ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ ଉତ୍ପାଦ

ଭୁବନେଶ୍ୱର,୪।୯: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଆୟ ଯୋଜନା ‘ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ଯୋଜନା ଗ୍ରାହକଙ୍କୁ ବାର୍ଷିକ ଆଧାରରେ ବର୍ଦ୍ଧିତ ଆୟ କିମ୍ବା ଏକ ନିରନ୍ତର ନିୟମିତ ଆୟ ହାସଲ କରିବା ପାଇଁ ବିକଳ୍ପ ପ୍ରଦାନ କରୁଛି, ଏହା ବ୍ୟତୀତ ଏହି ଅଣ-ଅଂଶଗ୍ରହଣକାରୀ ସଞ୍ଚୟ ଉତ୍ପାଦର ଲାଇଫ୍‌ କଭର ଉପାଦାନ ପରିବାର ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଥାଏ। ଆଇସିଆଇସିଆଇ ପ୍ରୁ ଗିଫ୍ଟ ଗ୍ରାହକଙ୍କୁ ଆୟ ଲାଭ, ପ୍ରିମିୟମ ପେମେଣ୍ଟ ଅବଧି ଓ ଅନ୍ୟାନ୍ୟ ସୁବିଧାର ଏକ ବିକଳ୍ପ ପ୍ରଦାନ ସହିତ ସେମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ମୁତାବକ ପ୍ରଡକ୍ଟକୁ କଷ୍ଟୋମାଇଜ୍‌ କରିବା ପାଇଁ ଅନୁମତି ଦେଇଥାଏ।

ନିଶ୍ଚିତ ଦୀର୍ଘ ଅବଧି ଆୟ ସମେତ ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋ ଗ୍ରାହକଙ୍କୁ ଏକ ଲମ୍ପ୍‌ ସମ୍‌ ଲାଭ ପାଇବା ପାଇଁ ବିକଳ୍ପ ଦେଇଥାଏ। ଗ୍ରାହକଙ୍କ ନିକଟରେ ଏକ ଲମ୍ପ୍‌ ସମ୍‌ ବା ମୋଟ ଲାଭ ଭାବେ ପଇଠ କରାଯାଇଥିବା ପ୍ରିମିୟମର ୧୦୦% ପର୍ଯ୍ୟନ୍ତ ଯେକୌଣସି ରାଶିକୁ ଚୟନ କରିବାର ନମନୀୟତା ରହିଥାଏ।

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ଆମେ ବିଲ୍ଟ-ଇନ୍‌ ଫ୍ଲେକ୍ସିବିଲିଟି ସହିତ ଏକ ଦୀର୍ଘ ଅବଧି ସଞ୍ଚୟ ଉତ୍ପାଦ ଆଇସିଆଇସିଆଇ ପ୍ରୁ ଗିଫ୍ଟ ପ୍ରୋର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ, ଯାହା ଗ୍ରାହକଙ୍କୁ ସେମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହ ମେଳ ଖାଇବା ପାଇଁ ଉତ୍ପାଦକୁ ଆଡ୍‌ଜଷ୍ଟ କରିବାକୁ ଅନୁମତି ଦେବ, ଯାହା ସେମାନଙ୍କୁ ଉତ୍ତମ ଭାବେ ପ୍ରସ୍ତୁତ ରହିବା ଏବଂ ଜୀବନର ଲକ୍ଷ୍ୟଗୁଡିକୁ ହାସଲ କରିବା ଲାଗି ସକ୍ଷମ କରୁଛି। ଉକ୍ତ ଉତ୍ପାଦରେ ଥିବା ଲାଇଫ୍‌ କଭର୍‌ କମ୍ପୋନେଣ୍ଟ୍‌ ବ୍ୟତୀତ ପରିବାର ପାଇଁ ତାହା ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri