ଏସବିଆଇ ପକ୍ଷରୁ ଆଇସିସିଡବ୍ଲ୍ୟୁ ସୁବିଧା

ଭୁବନେଶ୍ୱର,୪।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସବିଆଇ)ର ୬୮ ତମ ବ୍ୟାଙ୍କ୍‌ ଦିବସ ନିକଟରେ ପାଳିତ ହୋଇଯାଇଛି। ଏସବିଆଇର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ଆପ୍‌ ‘ୟୋନୋ’ରେ କେତେକ ନୂତନ ସୁବିଧାର ଶୁଭାରମ୍ଭ କରାଯାଇଥିବାବେଳେ ଇଣ୍ଟରଅପରେବଲ୍‌ କାର୍ଡଲେସ୍‌ ନଗଦ ଉଠାଣ (ଆଇସିସିଡବ୍ଲ୍ୟୁ) ସୁବିଧା ମଧ୍ୟ ଏସବିଆଇ ପକ୍ଷରୁ ଆରମ୍ଭ କରାଯାଇଛି। ବିଶେଷ କରି ‘ସବୁ ଭାରତୀୟଙ୍କ ପାଇଁ ୟୋନୋ’ ସହିତ ବ୍ୟାଙ୍କର ଗ୍ରାହକମାନେ ବର୍ତ୍ତମାନ ‘ସ୍କାନ ଆଣ୍ଡ୍‌ ପେ’, ପେ ବାଏ କଣ୍ଟାକ୍ଟ, ଅର୍ଥରାଶି ପାଇଁ ଅନୁରୋଧ ଆଦି ସୁବିଧାକୁ ନୂଆ ୟୁନୋ ଆପ୍‌ରେ ପାଇପାରିବେ। ଅପରପକ୍ଷରେ ଇଣ୍ଟରଅପରେବଲ୍‌ କାର୍ଡଲେସ୍‌ ନଗଦ ଉଠାଣ ସୁବିଧା ସହିତ ଉଭୟ ଏସବିଆଇ ଓ ଅଣ-ଏସବିଆଇ ଗ୍ରାହକମାନେ ଆଇସିସିଡବ୍ଲ୍ୟୁ ସକ୍ଷମ ଥିବା ଯେକୌଣସି ବ୍ୟାଙ୍କର ଏଟିଏମ୍‌ରୁ ‘ୟୁପିଆଇ କ୍ୟୁଆର୍‌ କ୍ୟାଶ୍‌’କୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ନଗଦ ଟଙ୍କା ଉଠାଇପାରିବେ। ଏଟିଏମ୍‌ ସ୍କ୍ରିନ୍‌ରେ ଥିବା କ୍ୟୁଆର୍‌ କୋଡ୍‌ ଜରିଆରେ ଏହି କାରବାର ସମ୍ପାଦିତ ହେବ। ଗ୍ରାହକମାନେ ସେମାନଙ୍କ ୟୁପିଆଇ ଆପ୍‌ରେ ଉପଲବ୍ଧ ଥିବା ସ୍କାନ୍‌ ଆଣ୍ଡ୍‌ ପେ’କୁ ବ୍ୟବହାର କରି ସୁବିଧାରେ ଟଙ୍କା ଉଠାଇପାରିବେ। ଏହା ଟଙ୍କା ଉଠାଣକୁ ସହଜ କରିବା ସହ ସୁରକ୍ଷିତ ମଧ୍ୟ କରିବ, କାରଣ ଗ୍ରାହକମାନଙ୍କୁ ପିନ୍‌ କିମ୍ବା ପ୍ରତ୍ୟକ୍ଷ ଡେବିଟ୍‌ କାର୍ଡ ଦରକାର ପଡ଼ିବନି। ଗ୍ରାହକମାନେ ବ୍ୟବହାରକାରୀ ମିତବ୍ୟୟୀ ଓ ସୁରକ୍ଷିତ ଡିଜିଟାଲ୍‌ ମାଧ୍ୟମ ଜରିଆରେ ତୁରନ୍ତ ଟଙ୍କା ଉଠାଣର ସୁବିଧା ଉପଭୋଗ କରିପାରିବେ। ଏ ସମ୍ପର୍କରେ ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଭାରତୀୟମାନଙ୍କୁ ଆର୍ଥିକ ସ୍ବାଧୀନତା ଓ ସୁବିଧା ମାଧ୍ୟମରେ ସଶକ୍ତ କରିବା ପାଇଁ ଉନ୍ନତ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବାକୁ ଏସ୍‌ବିଆଇ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri