Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଉଥିଲି: ଜୀବନ ବଲ୍ଲଭ ମାନସିଂହ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁହୁଡ଼ିଠାରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ମାଟ୍ରିକ୍‌ ପାସ୍‌ କରିବା ପରେ ରାଉରକେଲାରେ ବାଣିଜ୍ୟ ବିଭାଗରେ ଇଣ୍ଟରମିଡିଏଟ୍‌ ପଢିଥିଲି। ତା’ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଗ୍ରାଜୁଏସନ୍‌ ଶେଷ କଲି। ଇଚ୍ଛା ଥିଲା ସାମ୍ବାଦିକତା କିମ୍ବା ରାଜନୀତି କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ। ସେଥିପାଇଁ ମୁଁ ଓ ମୋ ବଡ଼ ଭାଇ ମିଶି ୧୯୮୫ ମସିହାରେ ‘କ୍ୟାପିଟାଲ୍‌ ଖବର’ ନାମରେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କଲୁ। ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଇନ୍‌ଭେଷ୍ଟିଗେଟିଭ୍‌ ନ୍ୟୁଜ୍‌ ପ୍ରକାଶ ପାଉଥିଲା, ଯାହାକୁ ପାଠକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ଏଥିରେ ଖର୍ଚ୍ଚ ଅଧିକ ହେଉଥିବାରୁ, ଆମ ପକ୍ଷେ ତାକୁ ଚଳାଇବା ଭାରି କଷ୍ଟ ହେଲା। ଅବଶ୍ୟ ସେତେବେଳେ କେତେଜଣ ଏହି ଖବରକାଗଜଟିକୁ କିଣି ନେବାକୁ ଆମକୁ ଅନେକ ଅଫର୍‌ ବି ଦେଇଥିଲେ। କିନ୍ତୁ ନିଜ ସ୍ବାଭିମାନକୁ ହରାଇ ଖବରକାଗଜକୁ ଅନ୍ୟ ହାତକୁ ଟେକି ଦେବାକୁ ଆମକୁ ଭଲ ଲାଗିଲାନି। ତେଣୁ ବାଧ୍ୟ ହୋଇ ମାତ୍ର ବର୍ଷଟିଏ ଚଲାଇ ଆମେ ତାକୁ ବନ୍ଦ କରିଦେଲୁ। ତା’ପରେ ଘରର ଦୁର୍ବଳ ଆର୍ଥିକ ପରିସ୍ଥିତିକୁ ଦେଖି ଚାକିରି କରିବାକୁ ନିଷ୍ପତ୍ତିି ନେଲି ଆଉ ସିଭିଲ୍‌ ସପ୍ଲାଏ କର୍ପୋରେସନ୍‌ରେ ଜୁନିୟର୍‌ ଆକାଉଣ୍ଟାଣ୍ଟ ଭାବେ ଜଏନ୍‌ କଲି। ମୋର ପ୍ରଥମ ପୋଷ୍ଟିଂ ବଲାଙ୍ଗୀରରେ ହୋଇଥିଲା। ସେତେବେଳେ ମାସକୁ ମାତ୍ର ହଜାରେ ଟଙ୍କା ଦରମା ମିଳୁଥିଲା। ଘରଭଡ଼ା ତଥା ନିଜ ଖାଇବାପିଇବା ବାବଦେ କିଛି ଟଙ୍କା ପାଖରେ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ପାଖାପାଖି ୮ ବର୍ଷ ବଲାଙ୍ଗୀରରେ ରହିବା ପରେ ଭୁବନେଶ୍ୱରକୁ ମୋର ବଦଳି ହେଲା। ତା’ପରେ ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଞ୍ଜାମ, ଫୁଲବାଣୀ ଆଦି ସ୍ଥାନରେ କିଛି କିଛି ବର୍ଷ କାମ କରିବା ପରେ ଏବେ ମୁଁ ବରଗଡ଼ରେ କାର୍ଯ୍ୟରତ। ଆଉ ମାତ୍ର ବର୍ଷେ ଅଛି ଚାକିରିରୁ ଅବସର ନେବାକୁ। ଏ ତ ଥିଲା ମୋର ଚାକିରି ଜୀବନ କଥା। ଏହାବାଦ୍‌ ଲେଖାଲେଖିରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ସ୍କୁଲ, କଲେଜବେଳେ ଗପ, କବିତା, ପ୍ରବନ୍ଧ ତଥା ବିଭିନ୍ନ ପ୍ରକାରର ଅନୁସନ୍ଧାନମୂଳକ ଲେଖା ଖୁବ୍‌ ଲେଖୁଥିଲି। ମୋ ଲେଖାମାନ ସ୍କୁଲ୍‌, କଲେଜ ମାଗାଜିନ୍‌ରେ ବି ପ୍ରକାଶ ପାଉଥିଲା। କେବଳ ଲେଖାଲେଖି କରୁଥିଲି ତାହା ନୁହେଁ ଖୁବ୍‌ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ସହ ଡ୍ରାମାରେ ଅଭିନୟ ମଧ୍ୟ କରୁଥିଲି। ଏପରିକି ରାଉରକେଲାରେ ପଢିବା ସମୟରେ ମୁଁ ଡ୍ରାମା ପାଇଁ ସ୍କ୍ରିପ୍ଟ ଲେଖି ପୁରସ୍କୃତ ବି ହୋଇଥିଲି। ଚାକିରି କରିବା ପରେ ମଧ୍ୟ ବେଶ୍‌ କିଛିଦିନ ଲେଖାଲେଖି କରିବା ସହ ପେଣ୍ଟିଂ କରୁଥିଲି। କିନ୍ତୁ ଧୀରେ ଧୀରେ କାର୍ଯ୍ୟଭାର ତଥା ପାରିବାରିକ ଜଞ୍ଜାଳ ବଢିବାରୁ ଆଉ ଲେଖାଲେଖି କରିବାକୁ ସମୟ ପାଇଲିନି। ହେଲେ ବିଭିନ୍ନ ପ୍ରକାର ବହି, ମାଗାଜିନ୍‌, ତଥା ଖବରକାଗଜ ପଢିବାର ରୁଚି ଆଜିଯାଏ ବି ରହିଛି। ଏହାଛଡ଼ା ମୋ ଗାଁ ସହ ମୋର ଖୁବ୍‌ ନିବିଡ଼ ସମ୍ପର୍କ ଅଛି। ବାହାରେ ରହି ଚାକିରି ସିନା କରୁଛି, ହେଲେ ମୋର ମନ ସବୁବେଳେ ଗାଁରେ। ଗାଁରେ କାହାର କିଛି ଅସୁବିଧା ହେଲେ କିମ୍ବା ଗାଁରେ କିଛି ଉନ୍ନତିମୂଳକ କାର୍ଯ୍ୟ ହେଲେ ମୁଁ ମୋ ସକ୍ଷମତେ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାଏ। ଏହା ମୋତେ ବେଶ୍‌ ଆନନ୍ଦ ବି ଦିଏ। ଇଚ୍ଛା ଅଛି, ଅବସର ପରେ ମୁଁ ମୋ ବାକି ଜୀବନତକ ଗାଁରେ ଶାନ୍ତିରେ କାଟିବାକୁ। ଦେଖାଯାଉ ଭଗବାନଙ୍କର କ’ଣ ବରାଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri