Posted inଫୁରସତ

ଲଭ୍‌ ମ୍ୟାରେଜ୍‌ କରିବି

ନାଁଟି ତାଙ୍କର ଭାରି ସୁଇଟ୍‌। ଦେଖିବାକୁ ବି ସେ ବହୁତ ସୁଇଟ୍‌। ଘରେ ଘରେ ଦିନେ ସେ କୁଇନ୍‌ ନାଁରେ ପରିଚିତ ଥିଲେ। ସେ ହେଉଛନ୍ତି ଅଭିନେତ୍ରୀ କୁକିଜ୍‌ ସ୍ବାଇଁ। ଏଥର ସେଲିବ୍ରିଟି ସିକ୍ରେଟ୍‌୍‌ରେ ତାଙ୍କ ଲାଇଫ୍‌୍‌ର ସିକ୍ରେଟ୍‌….

ଅଭିନେତ୍ରୀ ହେବାକୁ ଇଛା ନ ଥିଲା: ପିଲାଦିନେ ମୁଁ ବହୁତ ଲାଜୁଆ ସ୍ବଭାବର ଥିଲି। ବଡ଼ ହେଲେ କ’ଣ ହେବି ସେମିତି କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ମୋର ନ ଥିଲା। କେବେ ଏୟାରହୋଷ୍ଟେସ୍‌ ତ କେବେ ବଡ଼ ଅଫିସର୍‌ ହେବି ବୋଲି ଭାବୁଥିଲି। ହେଲେ ଅଭିନେତ୍ରୀ ହେବାକଥା ଭାବୁ ନ ଥିଲି କି ଇଛା ବି ନ ଥିଲା। ମୋ ମାମାଙ୍କର କିନ୍ତୁ ବହୁତ ଇଛା ଥିଲା ମୁଁ ଅଭିନେତ୍ରୀ ହୁଏ। ମୋ ବୋଉ(ଆଈ) ଓ ପୂରା ପରିବାରର ବି ଇଛା ଥିଲା ମୁଁ ଅଭିନେତ୍ରୀ ହୁଏ। ଯଦ୍ୱାରା ବଡ଼ ହେବା ପରେ ଧୀରେ ଧୀରେ ମୋ ମନରେ ମଧ୍ୟ ଅଭିନୟ ପ୍ରତି ରୁଚି ଆସିଲା।
ନୃତ୍ୟରୁ ଅଭିନୟ: ନାଚ ପ୍ରତି ମୋର ଛୋଟବେଳୁ ଦୁର୍ବଳତା ଥିଲା। ତେଣୁ ପ୍ରଥମେ ଓଡ଼ିଶୀ ଓ ପରେ ମଡର୍ଣ ଡ୍ୟାନ୍ସ ଶିଖିଲି। ଆଉ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିଲି। ମୋ ଡ୍ୟାନ୍ସ ଦେଖି ନିର୍ମଳ ନାୟକ ଓ ଅଭିଜିତ ମଜୁଦାର୍‌ ମତେ ଆଲବମ୍‌ରେ କାମ କରିବାକୁ ଅଫର୍‌ ଦେଇଥିଲେ। ସେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ। ଆଉ ମୁଁ ପୁଅଙ୍କ ସହ ଅଭିନୟ କରିବାରେ କମ୍ଫର୍ଟେବୁଲ ଫିଲ କରୁ ନ ଥିଲି। ତେଣୁ ପ୍ରଥମେ ଏକ ଭଜନ ଆଲବମ୍‌ରେ କାମ କରିବାକୁ ରାଜି ହୋଇଥିଲି। ଏହାପରେ ବି ମୁଁ ଯେମତିକି ଆଲବମ୍‌ କରିଛି ସବୁ ଭଜନ ହିଁ ଥିଲା।
ପ୍ରଥମ ଶୁଟ୍‌ର ଅଭୁଲା କଥା: ପ୍ରଥମ ଆଲବମ୍‌ ଶୁଟ୍‌ ପାଇଁ ଆମେ କାର୍‌ରେ ଯାଉ ଥାଉ। ବାଟରେ ଆମର ଏକ ଛୋଟ ଦୁର୍ଘଟଣା ହେଇଗଲା। ସେଟ୍‌ରେ ପହଞ୍ଚତ୍ବାବେଳକୁ ମୋ ମୁହଁ ଫୁଲି ଯାଇଥାଏ। ମୋର ଏ ଅବସ୍ଥା ଦେଖି ପ୍ରଥମେ ମୋ ମୁହଁରେ ବରଫ ଘଷାଗଲା। ଫୁଲା କମିଲା ପରେ ଯାଇ ଶୁଟିଂ ଆରମ୍ଭ ହେଇଥିଲା। ଏଣେ ପ୍ରଥମ ଥର କ୍ୟାମେରା ଫେସ୍‌ କରୁଥିବାରୁ ନର୍ଭସ ଥିଲି। ମୋ ଗୁରୁ ମୋ ଡାଇରେକ୍ଟର ଥିଲେ। ତେଣୁ ବହୁତ ଡରି ଡରି କାମ କରିଥିଲି।
ପ୍ରଥମ ପାରିଶ୍ରମିକ: ପ୍ରଥମ ଆଲବମ୍‌ର ପ୍ରଥମ ପାରିଶ୍ରମିକ ଟଙ୍କା ନୁହେଁ ବରଂ ଏକ ସୁନ୍ଦର ଟେଡି ଥିଲା।
ଆଙ୍କରିଂ: ଯୁକ୍ତ ୨ ପ୍ରଥମ ବର୍ଷରେ ମୁଁ ଇଟିଭିରୁ ଆଙ୍କରିଂର ଅଫର୍‌ ପାଇଲି। ପ୍ରୋଗ୍ରାମଟି ଥିଲା ‘ମର୍ନିଂ ଏକ୍ସପ୍ରେସ୍‌’। ହେଲେ ମୁଁ କେବେ ଆଙ୍କରିଂ କରି ନ ଥିବାରୁ ପ୍ରଥମେ ରାଜି ହୋଇ ନ ଥିଲି। କିନ୍ତୁ ସାର୍‌ କହିଲେ ଟ୍ରାଏ କର। ତେଣୁ ଆଙ୍କରିଂରେ ପାଦ ଥାପିଲି। ପରେ ମୁଁ ‘ଗ୍ଲାମର୍‌ ଗେମ୍‌’ପ୍ରୋଗ୍ରାମରେ ବି ଆଙ୍କରିଂ କଲି। ଏହାପରେ ମୁଁ ମୋ ପଢା ଲାଗି ଅଭିନୟ ଓ ଆଙ୍କରିଂରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲି। ହେଲେ ସେଇ ସମୟରେ ହିଁ ଭଲ ଭଲ ମୁଭି ଯେମିତିକି ‘ଟାର୍ଗେଟ୍‌’, ‘ଯିଏ ଯାହା କହୁ ମୋର ଢୋ’ ଆଦିର ଅଫର୍‌ ଆସିଲା। ହେଲେ ପଢା ପାଇଁ କୌଣସି ଅଫର୍‌୍‌କୁ ମୁଁ ସେତେବେଳେ ଗ୍ରହଣ କରି ନ ଥିଲି। ଯାହା ମୋର ଅବସୋସ୍‌ ।
ସିରିୟଲରୁ ଚଳଚ୍ଚିତ୍ର: ଯୁକ୍ତ ୩ ପରେ କିଛି ଦିନ ମୁଁ ଫିଲ୍ମରେ ଅଫର୍‌ ପାଇବା ଲାଗି ଅପେକ୍ଷା କରିଥିଲି। ହେଲେ ପ୍ରଥମେ ଅନେକ ଫିଲ୍ମରେ କାମ କରିବାକୁ ମନା କରିଥିବାରୁ ଅଫର୍‌ ଆସିଲା ନାହିଁ। ସେଥିପାଇଁ ‘ଫୁଲ୍‌ ଗଡ଼ବଡ଼’ ସିରିୟଲରେ କାମ କଲି। ଏଥିରେ ମୋ ଚରିତ୍ରର ନାଁ ଥିଲା ‘କୁଇନ୍‌’, ଯାହା ମତେ ଘରେ ଘରେ କୁଇନ୍‌ ନାମରେ ପରିଚିତ କରାଇଲା। ପରେ ‘ରାଜ ଯୋଟକ’ ଓ ‘ନଣନ୍ଦ ପୁଟୁଳି’ ସିରିୟଲରେ ବି କାମ କଲି। ସିରିୟଲ କରିବାବେଳେ ପ୍ରଥମ ମୁଭି ‘ହାଫ୍‌ ଲଭ୍‌ ଷ୍ଟୋରୀ’ର ଅଫର୍‌ ପାଇଲି। ତେଣୁ ସରିୟଲ ସହ ସେହି ଫିଲ୍ମର ଶୁଟ୍‌ ବି ହେଲା। ପରେ ଆଉ ଏକ ଚଳଚ୍ଚିତ୍ର ‘ଓମ୍‌ ଶ୍ରୀ ପ୍ରଜାପତୟେ ନମଃ’ରେ ବି କାମ କଲି, ଯାହାକି ଏଯାଏ ରିଲିଜ ହୋଇ ନାହିଁ। ସେପ୍ଟେମ୍ବର ୧୫ରେ କିନ୍ତୁ ମୋର ‘କସ୍ତୁରୀ’ ମୁଭି ଟିଏଟରରେ ରିଲିଜ ହେବାକୁ ଯାଉଛି। ଏହାବାଦ ଅନେକ ଟେଲିଫିଲ୍ମରେ ବି କାମ କରିଛି।
ଫିଟନେସ୍‌ ରାଜ: ମୁଁ ବିନ୍ଦାସ ଖାଏ। ହେଲେ କମ୍‌ ପରିମାଣରେ ଓ ବହୁତ ଥର ଖାଏ।
ଇଗ୍ନୋର କରେ ବ୍ୟାଡ କମେଣ୍ଟକୁ: ପିଲାଦିନୁ ମତେ ନୂଆ ଓ ଭିନ୍ନ ଭିନ୍ନ ପ୍ରକାରର ଆଉଟ୍‌ ଫିଟ୍‌ ପିନ୍ଧିବାକୁ ଭାରି ଭଲ ଲାଗେ। ତେଣୁ ଶାଢିଠୁ ଆରମ୍ଭ କରି ମିନିସ୍‌ ପର୍ଯ୍ୟନ୍ତ ମୁଁ ସବୁ ପିନ୍ଧେ। କୌଣସି ଡ୍ରେସ ପିନ୍ଧିବା ପରେ ମତେ ଯଦି ଲାଗେ ତାହା ମତେ ଭଲ ମାନୁଛି, ତାକୁ ମୁଁ ଭଲଭାବେ କ୍ୟାରି କରିପାରୁଛି ତେବେ ମୁଁ ତାକୁ ପିନ୍ଧେ। ତା’ପରେ ଯଦି ମୋ ଗେଟ୍‌ଅପ୍‌କୁ ନେଇ କେହି କିଛି ସୋସିଆଲ ମିଡ଼ିଆରେ ବ୍ୟାଡ କମେଣ୍ଟ କରନ୍ତି ତାକୁ ମୁଁ ଇଗ୍ନୋର କରେ।
ଫିଲ୍ମରେ ବୋଲ୍ଡ ଡ୍ରେସ୍‌: ଯଦି ସେହିଭଳି ବିଗ୍‌ ବଜେଟ୍‌ର ମୁଭି ହୁଏ, ଆଉ କ୍ୟାରେକ୍ଟରର ଡିମାଣ୍ଡ ଥାଏ ସର୍ଟ ଡ୍ରେସ୍‌ ପିନ୍ଧିବା, ତେବେ ମୁଁ ପିନ୍ଧିବି। ହେଲେ ମୋ କମ୍ଫର୍ଟ ଓ ଲିମିଟେସନ୍‌ ଭିତରେ ରହିକି ପିନ୍ଧିବି।
ଦୁର୍ବଳତା: ମାମା ଓ ଡାଡି ମୋର ଦୁର୍ବଳତା। ଏହାଛଡା ମୋ ବୋଉ ବି ମୋ ଦୁର୍ବଳତା ଥିଲା। ସେ ଯିବାର ୩ ବର୍ଷ ବିତିଗଲାଣି ତଥାପି ମୁଁ ତାକୁ ଭୁଲି ପାରିନି। ଶୁଟିଂବେଳେ ଦୁଃଖ ସିନ୍‌ର ସଟ୍‌ବେଳେ ମୁଁ ବିନା ଗ୍ଲିସରିନ୍‌ରେ ତାକୁ ଭାବି ଦେଲେ ଆପେ ଆଖିରେ ଲୁହ ଆସିଯାଏ।
ରହସ୍ୟମୟ ଫ୍ୟାନ୍‌: ଥରେ ମୋ ମାମାଙ୍କୁ ମୋର ଜଣେ ଫ୍ୟାନ୍‌ ଫୋନ୍‌ କରି ମତେ ଦେଖା କରିବାକୁ ବହୁତ ଅନୁରୋଧ କରିଥିଲେ। ଆଉ ମାମା ବି ତାଙ୍କୁ ଘର ଆଡ୍ରେସ ଦେଇ ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ମୁଁ ବହୁତ ରାଗିଥିଲି। କ୍ରିସ୍‌ମସ୍‌ ଦିନ ସକାଳ ୬ଟାରେ ପୁଅ ଝିଅ ଦୁଇଜଣ ଆସି ଆମ ଘର ପାଖରେ ପହଞ୍ଚତ୍ଥିଲେ। ମାମା ମତେ ବାଧ୍ୟ କରି ତାଙ୍କ ସହ ଦେଖା କରିବାକୁ ନେଲେ। ହେଲେ ମୁଁ ଡରିକି ତାଙ୍କୁ ଆମ ଘରକୁ ନ ଆଣି ତଳ ଘର ଅଙ୍କଲ ଆଣ୍ଟିଙ୍କ ଘରେ ଦେଖା କଲି। ସେମାନେ ବହୁତ ଭଲ ଫ୍ୟାମିଲିର ଓ ଉଚ୍ଚଶିକ୍ଷିତ ବୋଲି ଜଣା ପଡ଼ୁଥିଲେ। ତେବେ ମଜାର କଥା ସେ ଦୁହେଁ ମୋ ଫ୍ୟାନ୍‌ ନ ଥିଲେ। ସେମାନେ କେବଳ ମୋ ଫ୍ୟାନ୍‌ ଦେଇଥିବା ଉପହାର ନେଇ ଆସିଥିଲେ। ‘ସିକ୍ରେଟ୍‌ ସାଣ୍ଟା’ ନାମରେ ସେ ଉପହାରଗୁଡିକ ପଠାଇଥିଲେ। ସେଥିରେ ଏକ ପେନ୍‌ ଡ୍ରାଇଭ୍‌ ଥିଲା, ଯେଉଁଥିରେ ମୋ ଛୋଟବେଳଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତର ଫଟୋ ଥିଲା। ତା’ସହ ଫ୍ୟାନଙ୍କ ହାତ ଲେଖା ଚିଠି, ବାଇଣ୍ଡି ହୋଇଥିବା ଆମ ଫ୍ୟାମିଲିର ଏକ ଫଟୋ ଓ କ୍ରିସ୍‌ମସ୍‌ ପାଇଁ ଅନେକ ଛୋଟବଡ଼ ଉପହାର ଥିଲା। ମୁଁ ସେମାନଙ୍କୁ ଯେତେ ପଚାରିଲି ଫ୍ୟାନ୍‌ ଜଣକ କିଏ ସେମାନେ କିଛି ଉତ୍ତର ଦେଇ ନ ଥିଲେ। ଖାଲି କହିଲେ, ଦିନେ ନା ଦିନେ ତାଙ୍କ ସହ ମୋର ଦେଖା ହେବ।
ଲଭ୍‌ ନା ଆରେଞ୍ଜ ମ୍ୟାରେଜ: ଲଭ୍‌ ମ୍ୟାରେଜ୍‌ କରିବାକୁ ଚାହେଁ। ହେଲେ କେହି ଏଯାଏ ମିଳି ନାହାନ୍ତି।
ପ୍ରଥମ କ୍ରସ୍‌: ସ୍କୁଲରେ ପଢିବାବେଳେ ମୋର ଜଣେ କ୍ଲାସ୍‌ମେଟ ମୋର ପ୍ରଥମ କ୍ରସ୍‌ ଥିଲେ। ସେ ପୁଅ ବି ମତେ ପସନ୍ଦ କରୁଥିଲେ। ହେଲେ ଆମେ କେହି କାହାକୁ ମୁହଁ ଖୋଲି କିଛି କହିପାରି ନ ଥିଲୁ। ଆଉ ଆମ ଛୋଟ ଲଭ୍‌ ଷ୍ଟୋରି ଆଗକୁ ଆଗେଇ ନ ଥିଲା।
ନାଁ ପଛର କଥା: କୁକିଜ୍‌ ନାଁ ମୋ ମାମା ଦେଇଛନ୍ତି। ଜାତକରେ ମୋର ଦ୍ରୌପଦୀ, ଦମୟନ୍ତୀ, ଦୃଶାଳା ଆଦି ତିନୋଟି ନାଁ ଥିଲା। ହେଲେ ମାମାଙ୍କୁ ସେ ସବୁ ଭଲ ଲାଗିନ ଥିଲା। ମାମା ସେତେବେଳେ ‘କୁକିଜ୍‌’ ନାମକ ଏକ ଚକୋଲେଟ୍‌ ଖାଉଥିଲେ। ଚକୋଲେଟ୍‌ର ସେଇ ନାଁ ତାଙ୍କୁ ବହୁତ ଭଲ ଲାଗିଥିଲା। ଆଉ ସେଇ ନାଁ ସେ ମତେ ଦେଇଦେଲେ।
ଇଛା: ଭଲ ଦମ୍‌ଦାର ଅଭିନୟ କରି ସମସ୍ତଙ୍କ ପ୍ରଶଂସା ପାଇବା ସହ ସମସ୍ତଙ୍କ ମନରେ ସବୁଦିନ ପାଇଁ ଘର କରି ରହିବା।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri