ଆଇସିଟି: ଲକ୍ଷ୍ୟଠାରୁ ଦୂରରେ

ଭୁବନେଶ୍ୱର,୭।୪(ରବିନାରାୟଣ ଜେନା): ୨୦୨୪ ସିଏଜି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ, ଓଏମ୍‌ବିଏଡିସି ପାଣ୍ଠିରୁ ଆଇସିଟି ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସ ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ବାସ୍ତବକ୍ଷେତ୍ରରେ ରୂପାୟନ ହୋଇପାରି ନାହିଁ। କେଉଁଠାରେ ବିନା ଟେଣ୍ଡରରେ ଉପକରଣ କ୍ରୟ କରାଯାଇ ଅନେକ କୋଟି ଟଙ୍କା ଦୁରୁପଯୋଗ କରାଯାଇଛି ତ ଆଉ କେଉଁଠାରେ ବିନା ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)ରେ କାମ ହୋଇଛି। ସବୁଠାରୁ ବଡ଼କଥା ହେଲା, ଶ୍ରେଣୀ ଗୃହ ନ ଥାଇ ଆଇସିଟି ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସ ସ୍ଥାପନ ପାଇଁ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍‌ କେତେକ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ କମ୍ପ୍ୟୁଟର ତାଲିମ ଦିଆଯାଇ ନ ଥିବାବେଳେ ଇଣ୍ଟରନେଟ୍‌ ସଂଯୋଗ ନ ଥିଲା। ତେଣୁ ଆଇସିଟି ଓ ସ୍ମାର୍ଟକ୍ଲାସ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଯୋଗୁ କମ୍ପ୍ୟୁଟର ଶିକ୍ଷା ଖଣିବହୁଳ ଜିଲାର ଛାତ୍ରୀଛାତ୍ରଙ୍କ ନିକଟରେ ଅପହଞ୍ଚ ହୋଇଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।
୨୦୨୦ ଅଗଷ୍ଟରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ୍‌) ପକ୍ଷରୁ ଓଏମ୍‌ବିଏଡିସି ପାଣ୍ଠିରେ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୩,୧୫୮ଟି ଆଇସିଟି ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସ ସ୍ଥାପନ କରାଯିବା ଲାଗି ଲକ୍ଷ୍ୟ ରହିଥିଲା। ସେଥିମଧ୍ୟରୁ ୧,୦୫୩ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଏକ ତାଲିକା ପ୍ରକଳ୍ପ ନିର୍ଦ୍ଦେଶକ(ଓସେପା) ୨୦୨୧ରେ ଓକାକ୍‌କୁ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ଡିସେମ୍ବରରେ ୯୮୫ ବିଦ୍ୟାଳୟରେ ୩,୧୯୯ ସ୍ମାର୍ଟ କ୍ଲାସ୍‌ ଉପକରଣକୁ ସଂଶୋଧିତ କରାଯାଇଥିଲା। ସେଥିଲାଗି ମେସର୍ସ ୟୁନିକପ୍‌ସ ଟେକ୍ନୋଲୋଜି ସପକ୍ଷରେ ଏକ କାର୍ଯ୍ୟାଦେଶ ଓକାକ୍‌ ଜାରି କରିଥିଲେ। ନିୟମ ଅନୁଯାୟୀ ୧୨୦ ଦିନରେ ଶତପ୍ରତିଶତ ଉପକରଣ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥାଏ। ଏପରି କି ଅତି ବେଶୀରେ ୧୫୦ ଦିନ ମଧ୍ୟରେ ସ୍ମାର୍ଟ ଉପକରଣ ବିଦ୍ୟାଳୟରେ ସ୍ଥାପନ ହେବା କଥା। କିନ୍ତୁ ୨୦୨୨ ମାର୍ଚ୍ଚ ସୁଦ୍ଧା ପ୍ରସ୍ତାବିତ ବିଦ୍ୟାଳୟରେ ଉପକରଣ ପହଞ୍ଚତ୍ ପାରି ନ ଥିଲା। ସିଏଜିଙ୍କ ପକ୍ଷରୁ ସର୍ବେକ୍ଷଣ ବେଳେ ଜଣାପଡ଼ିଛି ଯେ, କମିଟି ଗଠନ ହେବାର ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଡିପିଆର ପ୍ରସ୍ତୁତ ନ ହେବା ଏବଂ ଆଦେଶ ସ୍ଥାନିତ ନ ହେବା ଯୋଗୁ ଓକାକ୍‌ ଆଇସିଟି କାର୍ଯ୍ୟ କରିପାରି ନ ଥିଲା। ଏପରି କି ୨୪୨ଟି ବିଦ୍ୟାଳୟରେ ଆଇସିଟି ଲ୍ୟାବ୍‌ ପାଇଁ ଜାଗା ଠିକ୍‌ ନ ହେବାରୁ ୬୮୮ ସ୍ମାର୍ଟ କ୍ଲାସ ଉପକରଣ ମଧ୍ୟ ସ୍ଥାପନ ହୋଇ ପାରି ନ ଥିଲା।
ଯାଜପୁର ଜିଲାପାଳଙ୍କ ନେତୃତ୍ୱରେ ଜିଲାସ୍ତରୀୟ ବିଦ୍ୟାଗତ ସମୃଦ୍ଧି କମିଟି ଜିଲାର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ପାଇଁ ଡିଜିଟାଲ ଉପକରଣ ଯୋଗାଣ ଏବଂ ସ୍ଥାପନ ପାଇଁ ଏକ କେନ୍ଦ୍ରୀୟ ପିଏସୟୁକୁ ଚୟନ ୨୦୨୧ ସେପ୍ଟେମ୍ବର ୨ରେ କରାଯାଇଥିଲା। ଏଥିପାଇଁ ୪.୫ କୋଟି ଟଙ୍କାର ଏକ ଚୁକ୍ତିନାମା ସମ୍ପାଦନ ହୋଇଥିଲା। ଏହି କାର୍ଯ୍ୟ ୨୦୨୧ ଅକ୍ଟୋବର ୩୦ ସୁଦ୍ଧା ଶେଷ ହେବା କଥା। ଯଦିଓ ଉପରୋକ୍ତ କାର୍ଯ୍ୟଗୁଡ଼ିକ ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ୟୁନିଟ(ସିପିଏସ୍‌ୟୁ) ଦ୍ୱାରା ସମାପ୍ତ ହୋଇ ନ ଥିଲା, ତଥାପି ଡିପିସି ପୂର୍ବ ଚୁକ୍ତିନାମାକୁ ଦର୍ଶାଇ ୧୯୫ ବିଦ୍ୟାଳୟ ପାଇଁ ୧୨.୧୬କୋଟି ଟଙ୍କା ବ୍ୟୟରେ ସମାନ କାର୍ଯ୍ୟ ହାତକୁ ନେଇ ଧାର୍ଯ୍ୟ ତାରିଖ ସୁଦ୍ଧା ଶେଷ କରିବାକୁ ପୁନର୍ବାର ଅନୁରୋଧ କରିଥିଲେ। କିନ୍ତୁ ଶ୍ରେଣୀଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁ ଉକ୍ତସଂସ୍ଥା ୧୯୫ ବିଦ୍ୟାଳୟ ମଧ୍ୟରୁ ୨୨ଟି ବିଦ୍ୟାଳୟରେ ଉପକରଣଗୁଡ଼ିକୁ ସ୍ଥାପନ କରିପାରି ନ ଥିଲା। କେନ୍ଦୁଝର ଜିଲାରେ ୮୧ଟି ବିଦ୍ୟାଳୟରୁ ୮ଟିରେ ବିଦ୍ୟୁତ୍‌ ନ ଥିବାବେଳେ ୧୪ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ଏନେଇ ତାଲିମ ଦିଆଯାଇ ନାହିଁ। ସେହିପରି ୧୧୧ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୬୯୪ ସ୍ମାର୍ଟ ଶ୍ରେଣୀଗୃହ ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବାପାଇଁ ପ୍ରତି ସ୍ମାର୍ଟଶ୍ରେଣୀ ଗୃହ ଲାଗି ୨ଲକ୍ଷ ୯୩ହଜାର ୮୨୦ଟଙ୍କା ହାରରେ ୨୦.୩୯କୋଟି ଟଙ୍କା ମୂଲ୍ୟରେ ନିଲାମଧାରୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ନିର୍ଦ୍ଧାରିତ ଅବଧି ମଧ୍ୟରେ କୌଣସି ଆଦର୍ଶ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସଂଯୋଗ ଉପଲବ୍ଧ କରାଯାଇ ପାରି ନାହିଁ। ସିଏଜିଙ୍କ ତଥ୍ୟ ଅନୁଯାୟୀ, ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକୁ ୨୩୪.୩୭କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅବଧି ଶେଷ ହୋଇଥିଲେ ହେଁ ୨୦୨୨ ଅକ୍ଟୋବର ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ମାତ୍ର ୧୨୫.୫୨କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଓଏମ୍‌ବିଏଡିସିକୁ ଦେବାରେ ସକ୍ଷମ ହୋଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ୫୩.୫୬ ପ୍ରତିଶତ ଅର୍ଥର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ଅବଶିଷ୍ଟ ୧୦୮.୮୫କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇପାରି ନ ଥିବା ସିଏଜି ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri