Posted inଜାତୀୟ

‘ମୋତେ ପ୍ରଧାନମନ୍ତ୍ରୀ କଲେ ବି ମୁଁ ଏନ୍‌ଡିଏରେ ଯୋଗ ଦେବି ନାହିଁ’

ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର(ଜୁନ୍‌ ୯)ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ନାଗିନା ଆସନ ଜିତି ଏମ୍‌ପି ହୋଇଥିବା ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି, ଏନ୍‌ଡିଏ ଲୋକମାନେ ତାଙ୍କୁ ପ୍ରଧାନମନ୍ତ୍ରୀ କଲେ ମଧ୍ୟ ସେ ଏହି ମେଣ୍ଟରେ ଯୋଗଦେବେ ନାହିଁ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ନାଗିନାବାସୀ ସେମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ମୋତେ ଭୋଟ୍‌ ଦେଇଛନ୍ତି। ସମ୍ବିଧାନର ବିରୋଧୀମାନଙ୍କୁ ଏକ ଶିକ୍ଷା ଦେବାକୁ ଭୋଟ୍‌ ଦେଇଛନ୍ତି। ରାଜନୈତିକ ଶକ୍ତି ଆବଶ୍ୟକ କିନ୍ତୁ ଏଥିପାଇଁ ଆଦର୍ଶ ସହ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ ଏବଂ ଏଭଳି ପରିସ୍ଥିତିରେ ଏନ୍‌ଡିଏରେ ଯୋଗଦେବା ପ୍ରଶ୍ନ ବି ଉଠୁନି।

ଭାଜପାକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଯଦି ଶାସକ ଦଳ ଏତେ ଭଲ ହୋଇଥାନ୍ତା, ତେବେ ଏତେ କମ୍‌ ଆସନ ପାଇ ନ ଥାନ୍ତା। ଏହା ଏକ ହାରିବା ପରି। ଶାସକ ଦଳ ୪୦୦ ଦାବି କରିଥିଲେ ଏବଂ ଜନସାଧାରଣ ସେମାନଙ୍କୁ କେଉଁଠାରେ ଛାଡ଼ିଥିଲେ? ଯଦି ଭାଜପାର ବରିଷ୍ଠ ନେତାମାନେ କ୍ଷତି ନିୟନ୍ତ୍ରଣ କରି ନ ଥାନ୍ତେ, ତେବେ ସେମାନଙ୍କ ଆସନ ୨୦୦ରୁ କମ୍‌ ହୋଇଥାନ୍ତା। ଆଜାଦ ସମାଜ ପାର୍ଟି ଏହାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବ। ପଦ ଓ ପ୍ରତିଷ୍ଠା ପାଇଁ ମୁଁ ରାଜନୀତିକୁ ଆସିନାହିଁ ବୋଲି ଚନ୍ଦ୍ରଶେଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri