Posted inଜାତୀୟ

‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା

ବେଙ୍ଗାଲୁରୁ,୩।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଦେଶର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗଙ୍କ ଜାମିନ ଶୁଣାଣି ଜାନୁୟାରୀ ୪, ୨୦୨୫ରେ ବେଙ୍ଗାଲୁରୁର ଲୋୟର କୋର୍ଟରେ ଅନୁଷ୍ଠିତ ହେବ। ଜାମିନ ଆବେଦନକୁ ଯଥାଶୀଘ୍ର ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ବର୍ତ୍ତମାନ ନିକିତାଙ୍କ ଚାଚା ଏଭଳି ବିବୃତ୍ତି ଦେଇଛନ୍ତି ଯାହାକୁ କେହି ଆଶା କରି ନ ଥିଲେ।
ଅତୁଲଙ୍କ ଭାଇ ବିକାଶ ନିକିତା, ନିଶା, ଅନୁରାଗ ଏବଂ ସୁଶୀଲ ସିଙ୍ଗାନିଆଙ୍କ ବିରୋଧରେ ମାମଲା ରୁଜୁ କରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ। ଯେତେବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବେଙ୍ଗାଲୁରୁ ପୋଲିସ ଉତ୍ତରପ୍ରଦେଶରେ ପହଞ୍ଚିଥିଲା ସେତେବେଳେ ସମସ୍ତେ ଫେରାର ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ନିକିତାଙ୍କ ପରିବାର ଆହ୍ଲାବାଦ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ଶୁଣାଣିର ପ୍ରଥମ ଦିନରେ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବାବେଳେ ନିଶା ଏବଂ ଅନୁରାଗଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଥିଲା। ସେତେବେଳେ ନିକିତାଙ୍କ ଚାଚା ଗିରଫ ହୋଇପାରିନଥିଲେ ଏବଂ ପରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।
ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ମଧ୍ୟ ସୁଶୀଲ ସିଙ୍ଗାନିଆଙ୍କ ନାମ ନେଇଥିଲେ। ନିକିତାଙ୍କ ଚାଚା ଏ ବାବଦରେ ବହୁତ କିଛି କହିବାକୁ ରାଜି ହେଉ ନାହାଁନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଯଦି ତାଙ୍କୁ ହଇରାଣ କରାଯାଏ ତେବେ ସେ ଅତୁଲଙ୍କ ଭଳି ଆତ୍ମହତ୍ୟା ମଧ୍ୟ କରିବେ। ସେ କହିଛନ୍ତି ଯେ ସେ ଜଣେ ବିପି ରୋଗୀ ଏବଂ ତାଙ୍କ ସ୍ବାସ୍ଥ୍ୟ ଅନେକ ସମୟରେ ଖରାପ ରହିଥାଏ। ସେ କହିଛନ୍ତି, ଅତୁଲ ସୁଭାଷ ମାମଲାରେ ମୋତେ ହଇରାଣ କରାଯାଉଛି। ଯଦି ମୋତେ ଏହିପରି ହଇରାଣ କରାଯାଏ, ତେବେ ମୁଁ ମଧ୍ୟ ଅତୁଲଙ୍କ ପରି ଆତ୍ମହତ୍ୟା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri