ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ, ଘୋଷଣା ହେଲା ଏମରଜେନ୍ସି

ରିକଜାଭିକ,୧୯।୧୨: ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି।

ନ୍ୟୁଜ ଏଜେନ୍ସି ସିହ୍ନୁଆ ଆଇସଲ୍ୟାଣ୍ଡର ପାଣିପାଗ ବିଭାଗରୁ ଉଦ୍ଧୃତ କରି କହିଛି ଯେ ଗତ କିଛି ସପ୍ତାହ ଧରି ଆଇସଲ୍ୟାଣ୍ଡରେ ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଥିଲା, ଏହା ପରେ ଆଗ୍ନେୟଗିରି ଉଦଗିରଣ ଘଟଣା ଘଟିଥିଲା।
ଗ୍ରିଣ୍ଡଭିକ ଠାରୁ ପ୍ରାୟ ୪ କିଲୋମିଟର ଉତ୍ତର-ପୂର୍ବରେ ଏହି ବିସ୍ଫୋରଣ ଘଟିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା ସମୟରେ ହୋଇଥିବା ଭୂକମ୍ପ ପରେ ରାତି ପ୍ରାୟ ୧୦ଟା ୧୭ସମୟରେ ଏହି ବିସ୍ଫୋରଣ ଘଟିଛି।
ପାଣିପାଗ ବିଭାଗ କହିଛି ଯେ ଆଗ୍ନେୟଗିରିରେ ଛିଦ୍ରର ଦୈର୍ଘ୍ୟ ପ୍ରାୟ ୩.୫କିଲୋମିଟର, ଯେଉଁଥିରୁ ଲାଭା ସେକେଣ୍ଡରେ ପ୍ରାୟ ୧୦୦ ରୁ ୨୦୦ ଘନ ମିଟର ବେଗରେ ପ୍ରବାହିତ ହେଉଛି। ପାଣିପାଗ ବିଭାଗ କହିଛି ଯେ ରେକଜାନେସ ଉପଦ୍ୱୀପରେ ଆଗ୍ନେୟଗିରି ଉଦଗିରଣ ପୂର୍ବ ବିସ୍ଫୋରଣ ଅପେକ୍ଷା ଅନେକ ଗୁଣ ବଡ ଥିଲା।
ବର୍ତ୍ତମାନ ବିସ୍ଫୋରଣର ସଠିକ ସ୍ଥାନ ଏବଂ ଆକାର ନିଶ୍ଚିତ କରିବାକୁ ଏକ ହେଲିକପ୍ଟର ପଠାଯାଇଛି। ଆଗ୍ନେୟଗିରି ବିସ୍ଫୋରଣ ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ବୋଲି ଆଇସଲ୍ୟାଣ୍ଡର ଜାତୀୟ ପୋଲିସ କମିଶନର କହିଛନ୍ତି। ନାଗରିକମାନଙ୍କୁ ମଧ୍ୟ ଏକ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri