Posted inଖେଳ

‘ମୁଁ ମରିଯାଇଛି ବୋଲି କହିଦେଲେ’ ସମାଲୋଚକ ମାନଙ୍କୁ କଟାକ୍ଷ କରି…

ଦୁବାଇ,୩୦।୮: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଅନେକ ଗୁଜବ ଶୁଣିବାକୁ ମିଳିଥାଏ। ତେବେ ସେ ଗୁଜବ ଉପରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ହଂକଂ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଏସିଆ କପ୍‌ ମୁକାବିଲା ପୂର୍ବରୁ କହିଛନ୍ତି। ତାଙ୍କର ଧ୍ୟାନ ବର୍ତ୍ତମାନ ଏସିଆ କପ୍‌ ଏବଂ ଆଗାମୀ ଟି୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଉପରେ ରହିଛି ବୋଲି ସେ କହିଛନ୍ତି।

ଖବରଦାତା ସମ୍ମିଳନୀରେ ଜାଡେଜା କହିଛନ୍ତି, ଆପଣ ଏକ ସାମାନ୍ୟ ଗୁଜବ ବିଷୟରେ କହିଛନ୍ତି ଯେ ମୁଁ ବିଶ୍ୱକପ୍‌ ଲାଗି ଉପଲବ୍ଧ ରହିବି ନାହିଁ। ମଝିରେ ଏକ ଗୁଜବ ଶୁଣିବାକୁ ମିଳିଥିଲା କି ମୁଁ ମରି ଯାଇଛି। ଏହାଠାରୁ ବଡ ଗୁଜବ କିଛି ହୋଇ ନ ପାରେ। ମୁଁ ଏସବୁ ଗୁଜବ ବିଷୟରେ ଚିନ୍ତା କରେ ନାହିଁ। ମୁଁ ମଇଦାନକୁ ଯିବା, ଖେଳିବା ଏବଂ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ଉପରେ ଧ୍ୟାନ ଦେଇଥାଏ ବୋଲି ସେ କହିଛନ୍ତି।

ସେହିଭଳି ଏସିଆ କପ୍‌ ବିଷୟରେ କହିଛନ୍ତି, ଭାରତ ଟି୨୦ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବାକୁ ଅପେକ୍ଷା କରି ରହିଛି। ହେଲେ ଏବେ ସମସ୍ତଙ୍କ ଧ୍ୟାନ ହଂକଂ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ମ୍ୟାଚ୍‌ ଏବଂ ପରେ ସୁପର-୪ ଷ୍ଟେଜ ଉପରେ ରହିଛି। ଆମେ ସକରାତ୍ମକ କ୍ରିକେଟ ଖେଳିବାକୁ ଚାହିଁବୁ। ପ୍ରତ୍ୟେକ ଖେଳରେ ନିଜର ସର୍ବଶ୍ରେଷ୍ଠ ଦେବାକୁ ପ୍ରୟାସ କରିବୁ। ଆମର ଧ୍ୟାନ ହଂକଂ ବିପକ୍ଷ ମ୍ୟାଚ୍‌ ଉପରେ ରହିଛି। ଏହାପରେ ଆମେ ଦେଖିବୁ କେଉଁ ଦଳ ବିପକ୍ଷରେ ଖେଳିବାର ଅଛି। ଯଦି ଭାରତ ବୁଧବାର ମ୍ୟାଚ୍‌ ଜିତିଯାଏ ତେବେ ସୁପର-୪ରେ ସ୍ଥାନ ପକ୍କା ହୋଇଯିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri