଏବଂ ବିିଏ.୨ ସବ-ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ, ସେମାନେ କମ ଅସୁସ୍ଥ ହୋଇପଡିଥିଲେ, କିନ୍ତୁ ଯେତେବେଳେ ପରବର୍ତ୍ତୀ ଗୋଷ୍ଠୀ ବିଏ.୫ ଦ୍ୱାରା ସଂକ୍ରମିତ ହୋଇଥିଲେ, କିଛି ସମୟ ପରେ ସେମାନଙ୍କର ଓଜନ ହ୍ରାସ ପାଇବାରେ ଲାଗିଲା ଏବଂ ଫୁସଫୁସରେ ଭୁତାଣୁ ସଂକ୍ରମିତ ହୋଇଥିଲା।

ଏହି ଅଧ୍ୟୟନ ମାଧ୍ୟମରେ, ଅନୁସନ୍ଧାନକାରୀମାନେ ସମସ୍ତ ଦେଶକୁ ନିବେଦନ କରିଛନ୍ତି କରୋନା ଭୁତାଣୁ ଏକ ଗୁରୁତର ସଙ୍କଟ ହୋଇ ରହିଛି। ସମସ୍ତେ ଏହାର ତଦାରଖ କରିବା ଏବଂ ଏହାର ସବ-ଭାରିଆଣ୍ଟ ଗୁଡିକ ବୁଝିବା ପାଇଁ ଜେନୋମିକ ନୀରିକ୍ଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ ।

କରୋନା ଚିକିତ୍ସାରେ ବ୍ୟବହୃତ ଏକ ଆଣ୍ଟିଭାଇରାଲ ଔଷଧ ମଲନପୁପିର, ସ୍ବୟଂଚାଳିତ ଭାବେ କରୋନା ଭୁତାଣୁର ମ୍ୟୁଟାଣ୍ଟ ସୃଷ୍ଟି କରିପାରିବ। ନେଚର ମେଡିକାଲ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଆଣ୍ଟିଭାଇରାଲ ଔଷଧଗୁଡିକ କରୋନା ଭୁତାଣୁରେ ପରିବର୍ତ୍ତନ ହେବାର ଢାଞ୍ଚା ସହିତ ସଂଯୁକ୍ତ।

ଫ୍ରାନ୍ସିସ କ୍ରିକ ଇନଷ୍ଟିଚ୍ୟୁଟ ଏବଂ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ମଲନପୁରଭାଇର ଔଷଧ ପ୍ରତିକୃତି ସମୟରେ ଭୁତାଣୁର ଜେନେଟିକ ସୂଚନା କିମ୍ବା ଜିନୋମକୁ ପରିବର୍ତ୍ତନ କରି କାର୍ଯ୍ୟ କରିଥାଏ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଅନେକ ଶରୀରରେ ଭୁତାଣୁ ସଂଖ୍ୟାକୁ ହ୍ରାସ କରି ଏହାକୁ ନଷ୍ଟ କରିଦେଇଥାଏ।

ମହାମାରୀ ସମୟରେ ଏହା ପ୍ରଥମ ଆଣ୍ଟିଭାଇରାଲ ଔଷଧ, ଯାହା ଅନେକ ଦେଶ ଦ୍ୱାରା ବ୍ୟାପକ ଭାବେ ଗ୍ରହଣ କରାଯାଇଛି। ଅନୁସନ୍ଧାନକାରୀମାନେ ପ୍ରାୟ ୧.୫୦ କୋଟି ଜିନୋମ କ୍ରମକୁ ବିଶ୍ଳେଷଣ କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ହାର୍ଭାର୍ଡ ପ୍ରଫେସର ମାର୍ଟିନ ନୋଭାକ ମଧ୍ୟ ଏହି ଔଷଧର ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଯାହା ମେଡିକାଲ ଜର୍ନାଲ ପିଏଲଓଏସ ବାୟୋଲୋଜିରେ ପ୍ରକାଶିତ ହୋଇଥିଲା।

ଏହି ଅଧ୍ୟୟନରୁ ଜଣାପଡିଛି ମନ୍ଥର ଏବଂ ସ୍ଥିର ଅଭିବୃଦ୍ଧି ଦୃଷ୍ଟିରୁ ମଲନପୁପିର ଔଷଧ ମଧ୍ୟମ ନିରାପଦ ଅଟେ, କିନ୍ତୁ ଯଦି ଏହା ସଠିକ ଭାବରେ ବ୍ୟବହୃତ ନ ହୁଏ ତେବେ ଏହି ଔଷଧ ଭୁତାଣୁ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ।

ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ପ୍ରଫେସର ଡ. ଥିଓ ସାଣ୍ଡରସନ କହିଛନ୍ତି, ଆମର ପ୍ରମାଣ ଦର୍ଶାଏ କରୋନା ଭୁତାଣୁରେ ଘଟୁଥିବା କ୍ରମାଗତ ପରିବର୍ତ୍ତନ ପାଇଁ ଏହି ଔଷଧ ମଧ୍ୟ ଦାୟୀ, ଯାହା ବଞ୍ଚିଥିବା ଭାଇରାଲ ଜନସଂଖ୍ୟାରେ ଜେନେଟିକ ବିବିଧତା ବଢ଼ାଉଛି। ତେଣୁ, ଆମକୁ ଔଷଧ ଖୋଜିବାକୁ ପଡିବ ଯାହା ସଂକ୍ରମଣର ଅବଧି ହ୍ରାସ କରି ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri