Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଉଥିଲି: ଜୀବନ ବଲ୍ଲଭ ମାନସିଂହ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁହୁଡ଼ିଠାରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ମାଟ୍ରିକ୍‌ ପାସ୍‌ କରିବା ପରେ ରାଉରକେଲାରେ ବାଣିଜ୍ୟ ବିଭାଗରେ ଇଣ୍ଟରମିଡିଏଟ୍‌ ପଢିଥିଲି। ତା’ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଗ୍ରାଜୁଏସନ୍‌ ଶେଷ କଲି। ଇଚ୍ଛା ଥିଲା ସାମ୍ବାଦିକତା କିମ୍ବା ରାଜନୀତି କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ। ସେଥିପାଇଁ ମୁଁ ଓ ମୋ ବଡ଼ ଭାଇ ମିଶି ୧୯୮୫ ମସିହାରେ ‘କ୍ୟାପିଟାଲ୍‌ ଖବର’ ନାମରେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କଲୁ। ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଇନ୍‌ଭେଷ୍ଟିଗେଟିଭ୍‌ ନ୍ୟୁଜ୍‌ ପ୍ରକାଶ ପାଉଥିଲା, ଯାହାକୁ ପାଠକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ଏଥିରେ ଖର୍ଚ୍ଚ ଅଧିକ ହେଉଥିବାରୁ, ଆମ ପକ୍ଷେ ତାକୁ ଚଳାଇବା ଭାରି କଷ୍ଟ ହେଲା। ଅବଶ୍ୟ ସେତେବେଳେ କେତେଜଣ ଏହି ଖବରକାଗଜଟିକୁ କିଣି ନେବାକୁ ଆମକୁ ଅନେକ ଅଫର୍‌ ବି ଦେଇଥିଲେ। କିନ୍ତୁ ନିଜ ସ୍ବାଭିମାନକୁ ହରାଇ ଖବରକାଗଜକୁ ଅନ୍ୟ ହାତକୁ ଟେକି ଦେବାକୁ ଆମକୁ ଭଲ ଲାଗିଲାନି। ତେଣୁ ବାଧ୍ୟ ହୋଇ ମାତ୍ର ବର୍ଷଟିଏ ଚଲାଇ ଆମେ ତାକୁ ବନ୍ଦ କରିଦେଲୁ। ତା’ପରେ ଘରର ଦୁର୍ବଳ ଆର୍ଥିକ ପରିସ୍ଥିତିକୁ ଦେଖି ଚାକିରି କରିବାକୁ ନିଷ୍ପତ୍ତିି ନେଲି ଆଉ ସିଭିଲ୍‌ ସପ୍ଲାଏ କର୍ପୋରେସନ୍‌ରେ ଜୁନିୟର୍‌ ଆକାଉଣ୍ଟାଣ୍ଟ ଭାବେ ଜଏନ୍‌ କଲି। ମୋର ପ୍ରଥମ ପୋଷ୍ଟିଂ ବଲାଙ୍ଗୀରରେ ହୋଇଥିଲା। ସେତେବେଳେ ମାସକୁ ମାତ୍ର ହଜାରେ ଟଙ୍କା ଦରମା ମିଳୁଥିଲା। ଘରଭଡ଼ା ତଥା ନିଜ ଖାଇବାପିଇବା ବାବଦେ କିଛି ଟଙ୍କା ପାଖରେ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ପାଖାପାଖି ୮ ବର୍ଷ ବଲାଙ୍ଗୀରରେ ରହିବା ପରେ ଭୁବନେଶ୍ୱରକୁ ମୋର ବଦଳି ହେଲା। ତା’ପରେ ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଞ୍ଜାମ, ଫୁଲବାଣୀ ଆଦି ସ୍ଥାନରେ କିଛି କିଛି ବର୍ଷ କାମ କରିବା ପରେ ଏବେ ମୁଁ ବରଗଡ଼ରେ କାର୍ଯ୍ୟରତ। ଆଉ ମାତ୍ର ବର୍ଷେ ଅଛି ଚାକିରିରୁ ଅବସର ନେବାକୁ। ଏ ତ ଥିଲା ମୋର ଚାକିରି ଜୀବନ କଥା। ଏହାବାଦ୍‌ ଲେଖାଲେଖିରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ସ୍କୁଲ, କଲେଜବେଳେ ଗପ, କବିତା, ପ୍ରବନ୍ଧ ତଥା ବିଭିନ୍ନ ପ୍ରକାରର ଅନୁସନ୍ଧାନମୂଳକ ଲେଖା ଖୁବ୍‌ ଲେଖୁଥିଲି। ମୋ ଲେଖାମାନ ସ୍କୁଲ୍‌, କଲେଜ ମାଗାଜିନ୍‌ରେ ବି ପ୍ରକାଶ ପାଉଥିଲା। କେବଳ ଲେଖାଲେଖି କରୁଥିଲି ତାହା ନୁହେଁ ଖୁବ୍‌ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ସହ ଡ୍ରାମାରେ ଅଭିନୟ ମଧ୍ୟ କରୁଥିଲି। ଏପରିକି ରାଉରକେଲାରେ ପଢିବା ସମୟରେ ମୁଁ ଡ୍ରାମା ପାଇଁ ସ୍କ୍ରିପ୍ଟ ଲେଖି ପୁରସ୍କୃତ ବି ହୋଇଥିଲି। ଚାକିରି କରିବା ପରେ ମଧ୍ୟ ବେଶ୍‌ କିଛିଦିନ ଲେଖାଲେଖି କରିବା ସହ ପେଣ୍ଟିଂ କରୁଥିଲି। କିନ୍ତୁ ଧୀରେ ଧୀରେ କାର୍ଯ୍ୟଭାର ତଥା ପାରିବାରିକ ଜଞ୍ଜାଳ ବଢିବାରୁ ଆଉ ଲେଖାଲେଖି କରିବାକୁ ସମୟ ପାଇଲିନି। ହେଲେ ବିଭିନ୍ନ ପ୍ରକାର ବହି, ମାଗାଜିନ୍‌, ତଥା ଖବରକାଗଜ ପଢିବାର ରୁଚି ଆଜିଯାଏ ବି ରହିଛି। ଏହାଛଡ଼ା ମୋ ଗାଁ ସହ ମୋର ଖୁବ୍‌ ନିବିଡ଼ ସମ୍ପର୍କ ଅଛି। ବାହାରେ ରହି ଚାକିରି ସିନା କରୁଛି, ହେଲେ ମୋର ମନ ସବୁବେଳେ ଗାଁରେ। ଗାଁରେ କାହାର କିଛି ଅସୁବିଧା ହେଲେ କିମ୍ବା ଗାଁରେ କିଛି ଉନ୍ନତିମୂଳକ କାର୍ଯ୍ୟ ହେଲେ ମୁଁ ମୋ ସକ୍ଷମତେ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାଏ। ଏହା ମୋତେ ବେଶ୍‌ ଆନନ୍ଦ ବି ଦିଏ। ଇଚ୍ଛା ଅଛି, ଅବସର ପରେ ମୁଁ ମୋ ବାକି ଜୀବନତକ ଗାଁରେ ଶାନ୍ତିରେ କାଟିବାକୁ। ଦେଖାଯାଉ ଭଗବାନଙ୍କର କ’ଣ ବରାଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri