ଆଇସିଟି: ଲକ୍ଷ୍ୟଠାରୁ ଦୂରରେ

ଭୁବନେଶ୍ୱର,୭।୪(ରବିନାରାୟଣ ଜେନା): ୨୦୨୪ ସିଏଜି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ, ଓଏମ୍‌ବିଏଡିସି ପାଣ୍ଠିରୁ ଆଇସିଟି ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସ ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ବାସ୍ତବକ୍ଷେତ୍ରରେ ରୂପାୟନ ହୋଇପାରି ନାହିଁ। କେଉଁଠାରେ ବିନା ଟେଣ୍ଡରରେ ଉପକରଣ କ୍ରୟ କରାଯାଇ ଅନେକ କୋଟି ଟଙ୍କା ଦୁରୁପଯୋଗ କରାଯାଇଛି ତ ଆଉ କେଉଁଠାରେ ବିନା ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)ରେ କାମ ହୋଇଛି। ସବୁଠାରୁ ବଡ଼କଥା ହେଲା, ଶ୍ରେଣୀ ଗୃହ ନ ଥାଇ ଆଇସିଟି ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସ ସ୍ଥାପନ ପାଇଁ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍‌ କେତେକ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ କମ୍ପ୍ୟୁଟର ତାଲିମ ଦିଆଯାଇ ନ ଥିବାବେଳେ ଇଣ୍ଟରନେଟ୍‌ ସଂଯୋଗ ନ ଥିଲା। ତେଣୁ ଆଇସିଟି ଓ ସ୍ମାର୍ଟକ୍ଲାସ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଯୋଗୁ କମ୍ପ୍ୟୁଟର ଶିକ୍ଷା ଖଣିବହୁଳ ଜିଲାର ଛାତ୍ରୀଛାତ୍ରଙ୍କ ନିକଟରେ ଅପହଞ୍ଚ ହୋଇଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।
୨୦୨୦ ଅଗଷ୍ଟରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ୍‌) ପକ୍ଷରୁ ଓଏମ୍‌ବିଏଡିସି ପାଣ୍ଠିରେ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୩,୧୫୮ଟି ଆଇସିଟି ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସ ସ୍ଥାପନ କରାଯିବା ଲାଗି ଲକ୍ଷ୍ୟ ରହିଥିଲା। ସେଥିମଧ୍ୟରୁ ୧,୦୫୩ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଏକ ତାଲିକା ପ୍ରକଳ୍ପ ନିର୍ଦ୍ଦେଶକ(ଓସେପା) ୨୦୨୧ରେ ଓକାକ୍‌କୁ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ଡିସେମ୍ବରରେ ୯୮୫ ବିଦ୍ୟାଳୟରେ ୩,୧୯୯ ସ୍ମାର୍ଟ କ୍ଲାସ୍‌ ଉପକରଣକୁ ସଂଶୋଧିତ କରାଯାଇଥିଲା। ସେଥିଲାଗି ମେସର୍ସ ୟୁନିକପ୍‌ସ ଟେକ୍ନୋଲୋଜି ସପକ୍ଷରେ ଏକ କାର୍ଯ୍ୟାଦେଶ ଓକାକ୍‌ ଜାରି କରିଥିଲେ। ନିୟମ ଅନୁଯାୟୀ ୧୨୦ ଦିନରେ ଶତପ୍ରତିଶତ ଉପକରଣ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥାଏ। ଏପରି କି ଅତି ବେଶୀରେ ୧୫୦ ଦିନ ମଧ୍ୟରେ ସ୍ମାର୍ଟ ଉପକରଣ ବିଦ୍ୟାଳୟରେ ସ୍ଥାପନ ହେବା କଥା। କିନ୍ତୁ ୨୦୨୨ ମାର୍ଚ୍ଚ ସୁଦ୍ଧା ପ୍ରସ୍ତାବିତ ବିଦ୍ୟାଳୟରେ ଉପକରଣ ପହଞ୍ଚତ୍ ପାରି ନ ଥିଲା। ସିଏଜିଙ୍କ ପକ୍ଷରୁ ସର୍ବେକ୍ଷଣ ବେଳେ ଜଣାପଡ଼ିଛି ଯେ, କମିଟି ଗଠନ ହେବାର ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଡିପିଆର ପ୍ରସ୍ତୁତ ନ ହେବା ଏବଂ ଆଦେଶ ସ୍ଥାନିତ ନ ହେବା ଯୋଗୁ ଓକାକ୍‌ ଆଇସିଟି କାର୍ଯ୍ୟ କରିପାରି ନ ଥିଲା। ଏପରି କି ୨୪୨ଟି ବିଦ୍ୟାଳୟରେ ଆଇସିଟି ଲ୍ୟାବ୍‌ ପାଇଁ ଜାଗା ଠିକ୍‌ ନ ହେବାରୁ ୬୮୮ ସ୍ମାର୍ଟ କ୍ଲାସ ଉପକରଣ ମଧ୍ୟ ସ୍ଥାପନ ହୋଇ ପାରି ନ ଥିଲା।
ଯାଜପୁର ଜିଲାପାଳଙ୍କ ନେତୃତ୍ୱରେ ଜିଲାସ୍ତରୀୟ ବିଦ୍ୟାଗତ ସମୃଦ୍ଧି କମିଟି ଜିଲାର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ପାଇଁ ଡିଜିଟାଲ ଉପକରଣ ଯୋଗାଣ ଏବଂ ସ୍ଥାପନ ପାଇଁ ଏକ କେନ୍ଦ୍ରୀୟ ପିଏସୟୁକୁ ଚୟନ ୨୦୨୧ ସେପ୍ଟେମ୍ବର ୨ରେ କରାଯାଇଥିଲା। ଏଥିପାଇଁ ୪.୫ କୋଟି ଟଙ୍କାର ଏକ ଚୁକ୍ତିନାମା ସମ୍ପାଦନ ହୋଇଥିଲା। ଏହି କାର୍ଯ୍ୟ ୨୦୨୧ ଅକ୍ଟୋବର ୩୦ ସୁଦ୍ଧା ଶେଷ ହେବା କଥା। ଯଦିଓ ଉପରୋକ୍ତ କାର୍ଯ୍ୟଗୁଡ଼ିକ ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ୟୁନିଟ(ସିପିଏସ୍‌ୟୁ) ଦ୍ୱାରା ସମାପ୍ତ ହୋଇ ନ ଥିଲା, ତଥାପି ଡିପିସି ପୂର୍ବ ଚୁକ୍ତିନାମାକୁ ଦର୍ଶାଇ ୧୯୫ ବିଦ୍ୟାଳୟ ପାଇଁ ୧୨.୧୬କୋଟି ଟଙ୍କା ବ୍ୟୟରେ ସମାନ କାର୍ଯ୍ୟ ହାତକୁ ନେଇ ଧାର୍ଯ୍ୟ ତାରିଖ ସୁଦ୍ଧା ଶେଷ କରିବାକୁ ପୁନର୍ବାର ଅନୁରୋଧ କରିଥିଲେ। କିନ୍ତୁ ଶ୍ରେଣୀଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁ ଉକ୍ତସଂସ୍ଥା ୧୯୫ ବିଦ୍ୟାଳୟ ମଧ୍ୟରୁ ୨୨ଟି ବିଦ୍ୟାଳୟରେ ଉପକରଣଗୁଡ଼ିକୁ ସ୍ଥାପନ କରିପାରି ନ ଥିଲା। କେନ୍ଦୁଝର ଜିଲାରେ ୮୧ଟି ବିଦ୍ୟାଳୟରୁ ୮ଟିରେ ବିଦ୍ୟୁତ୍‌ ନ ଥିବାବେଳେ ୧୪ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ଏନେଇ ତାଲିମ ଦିଆଯାଇ ନାହିଁ। ସେହିପରି ୧୧୧ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୬୯୪ ସ୍ମାର୍ଟ ଶ୍ରେଣୀଗୃହ ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବାପାଇଁ ପ୍ରତି ସ୍ମାର୍ଟଶ୍ରେଣୀ ଗୃହ ଲାଗି ୨ଲକ୍ଷ ୯୩ହଜାର ୮୨୦ଟଙ୍କା ହାରରେ ୨୦.୩୯କୋଟି ଟଙ୍କା ମୂଲ୍ୟରେ ନିଲାମଧାରୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ନିର୍ଦ୍ଧାରିତ ଅବଧି ମଧ୍ୟରେ କୌଣସି ଆଦର୍ଶ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସଂଯୋଗ ଉପଲବ୍ଧ କରାଯାଇ ପାରି ନାହିଁ। ସିଏଜିଙ୍କ ତଥ୍ୟ ଅନୁଯାୟୀ, ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକୁ ୨୩୪.୩୭କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅବଧି ଶେଷ ହୋଇଥିଲେ ହେଁ ୨୦୨୨ ଅକ୍ଟୋବର ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ମାତ୍ର ୧୨୫.୫୨କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଓଏମ୍‌ବିଏଡିସିକୁ ଦେବାରେ ସକ୍ଷମ ହୋଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ୫୩.୫୬ ପ୍ରତିଶତ ଅର୍ଥର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ଅବଶିଷ୍ଟ ୧୦୮.୮୫କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇପାରି ନ ଥିବା ସିଏଜି ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri