ନୂଆଦିଲ୍ଲୀ,୧୨।୩: ୨୦୨୬ ଟି ୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ୨୦୨୬ ଟି ୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଥିଲେ। ୨୦୨୬ ବିଶ୍ୱକପ ସମାପ୍ତ ହେବା ପରେ, ICC ପୁରସ୍କାର ରାଶି ଘୋଷଣା କରିଥିଲା।
ଚାମ୍ପିୟନ ଇଣ୍ଡିଆ ପ୍ରାୟ ୨୪.୨୮ କୋଟି ପାଇଥିବାବେଳେ ରନର୍ସଅପ ନ୍ୟୁଜିଲାଣ୍ଡ ୧୩.୦୯ କୋଟି ପାଇଥିଲା। ଦକ୍ଷିଣ ଆଫ୍ରିକା ୯.୨୫ କୋଟି, ଇଂଲଣ୍ଡ ୮.୯୬ କୋଟି ପାଇଛି। ପାକିସ୍ତାନର ଯାତ୍ରା ସୁପର ୮ ପର୍ଯ୍ୟାୟରେ ଶେଷ ହୋଇଥିଲା। ପାକିସ୍ତାନ ICC ରୁ ୪.୫୨ କୋଟି ପାଇଛି। ସେହିପରି ଇଟାଲୀ, ନେଦରଲ୍ୟାଣ୍ଡ, UAE ଏବଂ ନେପାଳ ୨.୩୬ କୋଟି ପାଇଥିବା ଜଣାପଡିଛି।

