ପୁନଃ ଅବସ୍ଥାନ ପାଇଁ ଆଇସ୍‌ଲାଣ୍ଡ ପ୍ରଥମ ପସନ୍ଦ

ଓ୍ବାଶିଂଟନ୍‌, ୧୪।୩: ଆମେରିକୀୟ ଅନ୍‌ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍‌ଲି ପକ୍ଷରୁ ଗୁରୁବାର ‘ରେମିଟ୍‌ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ସର୍ବୋତ୍ତମ ଦେଶଗୁଡ଼ିକର ତାଲିକାରେ ଆଇସ୍‌ଲାଣ୍ଡ ସର୍ବାଗ୍ରେ ରହିଛି। ଭାରତ ଏହି ସୂଚକାଙ୍କର ୭୫ତମ ସ୍ଥାନରେ ରହିଛି। ୮୨ଟି ଦେଶରେ ଆପ୍ରବାସୀଙ୍କୁ ମିଳୁଥିବା ବିଭିନ୍ନ ପ୍ରକାରର ସୁବିଧାକୁ ମୂଲ୍ୟାଙ୍କନ କରାଯାଇ ଏହି ସୂଚକାଙ୍କକୁ ପ୍ରସ୍ତୁତ କରାଯାଇଛି। ଖାସ୍‌କରି ବିଭିନ୍ନ ଦେଶରେ ଆପ୍ରବାସୀମାନଙ୍କ ପାଇଁ ମିଳୁଥିବା ସାର୍ବଜନୀନ ପରିବହନ ସେବା, ସ୍ବାସ୍ଥ୍ୟ ସେବା, ନିଯୁକ୍ତି ସୁଯୋଗ, ଜୀବନ ଧାରଣର ଖର୍ଚ୍ଚ, ଖୁସି, ଆପ୍ରବାସୀ ସମ୍ପ୍ରଦାୟର ସ୍ଥିତି ଆଦି ବିଭିନ୍ନ ଦିଗକୁ ମୂଲ୍ୟାଙ୍କନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି।
ରେମିଟ୍‌ଲି ପକ୍ଷରୁ ଜାରି ଏହି ସୂଚକାଙ୍କରେ ପ୍ରତ୍ୟେକ ଦେଶରେ ଆପ୍ରବାସୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧାକୁ ଆଧାର କରି ସମୁଦାୟ ୧୦୦ ନମ୍ବରରୁ ଭିନ୍ନ ଭିନ୍ନ ସ୍କୋର୍‌ ଦିଆଯାଇଛି। ୫୮.୪ ସ୍କୋର୍‌ ସହ ଉତ୍ତର ଆଟ୍‌ଲାଣ୍ଟିକ୍‌ ଦ୍ୱୀପ ଆଇସ୍‌ଲାଣ୍ଡ ଏହି ସୂଚକାଙ୍କର ସର୍ବାଗ୍ରେ ରହିଛି।
ରେମିଟ୍‌ଲି ପକ୍ଷରୁ କୁହାଯାଇଛି, ଆଇସ୍‌ଲାଣ୍ଡରେ ଆପ୍ରବାସୀମାନଙ୍କ ପାଇଁ ରହିଥିବା ବ୍ୟାଙ୍କିଂ ସୁବିଧା, ସେମାନଙ୍କ ଖୁସିର ସ୍ତର, ସଂଯୋଗୀକରଣ ଏବଂ ସୁରକ୍ଷା ସ୍ତର ଆଦି ସୁବିଧା ଉଚ୍ଚକୋଟୀର ରହିଛି। ସେହିପରି ଆଇସ୍‌ଲାଣ୍ଡ ଏହାର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟ ଯୋଗୁ ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ଅଧିକ ସଂଖ୍ୟାରେ ଅନ୍ୟ ଦେଶର ଲୋକଙ୍କୁ ଆକୃଷ୍ଟ କରିବ। ସେହିପରି ସାରା ବିଶ୍ୱରେ ଆପ୍ରବାସୀ ଶ୍ରମିକଙ୍କୁ ସବୁଠାରୁ ଅଧିକ ସର୍ବନିମ୍ନ ମଜୁରି ହାର ଏବଂ ବାର୍ଷିକ ଦରମା ପ୍ରଦାନ କରୁଥିବା ଦେଶ ଆଇସ୍‌ଲାଣ୍ଡ ହୋଇଥିବା ନେଇ ଏହି ରିପୋର୍ଟ କହିଛି। ୫୫.୮ ସ୍କୋର୍‌ ସହ ସୁଇଜରଲାଣ୍ଡ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୫୫.୭ ସ୍କୋର୍‌ ସହ ଲକ୍ସମବର୍ଗ ତୃତୀୟ ସ୍ଥାନରେ ରହିଛି। ୩୦.୫ ସ୍କୋର୍‌ ସହ ଭାରତ ୭୫ତମ ସ୍ଥାନରେ ରହିଥିବା ବେଳେ ପଡ଼ୋଶୀ ପାକିସ୍ତାନ ୩୦.୯ ସ୍କୋର୍‌ ସହ ୭୨ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?