Posted inଜାତୀୟ

ଫୁଲୁଛି ହିମ ହ୍ରଦ: ବିପଦରେ ୧୦୦ ଡ୍ୟାମ୍‌

ନୂଆଦିଲ୍ଲୀ, ୨୫ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ତରଳୁଛି ଏବଂ ହିମ ହ୍ରଦ ଫୁଲିବାରେ ଲାଗିଛି। ଏହାର ପ୍ରଭାବରେ ହିମାଳୟର ପାଦଦେଶରେ ଥିବା ରାଜ୍ୟଗୁଡ଼ିକରେ ପ୍ରଳୟଙ୍କାରୀ ବନ୍ୟାର ସମ୍ଭାବନା ବଢ଼ିଛି। ଏହାଫଳରେ ଭାରତର ୫ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ସିକିମ ଏବଂ ଅରୁଣାଚଳ ପ୍ରଦେଶର ୧୦୦ ଡ୍ୟାମ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାନେଇ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ପକ୍ଷରୁ ଗତ ସପ୍ତାହରେ ସତର୍କ ସୂଚନା ଜାରି କରାଯାଇଛି। ସମ୍ପ୍ରତି କରାଯାଇଥିବା ବିଭିନ୍ନ ଗବେଷଣା ଅନୁଯାୟୀ, ଭାରତୀୟ ହିମାଳୟରେ ଏବେ ୦.୦୫ ବର୍ଗ କି.ମି. କ୍ଷେତ୍ରଫଳରୁ ବଡ଼ ୩୨୯ଟି ହିମ ହ୍ରଦ ରହିଛି। ୧୯୯୦ ତୁଳନାରେ ଏହି ହିମ ହ୍ରଦଗୁଡ଼ିକର କ୍ଷେତ୍ରଫଳ ପ୍ରାୟ ୭୦% ବଢ଼ିଯାଇଛି।
ଭାରତରେ ୬ ହଜାର ବଡ଼ ଡ୍ୟାମ୍‌ ରହିଛି। ବଡ଼ ଡ୍ୟାମ୍‌ ଥିବା ଦେଶ ତାଲିକାରେ ବୈଶ୍ୱିକ ସ୍ତରରେ ଭାରତ ତୃତୀୟ ସ୍ଥାନରେ ରହିଛି। ହିମ ହ୍ରଦରେ ପ୍ରଳୟଙ୍କାରୀ ବନ୍ୟାର ବିନାଶକାରୀ ପରିଣାମ ଭାରତ ପୂର୍ବରୁ ମଧ୍ୟ ଅନୁଭବ କରି ସାରିଛି ବୋଲି ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ୨୦୨୧ରେ ଉତ୍ତରାଖଣ୍ଡର ଚାମୋଲି ବିପର୍ଯ୍ୟୟ ଏବଂ ୨୦୨୩ରେ ସିକିମର ତିସ୍ତା-୩ ଡ୍ୟାମ୍‌ ଭାଙ୍ଗିବା ଘଟଣା ଏହାର ପ୍ରମୁଖ ଉଦାହରଣ। ଜଳବାୟୁ ପରିବର୍ତ୍ତନ ଯୋଗୁ ହିମାଳୟ ପାଦଦେଶରେ ଥିବା ରାଜ୍ୟଗୁଡ଼ିକରେ ବାଦଲଫଟା ବର୍ଷା, ହିମ ସ୍ଖଳନ, ଭୂସ୍ଖଳନ ଏବଂ ଭୂକମ୍ପ ଆଦି ଘଟଣା ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ହିମ ହ୍ରଦ ଫୁଲିବା ସହ ପ୍ରଳୟଙ୍କାରୀ ବନ୍ୟାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସିଡବ୍ଲ୍ୟୁସି ୧୦୦ ଡ୍ୟାମକୁ ସତର୍କ ସୂଚନା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri