Posted inଜାତୀୟ

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଆମେରିକାରେ ଭାରତର ସଂରକ୍ଷଣ ବ୍ୟବସ୍ଥା ଉପରେ ରାହୁଲ ଦେଇଥିବା ବିବୃତିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ଯିଏ ରାହୁଲଙ୍କ ଜିଭ କାଟିବ ତାଙ୍କୁ ସେ ୧୧ ଲକ୍ଷ ଟଙ୍କାର ପୁରସ୍କାର ଦେବେ।

ବୁଲ୍‌ଢାଣାରୁ ବିଧାୟକ ଗାଏକ୍ୱାଡ୍‌ କହିଛନ୍ତି, ରାହୁଲ ନିଜ ଆମେରିକା ଗସ୍ତରେ ଭାରତର ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ବୟାନ ଦେଇଛନ୍ତି, ଯାହା ଜନସାଧାରଣଙ୍କ ସମ୍ମୁଖରେ କଂଗ୍ରେସର ପ୍ରକୃତ ମୁଖା ଖୋଲିଦେଇଛି। ସମ୍ବିଧାନରେ ଭାଜପା ପରିବର୍ତ୍ତନ କରିବ ବୋଲି ରାହୁଲ ସମ୍ବିଧାନର ପୁସ୍ତକ ଦେଖାଇ ମିଥ୍ୟା ପ୍ରଚାର କରୁଛନ୍ତି। କଂଗ୍ରେସର ଏହି ମାନସିକତା ଦେଶକୁ ୪୦୦ ବର୍ଷ ପଛକୁ ନେଇଯିବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଗାଏକ୍ୱାଡ୍‌ଙ୍କ ଏହି ବୟାନକୁ ନିନ୍ଦା କରାଯାଇଛି। ରାଜନୀତି କରିବାକୁ ସେ ଯୋଗ୍ୟ ନୁହନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋଢ଼ା କହିଛନ୍ତି। ଗାଏକ୍ୱାଡ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଦାବି କରିଛନ୍ତି।

ତେବେ ଶିବସେନାର ସହଯୋଗୀ ଭାଜପା ଗାଏକଓ୍ବାଡ୍‌ଙ୍କ ଏହି ମନ୍ତବ୍ୟଠାରୁ ନିଜକୁ ଦୂରେଇ ରଖିଛି। ଉକ୍ତ ବୟାନକୁ ତାଙ୍କ ଦଳ ସମର୍ଥନ କରୁନାହିଁ ବୋଲି ମହାରାଷ୍ଟ୍ର ରାଜ୍ୟ ଭାଜପା ସଭାପତି ଚନ୍ଦ୍ରଶେଖର ବାଓ୍ବନ୍‌କୁଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଭାଜପା ନେତାଙ୍କୁ ଛୁରୀ ଭୁଷି ହତ୍ୟା

ଗୋରଖପୁର,୧୭।୩: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁଆତାଲ ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ମଧ୍ୟରେ ଥିବା ବରଗଡୱାରେ ଜଣେ ଭାଜପା ନେତାଙ୍କ ର୍ନିମମ ହତ୍ୟା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri