Posted inଜାତୀୟ

ଆଇଏଏସ ଅଧିକାରୀଙ୍କୁ ବିରୋଧୀ ଦଳ ନେତାଙ୍କ ସେବାରେ କରାଯାଇଛି ନିୟୋଜିତ, କଂଗ୍ରେସକୁ ଟାର୍ଗେଟ କଲେ କୁମାରସ୍ବାମୀ…

ବେଙ୍ଗାଲୁରୁ,୧୮।୭ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକୁଲାର) ନେତା ଏଚଡି କୁମାରସ୍ବାମୀ କର୍ନାଟକ କଂଗ୍ରେସ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଏକତାର ଦ୍ୱିତୀୟ ବୈଠକ ନେଇ ସେ କହିଛନ୍ତି ଏଥିରେ ଉପସ୍ଥିତ ଥିବା ବିରୋଧୀ ଦଳର ନେତାଙ୍କ ସେବା କରିବାକୁ କଂଗ୍ରେସ ସରକାର ୩୦ ଜଣ ଆଇଏଏସ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଏଭଳି କରି ରାଜ୍ୟ ସରକାର ଆଇଏଏସଙ୍କୁ ଗୋତି ଶ୍ରମିକରେ ପରିଣତ କରିଛନ୍ତି।

ଆଇଏଏସ ଅଧିକାରୀମାନେ ରାଜ୍ୟର କ୍ଷମତା ଏବଂ ଦକ୍ଷତାର ପ୍ରତୀକ। ଏହି ଅଧିକାରୀମାନଙ୍କୁ ରାଜନେତାଙ୍କ ସେବା କରିବା ପାଇଁ ଦ୍ୱାରପାଳ ଭାବରେ ପୋଷ୍ଟ କରିବା ଅଲ ଇଣ୍ଡିଆ ସେବା (ଆଚରଣ) ନିୟମର ସ୍ପଷ୍ଟ ଉଲ୍ଲଂଘନ ଅଟେ।

କୁମାରସ୍ବାମୀ ଏକ ଟୁଇଟ କରି ନେତାମାନଙ୍କୁ ସେବା ପାଇଁ ନିୟୋଜିତ କରାଯାଇଥିବା ଆଇଏଏସ ଅଧିକାରୀଙ୍କ ନାମ ତାଲିକା ଶେୟାର କରିଛନ୍ତି। ଏକ ମିଳିତ ମେଣ୍ଟ ଗଠନ କରି କ୍ଷମତା ହାସଲ କରିବାର ଲୋଭରେ କଂଗ୍ରେସ ସରକାର କର୍ନାଟକର ଗର୍ବ, ଐତିହ୍ୟ ଏବଂ ଆତ୍ମ ସମ୍ମାନକୁ ଦୋହଲାଇ ଦେଇଛନ୍ତି। କଂଗ୍ରେସର କର୍ନାଟକ ୟୁନିଟ ଏହାର ସହଯୋଗୀ ନେତାଙ୍କ ସେବା କରିବାକୁ ଆଇଏଏସ ଅଧିକାରୀଙ୍କୁ ନିୟୋଜିତ କରି ଭୁଲ କରିଛି।

ଏହା ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ନୁହେଁ କିମ୍ବା ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନୁହେଁ। ଏହା କେବଳ ଏକ ରାଜନୈତିକ ସଭା। ସହଯୋଗୀ ଦଳର ନେତାମାନଙ୍କ ସେବା ପାଇଁ ସରକାରୀ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିଯୁକ୍ତ କରିବା ହେଉଛି ରାଜ୍ୟର ୬.୫ କୋଟି କନ୍ନଡବାସୀଙ୍କ ପ୍ରତି ଏକ ବଡ ଅନ୍ୟାୟ।

ମୁଁ ଆଶ୍ଚର୍ଯ୍ୟ ହେଉଛି ଯେତେବେଳେ ଅଧିକାରୀ ମାନେ ଏହା ତାଙ୍କ ଆତ୍ମ ସମ୍ମାନ ଏବଂ ସମ୍ମାନକୁ କ୍ଷତି ପହଞ୍ଚାଇବ ବୋଲି ଜାଣି ମଧ୍ୟ ଏଭଳି କାର୍ଯ୍ୟ କରିବାକୁ କିଭଳି ରାଜି ହେଲେ। ଏପରି ବିବାଦୀୟ ଆଦେଶ ଦେଇଥିବା ମୁଖ୍ୟ ସଚିବ ଲୋକଙ୍କ ନିକଟରେ ଉତ୍ତରଦାୟୀ।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri