୧୦,୦୦୦ରୁ ସିଧା ୫୦,୦୦୦, ସେଭିଂ ଆକାଉଣ୍ଟ ପାଇଁ ମିନିମମ୍‌ ବାଲାନ୍ସ ଲିମିଟ୍‌ ବଢ଼ାଇଲା ଏହି ବ୍ୟାଙ୍କ; ଚିନ୍ତାରେ…

ନୂଆଦିଲ୍ଲୀ,୯।୮: ଆଇସିଆଇସିଆଇ ବ୍ୟାଙ୍କ ୧ ଅଗଷ୍ଟ ୨୦୨୫ କିମ୍ବା ତା’ପରେ ଖୋଲାଯାଇଥିବା ନୂଆ ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ ପାଇଁ ନ୍ୟୁନତମ ମାସିକ ହାରାହାରି ବାଲାନ୍ସ (ଏମ୍‌ଏବି) ପାଞ୍ଚ ଗୁଣା ବୃଦ୍ଧି କରି ୫୦,୦୦୦ ଟଙ୍କା କରିଛି। ଏହାପୂର୍ବରୁ, ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ସେଭିଙ୍ଗ୍ସ ଆକାଉଣ୍ଟ ପାଇଁ ଏମଏବି ୧୦,୦୦୦ ଟଙ୍କା ଥିଲା।
ବ୍ୟାଙ୍କର ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ, ଅର୍ଦ୍ଧ-ସହରୀ ଅଞ୍ଚଳରେ ଏହି ସୀମା ୨୫,୦୦୦ ଟଙ୍କା ଏବଂ ଗ୍ରାମୀଣ ଅଞ୍ଚଳରେ ୧୦,୦୦୦ ଟଙ୍କା ରହିଛି। ଯଦି ଖାତାଧାରୀ ର୍ନିଦ୍ଦିଷ୍ଟ ଏମଏବି ବଜାୟ ରଖିପାରନ୍ତି ନାହିଁ, ତେବେ ସେମାନଙ୍କୁ ଅଭାବୀ ରାଶିର ୬ ପ୍ରତିଶତ କିମ୍ବା ୫୦୦ ଟଙ୍କା (ଯେଉଁଟି କମ ହେବ) ଜରିମାନା ଭାବେ ଦେବାକୁ ପଡ଼ିବ।
ସେଭିଙ୍ଗ୍ସ ଆକାଉଣ୍ଟରେ ଜମା ରାଶି ଉପରେ ବାର୍ଷିକ ୨.୫ ପ୍ରତିଶତ ସୁଧ ମିଳିବ। ଏହି ନୂଆ ନିୟମ କେବଳ ୧ ଅଗଷ୍ଟ ୨୦୨୫ ପରେ ଖୋଲାଯାଇଥିବା ଆକାଉଣ୍ଟ ଉପରେ ଲାଗୁ ହେବ। ପୁରୁଣା ଖାତାଧାରୀଙ୍କ ପାଇଁ ପୂର୍ବ ରାଶି ସୀମା ହିଁ ଲାଗୁ ରହିବ। ସାଲାରୀ ଆକାଉଣ୍ଟ, ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଏବଂ ବେସିକ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ଧାରୀଙ୍କୁ ଏହି ନିୟମରୁ ଛାଡ଼ ମିଳିବ, କାରଣ ଏହି ଆକାଉଣ୍ଟଗୁଡ଼ିକ ଜିରୋ ବାଲାନ୍ସ ଆକାଉଣ୍ଟ ଅଟେ।
ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ ର୍ନିଦ୍ଦିଷ୍ଟ ସୀମାଠାରୁ ଅଧିକ ରାଶି ରହିବ, ସେମାନେ କିଛି ବିଶେଷ ସୁବିଧା ପାଇବେ। ଏହା ମଧ୍ୟରେ ମାଗଣା ଏନ୍‌ଇଏଫଟି ଟଙ୍କା ହସ୍ତାନ୍ତର ଏବଂ ମାସକୁ ତିନିଥର ମାଗଣା ନଗଦ ଲେଣଦେଣ ସାମିଲ ରହିଛି। ଏହାପରେ ପ୍ରତ୍ୟେକ ନଗଦ ଲେଣଦେଣ ପାଇଁ ୧୫୦ ଟଙ୍କା ଶୁଳ୍କ ଲାଗିବ। ଏହି ସମସ୍ତ ଶୁଳ୍କ ଉପରେ ଜିଏସଟି ମଧ୍ୟ ଦେବାକୁ ପଡ଼ିବ। ତେବେ ଆଇସିଆଇସିଆଇ ବ୍ୟାଙ୍କର ଏହି ନୂଆ ନିୟମ ଗ୍ରାହକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି, ବିଶେଷ କରି ନୂଆ ଆକାଉଣ୍ଟ ଖୋଲୁଥିବା ଗ୍ରାହକଙ୍କ ପାଇଁ।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri