ଏସବିଆଇ ପକ୍ଷରୁ ଆଇସିସିଡବ୍ଲ୍ୟୁ ସୁବିଧା

ଭୁବନେଶ୍ୱର,୪।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସବିଆଇ)ର ୬୮ ତମ ବ୍ୟାଙ୍କ୍‌ ଦିବସ ନିକଟରେ ପାଳିତ ହୋଇଯାଇଛି। ଏସବିଆଇର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ଆପ୍‌ ‘ୟୋନୋ’ରେ କେତେକ ନୂତନ ସୁବିଧାର ଶୁଭାରମ୍ଭ କରାଯାଇଥିବାବେଳେ ଇଣ୍ଟରଅପରେବଲ୍‌ କାର୍ଡଲେସ୍‌ ନଗଦ ଉଠାଣ (ଆଇସିସିଡବ୍ଲ୍ୟୁ) ସୁବିଧା ମଧ୍ୟ ଏସବିଆଇ ପକ୍ଷରୁ ଆରମ୍ଭ କରାଯାଇଛି। ବିଶେଷ କରି ‘ସବୁ ଭାରତୀୟଙ୍କ ପାଇଁ ୟୋନୋ’ ସହିତ ବ୍ୟାଙ୍କର ଗ୍ରାହକମାନେ ବର୍ତ୍ତମାନ ‘ସ୍କାନ ଆଣ୍ଡ୍‌ ପେ’, ପେ ବାଏ କଣ୍ଟାକ୍ଟ, ଅର୍ଥରାଶି ପାଇଁ ଅନୁରୋଧ ଆଦି ସୁବିଧାକୁ ନୂଆ ୟୁନୋ ଆପ୍‌ରେ ପାଇପାରିବେ। ଅପରପକ୍ଷରେ ଇଣ୍ଟରଅପରେବଲ୍‌ କାର୍ଡଲେସ୍‌ ନଗଦ ଉଠାଣ ସୁବିଧା ସହିତ ଉଭୟ ଏସବିଆଇ ଓ ଅଣ-ଏସବିଆଇ ଗ୍ରାହକମାନେ ଆଇସିସିଡବ୍ଲ୍ୟୁ ସକ୍ଷମ ଥିବା ଯେକୌଣସି ବ୍ୟାଙ୍କର ଏଟିଏମ୍‌ରୁ ‘ୟୁପିଆଇ କ୍ୟୁଆର୍‌ କ୍ୟାଶ୍‌’କୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ନଗଦ ଟଙ୍କା ଉଠାଇପାରିବେ। ଏଟିଏମ୍‌ ସ୍କ୍ରିନ୍‌ରେ ଥିବା କ୍ୟୁଆର୍‌ କୋଡ୍‌ ଜରିଆରେ ଏହି କାରବାର ସମ୍ପାଦିତ ହେବ। ଗ୍ରାହକମାନେ ସେମାନଙ୍କ ୟୁପିଆଇ ଆପ୍‌ରେ ଉପଲବ୍ଧ ଥିବା ସ୍କାନ୍‌ ଆଣ୍ଡ୍‌ ପେ’କୁ ବ୍ୟବହାର କରି ସୁବିଧାରେ ଟଙ୍କା ଉଠାଇପାରିବେ। ଏହା ଟଙ୍କା ଉଠାଣକୁ ସହଜ କରିବା ସହ ସୁରକ୍ଷିତ ମଧ୍ୟ କରିବ, କାରଣ ଗ୍ରାହକମାନଙ୍କୁ ପିନ୍‌ କିମ୍ବା ପ୍ରତ୍ୟକ୍ଷ ଡେବିଟ୍‌ କାର୍ଡ ଦରକାର ପଡ଼ିବନି। ଗ୍ରାହକମାନେ ବ୍ୟବହାରକାରୀ ମିତବ୍ୟୟୀ ଓ ସୁରକ୍ଷିତ ଡିଜିଟାଲ୍‌ ମାଧ୍ୟମ ଜରିଆରେ ତୁରନ୍ତ ଟଙ୍କା ଉଠାଣର ସୁବିଧା ଉପଭୋଗ କରିପାରିବେ। ଏ ସମ୍ପର୍କରେ ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଭାରତୀୟମାନଙ୍କୁ ଆର୍ଥିକ ସ୍ବାଧୀନତା ଓ ସୁବିଧା ମାଧ୍ୟମରେ ସଶକ୍ତ କରିବା ପାଇଁ ଉନ୍ନତ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବାକୁ ଏସ୍‌ବିଆଇ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?