୭ ମିନିଟ ବୈଠକରେ ବଡ଼ ଛଟେଇ କଲା ଟେକ୍ ଜିଆଣ୍ଟ ଆଇବିଏମ

ନୂଆଦିଲ୍ଲୀ,୧୩।୩: ଇଣ୍ଟରନ୍ୟାସନାଲ ବିଜନେସ୍ ମେଶିନ୍ କର୍ପ (ଆଇବିଏମ୍) କର୍ମଚାରୀଙ୍କ ସହ ସଂକ୍ଷିପ୍ତ ସାତ ମିନିଟର ବୈଠକରେ ଛଟେଇ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ପ୍ରକୃତ ସଂଖ୍ୟା କୁହାଯାଇ ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ନକରି ଏହାର ମାର୍କେଟିଂ ଏବଂ ଯୋଗାଯୋଗ ବିଭାଗରେ ଛଟେଇ ଆରମ୍ଭ କରିଥିବା କୁହାଯାଉଛି। କର୍ମଚାରୀଙ୍କ ସହ ସଂକ୍ଷିପ୍ତ ସାତ ମିନିଟର ବୈଠକରେ ଆଇବିଏମର ମୁଖ୍ୟ ଯୋଗାଯୋଗ ଅଧିକାରୀ ଜୋନାଥନ ଆଡାସେକ ଏହି ନିଷ୍ପତ୍ତି ପ୍ରକାଶ କରିଥିବା ଜଣାପଡିଛି।

ସିଏନବିସି ଛଟେଇ ବିଷୟରେ ରିପୋର୍ଟ କରିଥିବାବେଳେ, ଆଇବିଏମ୍ ଆନୁଷ୍ଠାନିକ ଭାବେ ଏହି ସୂଚନା ନିଶ୍ଚିତ କରି ନାହିଁ। ଗତବର୍ଷ ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣଙ୍କ ବିବୃତ୍ତି ପରେ ପ୍ରଥମ କରି କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ”ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ବଦଳାଯାଇଥିବା ପଦବୀ ପାଇଁ ନିଯୁକ୍ତି ବନ୍ଦ କରିବାକୁ କମ୍ପାନୀର ଉଦ୍ଦେଶ୍ୟ ବିଷୟରେ ସେ ସୂଚାଇ କହିଥିଲେ। ନିର୍ଦ୍ଦିଷ୍ଟ ଭାବରେ, କୃଷ୍ଣ ଉଲ୍ଲେଖ କହିଥିଲେ ଯେ ମାନବ ସମ୍ବଳ ପରି ବ୍ୟାକ୍ ଅଫିସ୍ କାର୍ଯ୍ୟରେ ନିଯୁକ୍ତି ପ୍ରୟାସ ସ୍ଥଗିତ ରହିବ କିମ୍ବା ବନ୍ଦ ହୋଇଯିବ।

ସେ କହିଥିଲେ, “ମୁଁ ସହଜରେ ଦେଖି ପାରୁଛି ଯେ ଏହାର ଏଆଇ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୩୦% ଚାକିରୀ ଅଟୋମେସନ୍ ଦ୍ୱାରା ବଦଳିଯାଇପାରେ।” ୨୦୨୩ରେ ଅନେକ ଆଇଟି କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ବେଳେ ୨୦୨୪ରେ ମଧ୍ୟ ଏହି ଧାରା ଲାଗି ରହିଛି। ଆଗକୁ ମଧ୍ୟ ଅନେକ ବଡ ଆଇଟି କମ୍ପାନୀ ଚଟେଇ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri