ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗିରଫ ପାଇଁ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ କୋର୍ଟ

ନୂଆଦିଲ୍ଲୀ,୨୧।୧୧: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କୁ ମାନବିକତା ବିରୋଧୀ ତଥା ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।ଏହି ଆଇନଗତ ପ୍ରକ୍ରିୟାର ଅର୍ଥ ହେଉଛି ଯେ ଆଇସିସିର ୧୨୪ ସଦସ୍ୟ ରାଷ୍ଟ୍ର ଯଦି ନିଜ ଅଞ୍ଚଳରେ ପ୍ରବେଶ କରିବାକୁ ଚାହାଁନ୍ତି ତେବେ ନେତାନ୍ୟାହୁ ଏବଂ ଗାଲାଣ୍ଟଙ୍କୁ ଗିରଫ କରିବାକୁ ବାଧ୍ୟ ହେବେ।

ଗୁରୁବାର କୋର୍ଟ କହିଛନ୍ତି ଯେ, ଇସ୍ରାଏଲର ଆବେଦନକୁ ପ୍ରତ୍ୟାଖ୍ୟାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି ଯେ ନେତାନ୍ୟାହୁ ଏବଂ ଗାଲାଣ୍ଟ “ଯୁଦ୍ଧର ପଦ୍ଧତି ଭାବରେ ଅନାହାରର ଅପରାଧ ପାଇଁ ଦାୟୀ ଅଟନ୍ତି”।

ଆଇସିସି କହିଛି ଯେ, ଗାଜାର ସାଧାରଣ ନାଗରିକଙ୍କୁ ଖାଦ୍ୟ, ଜଳ, ଔଷଧ, ଚିକିତ୍ସା ସାମଗ୍ରୀ ଏବଂ ଇନ୍ଧନ ଏବଂ ବିଦ୍ୟୁତରୁ ସେମାନେ ଉଦ୍ଦେଶ୍ୟମୂଳକ ତଥା ଜାଣିଶୁଣି ବଞ୍ଚିତ କରାଯାଇଛି। ପୂର୍ବରୁ ନେତାନ୍ୟାହୁଙ୍କ ଆବେଦନ ଆଇସିସି ଖାରଜ କରିସାରିଛି।

ତେବେ ଇସ୍ରାଏଲ ଯୁକ୍ତି ଦର୍ଶାଇଛି ଯେ ଆଇସିସି ଦ୍ୱାରା ଅନ୍ୟ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତି ଏପରି “ପକ୍ଷପାତକ” ବ୍ୟବହାର କରାଯାଇ ନାହିଁ ଏବଂ ଏହା ଆଇନର ଶାସନ ପାଇଁ ପ୍ରତିବଦ୍ଧ।

ସେହିଭଳି ମାନବିକତା ବିରୋଧରେ ଯୁଦ୍ଧ ତଥା ଯୁଦ୍ଧ ଅପରାଧ ପାଇଁ ହାମାସ ନେତା ମହମ୍ମଦ ଦେଫଙ୍କୁ କୋର୍ଟ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି। କିନ୍ତୁ ଇସ୍ରାଏଲ ଏକ ମାସ ପୂର୍ବରୁ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଡିଏଫଙ୍କୁ ହତ୍ୟା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri