Posted inଫୁରସତ

ଆଇସ୍‌କ୍ରିମ୍‌ ବିରିୟାନି

ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ନିକଟରେ ଫୁଡ୍‌ ବ୍ଲଗର ହିନା କୌଶର ରାଦ୍‌ ଏକ ସ୍ବତନ୍ତ୍ର ଡିସ୍‌ ପ୍ରସ୍ତୁତ କରି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ବିରିୟାନି ଓ ଆଇସ୍‌କ୍ରିମ୍‌କୁ ମିଳାଇ ଏକ ସ୍ବତନ୍ତ୍ର ‘ଆଇସ୍‌କ୍ରିମ୍‌ ବିରିୟାନି’ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।
ମୁମ୍ବାଇ ନିବାସୀ ହିନା ଏକ ନିଜସ୍ବ ବେକିଂ ଏକାଡେମୀ ଚଳାନ୍ତି। ଶୁକ୍ରବାର ତାଙ୍କ ଏକାଡେମୀରେ କେତେଜଣ ଛାତ୍ରୀଙ୍କର ୭ ଦିନିଆ ବେକିଂ କୋର୍ସ ସମାପ୍ତ ହୋଇଥିଲା। ଏହି ଖୁସିରେ ସେ ପରୀକ୍ଷାମୂଳକ ଭାବେ ଆଇସ୍‌କ୍ରିମ୍‌ ବିରିୟାନି ପ୍ରସ୍ତୁତ କରିଛନ୍ତି ବୋଲି ହିନା କହିଛନ୍ତି। ଭିଡିଓରେ ହିନାଙ୍କ ସହ ତାଙ୍କର ଜଣେ ସହଯୋଗୀ ଓ କେତେଜଣ ଛାତ୍ରୀ ନଜରକୁ ଆସୁଛନ୍ତି। ଆଇସ୍‌କ୍ରିମ୍‌ ବିରିୟାନି କିପରି ପ୍ରସ୍ତୁତ କରାଯିବ ସେନେଇ ହିନା ତାଙ୍କ ଛାତ୍ରୀମାନଙ୍କୁ ବୁଝାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ତେବେ ହିନାଙ୍କର ଏହି ଭିଡିଓକୁ ଅନେକ ୟୁଜର୍ସ ନାପସନ୍ଦ କରିଛନ୍ତି। ଉଭୟ ବିରିୟାନି ଓ ଆଇସ୍‌କ୍ରିମ ଅଲଗା ଅଲଗା ସ୍ବାଦର ହୋଇଥିବାବେଳେ ଉଭୟକୁ ମିଶାଇ ଏକ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି କରିବା ଉଚିତ୍‌ ନୁହେଁ ବୋଲି ସେମାନେ କହିଛନ୍ତି। ବିରିୟାନି ଅଧିକାଂଶ ଭାରତୀୟଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହା ସହ ଏକ୍ସପେରିମେଣ୍ଟ କରିବା ଉଚିତ୍‌ ନୁହେଁ ବୋଲି ସେମାନେ କହିଛନ୍ତି। ସେହିପରି କେତେଜଣ ୟୁଜର୍ସ ହିନାଙ୍କ ଏହି ଭିଡିଓକୁ ପସନ୍ଦ କରିବା ସହ ଆଇସ୍‌କ୍ରିମ୍‌ ବିରିୟାନିକୁ ଏକ ମଜାଦାର ଡିସ୍‌ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri